ଶ୍ରୀକ୍ଷେତ୍ରରେ ଆମେ ସେଫ୍‌ ଅଛୁ, କିନ୍ତୁ ଆମ ଜାପାନ ଲୋକ କରୋନା ସହ କରୁଛନ୍ତି ସଂଘର୍ଷ

ପୁରୀ(ଓଡ଼ିଶା ରିପୋର୍ଟର): ଚାଇନାରୁ ବ୍ୟାପିଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ଏବେ ଧୀରେ ଧୀରେ  ଭାରତରେ ତାର କାୟାବିସ୍ତାର କରୁଛି। ଓଡଶାରେ କରୋନା ଭାଇରସର ଭୂତାଣୁ ଚିହ୍ନଟ ହୋଇନଥିବା ବେଳେ  କେତେଜଣଙ୍କୁ ସନ୍ଦିଗ୍ଧ ଭାବେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ପର୍ଯ୍ୟଟନ ସହର ପୁରୀ ବିଦେଶୀ ପର୍ଯ୍ୟଟକଙ୍କ ସମାଗମକୁ ଲକ୍ଷ୍ୟ କରି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୃତି କରାଯାଇଛି। ପୁରୀ ହୋଟେଲ ଆସୋସିଏସନକୁ ଆଡଭାଇଜରି ଜାରି କରାଯାଇଥିବା ବେଳେ ଆଜି ଜିଲ୍ଲାପାଳ ବଳୱନ୍ତ ସିଂଙ୍କ […]

n-6fg

Tapas Behera
  • Published: Thursday, 05 March 2020
  • , Updated: 05 March 2020, 06:57 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଚାଇନାରୁ ବ୍ୟାପିଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ଏବେ ଧୀରେ ଧୀରେ  ଭାରତରେ ତାର କାୟାବିସ୍ତାର କରୁଛି। ଓଡଶାରେ କରୋନା ଭାଇରସର ଭୂତାଣୁ ଚିହ୍ନଟ ହୋଇନଥିବା ବେଳେ  କେତେଜଣଙ୍କୁ ସନ୍ଦିଗ୍ଧ ଭାବେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ପର୍ଯ୍ୟଟନ ସହର ପୁରୀ ବିଦେଶୀ ପର୍ଯ୍ୟଟକଙ୍କ ସମାଗମକୁ ଲକ୍ଷ୍ୟ କରି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୃତି କରାଯାଇଛି। ପୁରୀ ହୋଟେଲ ଆସୋସିଏସନକୁ ଆଡଭାଇଜରି ଜାରି କରାଯାଇଥିବା ବେଳେ ଆଜି ଜିଲ୍ଲାପାଳ ବଳୱନ୍ତ ସିଂଙ୍କ ଅଧକ୍ଷତାରେ ପୁରୀ ଏସ୍.ପି, ସି.ଡି.ଏମ୍ଓଙ୍କ ଉପସ୍ଥିତିରେ ଏକ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ପର୍ଯ୍ୟଟନ ସହର ପୁରୀକୁ ନେଇ ଚିନ୍ତିତ ହେବା ପରିସ୍ଥିତି ସୃଷ୍ଟି ହୋଇନାହିଁ ।

ଯେହେତୁ ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ପୁରୀକୁ ଆସୁଛନ୍ତି ତେଣୁ ସତର୍କତାମୂଳକ ପଦକ୍ଷେପ ପାଇଁ ପୁରାପୁରି ପ୍ରସ୍ତୁତି ଆରମ୍ଭ କରାଯାଇଛି। ବିଦେଶୀ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଅବସ୍ଥା ସମ୍ପର୍କରେ ବୁଝିଥିବା ବେଳେ ଏବେ ଆସୁଥିବା ସମସ୍ତ ବିଦେଶୀ ମାନଙ୍କ ସମ୍ପର୍କରେ ତୁରନ୍ତ ଅବଗତ ରହିବା ପାଇଁ ହୋଟେଲ ଆସୋସିଏସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ସେପଟେ ହୋଟେଲ ଆସୋସିଏସନ ପକ୍ଷରୁ ମଧ୍ୟ ସମସ୍ତ ହୋଟେଲକୁ ଆଲର୍ଟ ରହିବା ପାଇଁ ସୂଚନା ଜାରି କରାଯାଇଛି।

ତେବେ ପର୍ଯ୍ୟଟନ ସହର ପୁରୀରେ ଚିନ୍ତିତ ହେବାର କାରଣ ନାହିଁ । ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କ ସହ ଆଲୋଚନା କରାଯାଇଛି। ସେଥିରେ ୨ଜଣ ଇଟାଲୀ ନାଗରିକ ରହିଥିଲେ ସେମାନଙ୍କ ଶରୀର ସୁସ୍ଥ ରହିଛି । ଏହା ସହ ଅନ୍ୟାନ୍ୟ ବିଦେଶୀ ନାଗରିକ ସୁସ୍ଥ ରହିଛନ୍ତି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ତଥାପି ଯେଉଁ ହୋଟେଲକୁ ନୂତନ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ସେମାନଙ୍କ ଟିକିନିଖି ସୂଚନା ଡିଆଇବିକୁ ଆସିବ। ଯଦି କୌଣସି ପ୍ରକାର ସନ୍ଦିଗ୍ଧ ହୁଅନ୍ତି ତାହେଲେ ତାଙ୍କୁ କିଭଳି ଭାବେ ଆଇସୋଲେସନ ସେଣ୍ଟରକୁ ନିଆଯିବ ତାହା ଉପରେ ଗୁରତ୍ୱ ଦିଆଯାଉଛି ବୋଲି ସିଡିଏମ୍ଓ କହିଛନ୍ତି।

ସେପଟେ ଭାରତରେ କରୋନା ଭାଇରସ ଏତେ ବ୍ୟାପିନଥିବାରୁ ଏଠି ସେମାନେ ନିରାପଦ ଅଛନ୍ତି ବୋଲି କହିଛନ୍ତି ଫ୍ରାନ୍ସର ବିଦେଶୀ ପର୍ଯ୍ୟଟକ। ଏପରିକି ଫ୍ରାନ୍ସରେ ୨୮୬ରୁ ଅଧିକ ଲୋକ ଏହି କରୋନା ଭାଇରସରେ ଆକ୍ରାନ୍ତ ଥିବାରୁ ସେମାନେ ଚିନ୍ତିତ ରହିଥବା ପ୍ରକାଶ କରିଛନ୍ତି ।

 

Related story