ମହିଳା ମହାସଂଘରେ ମହା ଘୋଟାଲା, ଖାଇଗଲେ ୧୮ଲକ୍ଷ ୮୦ ହଜାର ଟଙ୍କା!

ବାସୁଦେବପୁର(କିରୀଟି ଦାସ): ମହିଳା ମହାସଂଘରେ ମହା ଘୋଟାଲା। ମିଳିମିଶି ଖାଇଗଲେ ୧୮ଲକ୍ଷ ୮୦ ହଜାର ଟଙ୍କା। ନୋଟିସ୍‌ ପରେ ବି ଦେଉନାହାନ୍ତି ଜବାବ। ରିମାଇଣ୍ଡର ପଠାଇବ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଜବାଜ ହେଉଛି ପ୍ରଶାସନ। ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରୁ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ମହାଘୋଟାଲାକୁ ନେଇ ବାସୁଦେବପୁର ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ହେଉଛି। ଇରମ ଓ ତା’ର ଆଖପାଖ ପଞ୍ଚାୟତର ୧୦୦ଟି ମହିଳା ସ୍ୱୟଂସହାୟ ଗୋଷ୍ଠୀକୁ ନେଇ ମହାସଂଘ […]

Bhadrak

Bhadrak

Manoranjan Sial
  • Published: Saturday, 19 February 2022
  • Updated: 19 February 2022, 07:31 PM IST

Sports

Latest News

ବାସୁଦେବପୁର(କିରୀଟି ଦାସ): ମହିଳା ମହାସଂଘରେ ମହା ଘୋଟାଲା। ମିଳିମିଶି ଖାଇଗଲେ ୧୮ଲକ୍ଷ ୮୦ ହଜାର ଟଙ୍କା। ନୋଟିସ୍‌ ପରେ ବି ଦେଉନାହାନ୍ତି ଜବାବ। ରିମାଇଣ୍ଡର ପଠାଇବ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଜବାଜ ହେଉଛି ପ୍ରଶାସନ। ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରୁ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ମହାଘୋଟାଲାକୁ ନେଇ ବାସୁଦେବପୁର ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ହେଉଛି।

ଇରମ ଓ ତା’ର ଆଖପାଖ ପଞ୍ଚାୟତର ୧୦୦ଟି ମହିଳା ସ୍ୱୟଂସହାୟ ଗୋଷ୍ଠୀକୁ ନେଇ ମହାସଂଘ ଗଠନ କରାଯାଇଥିଲା। ମହାସଂଘର ସଭାପତି ଭାବେ ରମଣୀ ବିଶ୍ୱାଳ ଓ ସମ୍ପାଦିକା ରମାମଣି ମାଝୀଙ୍କୁ ଚୟନ କରାଯାଇଥିଲା। ଏହା ପରେ ଅର୍ଥାତ ୨୦୧୩-୧୪ ଆର୍ଥିକ ବର୍ଷରେ ଏହି ମହାସଂଘକୁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା ଦେଇଥିଲେ। ସେହି ଅର୍ଥ ମହାସଂଘର ଜମା ଖାତାରେ ରହିଥିଲା। ଏହି ଅର୍ଥର ମୂଳ ଜମା ଓ ସୁଧକୁ ମିଶାଇଲେ ୩୩ ଲକ୍ଷ ଟଙ୍କାରୁ ଅଧିକ ହେବ।

ମହାସଂଘର ଜମା ଖାତାକୁ ବ୍ଲକ୍‌ ମିଶନ୍‌ଶକ୍ତି ପକ୍ଷରୁ ଅଡିଟ୍‌ କରାଯାଇଥିଲା। ତେବେ ଅଡିଟ୍‌ ବେଳେ ଜମା ଖାତାରୁ ୧୮ଲକ୍ଷ ୮୦ ହଜାର ଟଙ୍କା ଗାଏବ ହୋଇଥିବା ଜଣାପଡ଼ିଥିଲା। ହେଲେ ଏହି ଅର୍ଥର ହିସାବ ମହାସଂଘ ଦେଇପାରିନଥିଲା। ଏହି ମହାଘୋଟାଲା ସମ୍ପର୍କରେ ଜାଣି ମଧ୍ୟ ବ୍ଲକ୍‌ ମିଶନ୍‌ ଶକ୍ତି ବିଭାଗ ଚୁପ୍‌ ବସିଥିଲା। ଘୋଟାଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା।

ଘୋଟାଲା ସମ୍ପର୍କରେ ଜାଣିବା ପରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କେତେକ ମହିଳା ଏନେଇ ସ୍ଥାନୀୟ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ ବିଡିଓ ମହାଶୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ସବୁ ଜାଣି ଚୁପ୍‌ ବସିଥିଲେ।

ବିଡିଓଙ୍କଠାରୁ ନିରାଶ ହୋଇ ମହିଳାମାନେ ୨୦୨୧ ମସିହା ସେପ୍ଟେମ୍ୱର ୧ ତାରିଖରେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମହାସଂଘର ମହା ଘୋଟାଲାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ମାମଲାର ଗୁରୁତ୍ୱ ଦେଖି ହାଇକୋର୍ଟ ରାଜ୍ୟ ମିଶନ ଶକ୍ତି କମିଶନ ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଜବାବ ମାଗିଥିଲେ। ଏହା ପରେ ଭଦ୍ରକ ଜିଲ୍ଲାପାଳ ବାସୁଦେବପୁର ବିଡିଓଙ୍କୁ ଚିଠି କରିଥିଲେ। ଘଟଣାର ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୨୨ ମସିହା ଜାନୁଆରୀ ୨୯ ତାରିଖରେ ବାସୁଦେବପୁର ବିଡିଓ ମହାସଂଘର ସଭାପତି ରମଣୀ ବିଶ୍ୱାଳ ଓ ସମ୍ପାଦିକା ରମାମଣି ମାଝୀଙ୍କୁ ଚିଠି କରି ଗାଏବ ହୋଇଥିବା ୧୮ଲକ୍ଷ ୮୦ ହଜାର ଟଙ୍କା ହିସାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯଥାଶୀଘ୍ର ଗାଏବ ହୋଇଥିବା ଅର୍ଥ ଗୋଷ୍ଠୀ ବିନିଯୋଗ ପାଣ୍ଠି ଜମାବହିରେ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେମାନେ ଆଜି ପର୍ଯ୍ୟନ୍ତ ତା’ର ହିସାବ ଦେଉନାହାନ୍ତି। ଏପରିକି ବିଡିଓଙ୍କ ଚିଠିର କୌଣସି ଉତ୍ତର ଦେଉନାହାନ୍ତି ମହାସଂଘର ସଭାପତି ରମଣୀ ବିଶ୍ୱାଳ ଓ ସମ୍ପାଦିକା ରମାମଣି ମାଝୀ। ଏହାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ତେବେ ଘଟଣାକୁ ନେଇ ମହିଳା ମହାସଂଘର ସଭାପତି ଓ ସମ୍ପାଦକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। ହେଲେ କେହି କୌଣସି ପ୍ରତିକ୍ରିୟା ଦେବାକୁ ରାଜି ହୋଇନଥିଲେ। ଅନ୍ୟପଟେ ବିଡ଼ିଓ କହିଛନ୍ତି, ପ୍ରଥମ ଚିଠିର ଉତ୍ତର ପାଇ ନଥିବାରୁ ଆମେ ପୁନର୍ବାର ଏକ ରିମାଇନଣ୍ଡର ଚିଠି କରିଛୁ। ଏହାର ଉତ୍ତର ନମିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story