ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ପ୍ରଥମେ ଫେସବୁକରୁ ବନ୍ଧୁତା ଓ ତାପରେ ବ୍ଲାକମେଲିଂ। ଏହି ମାମଲା ଥାନାରେ ପହଞ୍ଚିବା ପରେ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗିରଫ କରିଛି ପୁଲିସ। ଅଭିଯୋଗ ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ଜଣେ ଶିକ୍ଷୟିତ୍ରୀଙ୍କ ସହ ପ୍ରଥମେ ଫେସବୁକରେ ବନ୍ଧୁତା କରିଥିଲେ ଖୋର୍ଦ୍ଧା ଅଞ୍ଚଳର ରତିକାନ୍ତ ସ୍ୱାଇଁ।
ପରେ ରତିକାନ୍ତ ଓ ତାଙ୍କ ସ୍ତ୍ରୀ ମିଶି ଉକ୍ତ ଶିକ୍ଷୟିତ୍ରୀଙ୍କୁ ବ୍ଲାକମେଲିଂ କରିଥିଲେ। ଏପରିକି ସୁନା ଚେନ ଓ ୬୦ହଜାର ଟଙ୍କା ନଦେବାରୁ ଶିକ୍ଷୟିତ୍ରୀଙ୍କୁ ବଦନାମ ପାଇଁ ଫଟୋ ସହ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲା ଯୁବକ ଜଣକ।
ଏଥିରେ ରତିକାନ୍ତଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ସହଯୋଗ କରିଥିବା ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଟାଉନ ଥାନା ପୁଲିସ ଖୋର୍ଦ୍ଧା ଅଞ୍ଚଳର ଏହି ଦମ୍ପତ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।