‘କରେନାର ତୃତୀୟ ଲହର କେବଳ ଶିଶୁ ନୁହଁନ୍ତି, ସମସ୍ତଙ୍କୁ ସଂକ୍ରମଣ କରିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ ମହାମାରୀର ଦ୍ୱିତୀୟ ଲହର ରାଜ୍ୟରେ ଅଧିକ ଭୟାବହ ହୋଇଥିବାବେଳେ ତୃତୀୟ ଲହରକୁ ନେଇ ରାଜ୍ୟ ସରକାର ଆଶଙ୍କା ବ୍ୟକ୍ତ କରି ତା’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କରୋନାର ତୃତୀୟ ଲହର ମଧ୍ୟ ବର୍ତ୍ତମାନର ଦ୍ୱିତୀୟ ଲହର ଭଳି ମାରାତ୍ମକ ହେବ ଓ ସବୁ ବୟସର ଲୋକଙ୍କୁ ସଂକ୍ରମଣ କରିବ ବୋଲି ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପରିଡ଼ା କହିଛନ୍ତି […]

covid

covid

Ordigital Desk
  • Published: Thursday, 03 June 2021
  • Updated: 03 June 2021, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ ମହାମାରୀର ଦ୍ୱିତୀୟ ଲହର ରାଜ୍ୟରେ ଅଧିକ ଭୟାବହ ହୋଇଥିବାବେଳେ ତୃତୀୟ ଲହରକୁ ନେଇ ରାଜ୍ୟ ସରକାର ଆଶଙ୍କା ବ୍ୟକ୍ତ କରି ତା’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କରୋନାର ତୃତୀୟ ଲହର ମଧ୍ୟ ବର୍ତ୍ତମାନର ଦ୍ୱିତୀୟ ଲହର ଭଳି ମାରାତ୍ମକ ହେବ ଓ ସବୁ ବୟସର ଲୋକଙ୍କୁ ସଂକ୍ରମଣ କରିବ ବୋଲି ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପରିଡ଼ା କହିଛନ୍ତି ଯେ, କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ତେବେ ତୃତୀୟ ଲହର ନବ୍ୟାପିବା ମଧ୍ୟ ୩ଟି ଦିଗ ଉପରେ ନିର୍ଭର କରୁଛି। ଯଦି କୋଭିଡ୍ ନିୟମ ମାନିବା ସହ ଟିକାକରଣ କରାଯିବ ଓ ଭାଇରସ୍ ପରିବର୍ତ୍ତିତ ନହୁଏ ତା’ହେଲେ ତୃତୀୟ ଲହର ବିଶେଷ କ୍ଷତି କରିପାରିବ ନାହିଁ।

ବର୍ତ୍ତମାନର ଦି୍ୱତୀୟ ଲହରରେ ବି୧.୬୧୭.୨ ଭୂତାଣୁରେ ଦେଶର ୬୦% ଲୋକ ସଂକ୍ରମିତ। ଏହି ଭୂତାଣୁ ମଧ୍ୟ ଓଡ଼ିଶାରେ ଲୋକଙ୍କୁ ସଂକ୍ରମିତ କରୁଛି। ଓଡ଼ିଶାରେ ଦ୍ୱିତୀୟ ଲହର ମେ’ ୧୫ରୁ ୨୫ତାରିଖ ମଧ୍ୟରେ ସବୁଠୁ ପିକ୍‌ରେ ରହିଥିଲା । ଖୋର୍ଦ୍ଧା, କଟକ, ଢେଙ୍କାନାଳ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର ଅଧିକ ରହିଛି । ଆସନ୍ତା ୧୦ରୁ ୧୫ଦିନ ମଧ୍ୟରେ ସଂକ୍ରମଣ ସ୍ଥିତିରେ ସୁଧାର ଆସିବ। ଦୈନିକ କୋଭିଡ୍ ସଂକ୍ରମଣ ମାମଲାରେ ଓଡ଼ିଶାର ସ୍ଥିତି ଜାତୀୟ ହାର ତୁଳନାରେ ବେଶ୍ ଭଲ ରହିଛି।

ସେହିପରି ରାଜ୍ୟରେ ସଂକ୍ରମିତ ବ୍ୟକ୍ତି ଅଧିକ ସଂଖ୍ୟାରେ ପ୍ରାଣ ହରାଉଥିବା ନେଇ ସେ କହିଛନ୍ତି ଯେ, ରୋଗୀଙ୍କ ଦେହରେ ବିଭିନ୍ନ ରୋଗ ରହିଥିବା ଓ ପ୍ରଥମରୁ ଅବହେଳା କରୁଥିବା ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଅଧିକାଂଶ ମାମଲାରେ ସଂକ୍ରମିତ ବ୍ୟକ୍ତି ପ୍ରଥମରୁ କରୋନା ସଂକ୍ରମଣ ବିଷୟରେ ଲୁଚାଇ ଡାକ୍ତରଙ୍କ ସହ ପରାମର୍ଶ କରୁନାହାନ୍ତି। ଯଦି ସଂକ୍ରମଣର ପ୍ରାରମ୍ଭରୁ ଡାକ୍ତରଙ୍କ ସହ ପରାମର୍ଶ କରାଯାଉଥାନ୍ତା ତା’ହେଲେ ସେମାନଙ୍କ ସ୍ଥିତି ଗୁରୁତର ହେଉନଥାନ୍ତା । ସଂକ୍ରମିତ ବ୍ୟକ୍ତି ପ୍ରଥମରୁ ଅବହେଳା କରି ରୋଗ ଲୁଚାଉଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ୁଛି ବୋଲି ଡାକ୍ତର ପରିଡ଼ା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos