ଆହାର କେନ୍ଦ୍ରରେ ହରିଲୁଟ୍ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା ଆହାର କେନ୍ଦ୍ରରେ ଲୋକଙ୍କୁ ଖାଦ୍ୟ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି। ବିଜେପି ରାଜ୍ୟ ସମ୍ପାଦକ ବିଭୂତି ଜେନା ବ୍ରହ୍ମପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି।  ସେ କହିଛନ୍ତି,“ ଆହାର କେନ୍ଦ୍ରରେ କମ୍ ଲୋକ ଖାଉଥିବା ବେଳେ ଅଧିକ ଲୋକ ଖାଉଥିବା ଦର୍ଶାଇ ଲକ୍ଷାଧିକ ଟଙ୍କା ଲୁଟ୍ କରାଯାଉଛି।  ତୃତୀୟ ମହଲାର ହାତ ଥିବାରୁ ଏନେଇ କେହି ମୁହଁ ଖୋଲୁ ନାହାନ୍ତି।”

ଏହି ଅଭିଯୋଗକୁ  ବ୍ରହ୍ମପୁର ମେୟର କେ. ମାଧବୀ ଖଣ୍ଡନ କରିବା ସହ ବିଜେପି ଶସ୍ତା ରାଜନୀତି କରୁଛି ବୋଲି କହିଛନ୍ତି।