ସ୍ୱାବ୍‌ ସଂଗ୍ରହ ବେଳେ ବନ୍ଧୁକ ଦେଖାଇଲେ

ଆଳି(ବନମାଳି ସାହୁ): ମହାମାରୀ ‘କରୋନା’ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ଜୀବନ ନେଉଛି ‘କରୋନା’। ଏପରି ସମୟରେ ମହାମାରୀ ବିରୋଧରେ ଲଢେଇ କରୁଥିବା ‘କରୋନା’ ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇ ଧମକ ଦିଆଯାଉଛି। ଆଜି ଏମିତି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ ଆସିଛି। ‘କରୋନା’ ଯୋଦ୍ଧାଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଆଳି ଥାନା ପତ୍ରପୁର ଗାଁରେ ‘କରୋନା’ ପାଇଁ ସ୍ୱାବ୍ ସଂଗ୍ରହ ଚାଲିଥିଲା। କେନ୍ଦ୍ରାପଡ଼ାରୁ ଆସିଥିବା […]

kendrapada

Manoranjan Sial
  • Published: Tuesday, 14 July 2020
  • , Updated: 14 July 2020, 09:00 PM IST

ଆଳି(ବନମାଳି ସାହୁ): ମହାମାରୀ ‘କରୋନା’ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ଜୀବନ ନେଉଛି ‘କରୋନା’। ଏପରି ସମୟରେ ମହାମାରୀ ବିରୋଧରେ ଲଢେଇ କରୁଥିବା ‘କରୋନା’ ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇ ଧମକ ଦିଆଯାଉଛି। ଆଜି ଏମିତି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ ଆସିଛି। ‘କରୋନା’ ଯୋଦ୍ଧାଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ଆଳି ଥାନା ପତ୍ରପୁର ଗାଁରେ ‘କରୋନା’ ପାଇଁ ସ୍ୱାବ୍ ସଂଗ୍ରହ ଚାଲିଥିଲା। କେନ୍ଦ୍ରାପଡ଼ାରୁ ଆସିଥିବା ମେଡିକାଲ୍‌ ଟିମ୍‌ ସ୍ୱାବ ସଂଗ୍ରହ କରୁଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ପତ୍ରପୁର ଗାଁର ବିଶ୍ୱରଞ୍ଜନ ପରିଡ଼ା ନାମକ ଜଣେ ଯୁବକ ମେଡିକାଲ୍‌ କ୍ୟାମ୍ପକୁ ଆସିଥିଲେ। ସେ ସ୍ୱାବ ସଂଗ୍ରହ କରୁଥିବା ମେଡିକାଲ୍‌ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଚମକ ଦେଇଥିଲେ। ଏଠାକୁ ଆସିବାକୁ କିଏ କିହିଲା? ସ୍ୱାବ ସଂଗ୍ରହ ପାଇଁ ତୁମକୁ କିଏ ଅନୁମତି ଦେଲା? ଏମିତି ଅନେକ ପ୍ରଶ୍ନ ପଚାରି ମହିଳା ମେଡିକାଲ୍‌ କର୍ମଚାରୀଙ୍କୁ ଗାଳି ଦେଇଥିଲେ। ଜୀବନ ବିକଳରେ କୋଭିଡ୍‌ ଯୋଦ୍ଧାମାନେ ଅଧାରୁ ପଳାଇ ଆସିଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ।

Related story