‘ଆମର ସମୟ ହୋଇଯାଇଛି, ଭଗବାନଙ୍କ ନିର୍ଦ୍ଦେଶରେ ମୃତ୍ୟୁର ରାସ୍ତା ବାଛୁଚୁ’

କଟକ(ଓଡ଼ିଶା ରିପୋର୍ଟର): “ଆମର ସମୟ ହୋଇଯାଇଛି। ଆମ ଭଗବାନ ଅନୁକୂଳଚନ୍ଦ୍ରଙ୍କ ନିର୍ଦ୍ଦେଶରେ ମୃତ୍ୟୁର ରାସ୍ତା ବାଛୁଚୁ।” ଆତ୍ମହତ୍ୟା ପୂର୍ବରୁ ଏମିତି ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି ଦମ୍ପତି। କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ସୁଇସାଇଡ୍‌ ନୋଟ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କଟକ ସଦର ଥାନା ବୟାଳିଶିମୌଜା ଝିଙ୍କିରିଆ ଗାଁରେ ବାସ କରନ୍ତି ସାଗର ଓ ଜ୍ୟୋତ୍ସ୍ନାରାଣୀ ଦେବତା। ତାଙ୍କର ପୁଅ ଓ ବୋହୂଙ୍କ ସହିତ ଠିକ୍‌ରେ ପଡ଼ୁନଥିବା […]

cuttack

Manoranjan Sial
  • Published: Wednesday, 29 July 2020
  • , Updated: 29 July 2020, 04:58 PM IST

କଟକ(ଓଡ଼ିଶା ରିପୋର୍ଟର): “ଆମର ସମୟ ହୋଇଯାଇଛି। ଆମ ଭଗବାନ ଅନୁକୂଳଚନ୍ଦ୍ରଙ୍କ ନିର୍ଦ୍ଦେଶରେ ମୃତ୍ୟୁର ରାସ୍ତା ବାଛୁଚୁ।” ଆତ୍ମହତ୍ୟା ପୂର୍ବରୁ ଏମିତି ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି ଦମ୍ପତି। କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ସୁଇସାଇଡ୍‌ ନୋଟ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କଟକ ସଦର ଥାନା ବୟାଳିଶିମୌଜା ଝିଙ୍କିରିଆ ଗାଁରେ ବାସ କରନ୍ତି ସାଗର ଓ ଜ୍ୟୋତ୍ସ୍ନାରାଣୀ ଦେବତା। ତାଙ୍କର ପୁଅ ଓ ବୋହୂଙ୍କ ସହିତ ଠିକ୍‌ରେ ପଡ଼ୁନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗତ କିଛି ଦିନରେ ପାଟିତୁଣ୍ଡ ହୋଇଥିଲା। ଯେଉଁଥିରେ ଭାଙ୍ଗି ପଡ଼ିଥିଲେ ସାଗର ଓ ଜ୍ୟୋତ୍ସ୍ନାରାଣୀ। ମାନସିକ ଭାରସାମ୍ୟ ହରାଇ ଆଜି ଉଭୟ ଏକ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଘରୁ ପୁଲିସ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଯେଉଁଥିରେ ଲେଖାଅଛି, “ଆମର ସମୟ ହୋଇଯାଇଛି। ଆମ ଭଗବାନ ଅନୁକୂଳଚନ୍ଦ୍ରଙ୍କ ନିର୍ଦ୍ଦେଶରେ ମୃତ୍ୟୁର ରାସ୍ତା ବାଛୁଚୁ।”

 

Related story