କାହିଁକି ଝୁଲି ପଡ଼ିଲେ ଗାଁ ସାଥୀ ଓ ଆଶା ଦିଦି?

ବାଲିଗୁଡ଼ା (ଅଜିତ ନାୟକ): କାହିଁକି ଝୁଲି ପଡ଼ିଲେ ଗାଁ ସାଥୀ ଓ ଆଶା ଦିଦି? ଉଭୟ ଝୁଲି ପଡ଼ିଲେ ନା ଝୁଲାଇ ଦିଆଯାଇଛି! ଜଙ୍ଗଲରୁ ସାଥୀ ଓ ଆଶା ଦିଦିଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଏମିତି ନାନା ପଶ୍ନବାଚୀ ସୃଷ୍ଟି ହୋଇଛି। କନ୍ଧମାଳ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ସାରଙ୍ଗଗଡ଼ ଥାନା ମାଲେରିମାହା ଗ୍ରାମର ମନରଞ୍ଜନ ନାୟକ ହେଉଛନ୍ତି ଜଣେ ଗାଁ ସାଥୀ। ସାହି ଭାଇଙ୍କ […]

Baliguda

Baliguda

Manoranjan Sial
  • Published: Monday, 19 September 2022
  • Updated: 19 September 2022, 06:58 PM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): କାହିଁକି ଝୁଲି ପଡ଼ିଲେ ଗାଁ ସାଥୀ ଓ ଆଶା ଦିଦି? ଉଭୟ ଝୁଲି ପଡ଼ିଲେ ନା ଝୁଲାଇ ଦିଆଯାଇଛି! ଜଙ୍ଗଲରୁ ସାଥୀ ଓ ଆଶା ଦିଦିଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଏମିତି ନାନା ପଶ୍ନବାଚୀ ସୃଷ୍ଟି ହୋଇଛି। କନ୍ଧମାଳ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସାରଙ୍ଗଗଡ଼ ଥାନା ମାଲେରିମାହା ଗ୍ରାମର ମନରଞ୍ଜନ ନାୟକ ହେଉଛନ୍ତି ଜଣେ ଗାଁ ସାଥୀ। ସାହି ଭାଇଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା। ସେ ଜଣେ ମେଳାପି ଲୋକ ଥିଲେ। ସେ ନିଜ କାମରେ ସବୁବେଳେ ବ୍ୟସ୍ତ ରହୁଥିଲେ। ତାଙ୍କ ପତ୍ନୀ ସ୍ମିତାଞ୍ଜଳି ନାୟକ ହେଉଛନ୍ତି ଜଣେ ଆଶା କର୍ମୀ। ୩ ପିଲାଙ୍କୁ ନେଇ ସେମାନଙ୍କ ସୁଖ ଓ ଦୁଃଖର ସାଂସାର। ସବୁଦିନ ପରି ରବିବାର ରାତିରେ ପୂରା ପରିବାର ଖାଇପିଇ ଶୋଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସୋମବାର ସକାଳେ ମନରଞ୍ଜନ ଓ ତାଙ୍କ ପତ୍ନୀ ସ୍ମିତାଞ୍ଜଳି ମଣ୍ଡାପେନୁ ଜଙ୍ଗଲକୁ ଯାଇଥିବା ଦେଖିବାକୁ ପାଇଥିଲେ। ହେଲେ କିଛି ସମୟ ପରେ ଉଭୟଙ୍କୁ ଏକ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଗାଁ ଲୋକେ ଝୁଲନ୍ତା ମୃତଦେହ ଦେଖି ସାରଙ୍ଗଗଡ଼ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଜଙ୍ଗଲରେ ପହଞ୍ଚି ମନରଞ୍ଜନ ଓ ସ୍ମିତାଞ୍ଜଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗାଁ ସାଥୀ ମନରଞ୍ଜନ ଓ ଆଶାକର୍ମୀ ସ୍ମିତାଞ୍ଜଳିଙ୍କ ସଂସାର ଠିକ୍‌ଠାକ୍ ଚାଲିଥିବା ଏବଂ କାହା ସହିତ ଶତ୍ରୁତା ନଥିଲା। ତାହାହେଲେ ସେମାନେ କାହିଁକି ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ? ନା କୌଣସି ବ୍ୟକ୍ତି ସେମାନଙ୍କୁ ଜଙ୍ଗଲ ଭିତରେ ହତ୍ୟା କରି ଝୁଲାଇ ଦେଇଛି? ଏପରି ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପୁଲିସ ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos