ଏମିତି ଚାଲିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ହିତାଧିକାରୀଙ୍କ ଟଙ୍କା ଖାଇଗଲେ

କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସେରିଗୁମ୍ମା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ହିତାଧିକାରୀମାନେ ମୂଳରୁ ପକ୍କାଘର ପାଇବା କଥା ଜାଣିନଥିବା ବେଳେ କାହା ନାଁରେ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ଉଠିଛି ତ ଆଉ କିଏ ଘର ସମ୍ପୂର୍ଣ୍ଣ କରି ପୂରା କିସ୍ତିରେ ୧ଲକ୍ଷ ୩୦ ହଜାର ଟଙ୍କା ପାଇସାରିଥିବା ସରକାରୀ ତଥ୍ୟରେ ଦର୍ଶାଯାଇଛି। ଏନେଇ ଏବେ ପ୍ରଶ୍ନ ଉଠିଛି। ଲେକାପାଇ ଗାଁର କମଳା […]

kalyansingpur

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 10:33 AM IST

କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସେରିଗୁମ୍ମା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ହିତାଧିକାରୀମାନେ ମୂଳରୁ ପକ୍କାଘର ପାଇବା କଥା ଜାଣିନଥିବା ବେଳେ କାହା ନାଁରେ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ଉଠିଛି ତ ଆଉ କିଏ ଘର ସମ୍ପୂର୍ଣ୍ଣ କରି ପୂରା କିସ୍ତିରେ ୧ଲକ୍ଷ ୩୦ ହଜାର ଟଙ୍କା ପାଇସାରିଥିବା ସରକାରୀ ତଥ୍ୟରେ ଦର୍ଶାଯାଇଛି।

ଏନେଇ ଏବେ ପ୍ରଶ୍ନ ଉଠିଛି। ଲେକାପାଇ ଗାଁର କମଳା ହଂସ ବୃଦ୍ଧାବସ୍ଥାରେ ଭଙ୍ଗା ଦଦରା ଚାଳଘରେ ଜୀବନ ବିତୁଥିବା ବେଳେ ସରକାରୀ ତଥ୍ୟ କହୁଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ତିଆରି ପାଇଁ ତାଙ୍କ ନାଁରେ ୧ଲକ୍ଷ ୩୦ ହଜାର ଟଙ୍କା ମଞ୍ଜୁର ହୋଇଛି। ତାଙ୍କୁ ପ୍ରଥମ କିସ୍ତିରେ ମିଳିସାରିଛି ୨୦ ହଜାର ଟଙ୍କା। ତେବେ ଟଙ୍କା ପାଇବା ତ ଦୂରର କଥା ଘର ମଞ୍ଜୁର ହେବା ବିଷୟରେ ବି କିଛି ଜାଣିନଥିବା କମଳା କହିଛନ୍ତି।

କେବଳ କମଳା ନୁହନ୍ତି, RTIରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି, ୨୦୧୬-୧୭ ଓ ୧୭-୧୮ ବର୍ଷରେ ସେରିଗୁମ୍ମା ପଞ୍ଚାୟତର ୨୧ଜଣଙ୍କ ନାଁରେ ଏଭଳି ଉପାୟରେ ଟଙ୍କା ଉଠିଛି।  ସେରିଗୁମ୍ମା, ବରଜା, ଲାମ୍ବେରି, ଲେକାପାଇ, ତୁମ୍ବିତରାଇ, ମୁନିଶକଣା ଆଦି ୬ଟି ଗାଁରେ PMAY ଅଧୀନରେ ଏପରି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

କଲ୍ୟାଣସିଂହପୁର ବ୍ଲକ୍ ସେରିଗୁମ୍ମା ପଞ୍ଚାୟତରେ ୨୧ଜଣ ହିତାଧିକାରୀଙ୍କ ନାଁରେ ଉଠିଛି ମୋଟ ୧୧ଲକ୍ଷ ଟଙ୍କା।  ଏଠି ପ୍ରଶ୍ନ ଉଠୁଛି, ପକ୍କା ଘର ତିଆରିର ବିଭିନ୍ନ ପର୍ଯ୍ୟାୟର ଫଟୋ ଉଠିବା ପରେ ହିଁ ହିତାଧିକାରୀଙ୍କୁ କିସ୍ତିରେ ଟଙ୍କା ମିଳିବାର ବ୍ୟବସ୍ଥା ରହିଛି।  ମାତ୍ର ଏଠାରେ ପକ୍କାଘରର ନାଁ ଗନ୍ଧ ନଥିବା ବେଳେ ପୂରା କିସ୍ତି ଟଙ୍କା ଉଠିଲା କିପରି? ଏନେଇ ତଦନ୍ତ କରାଯାଉଥିବା ବିଡିଓ ଅନୁପ ପଣ୍ଡା କହିଛନ୍ତି।

Related story