ବୃଦ୍ଧ ଦମ୍ପତିଙ୍କୁ ପିଟିଲେ, ମଳ ଖୁଆଇଲେ

Ordigital Desk
  • Published: Monday, 14 May 2018
  • , Updated: 14 May 2018, 09:15 AM IST
<p>ବ୍ରହ୍ମପୁର(ଜଗନ୍ନାଥ ସାହୁ):ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଦୁର୍ବ୍ୟବହାର ସହ ଗାଁ ଦାଣ୍ଡରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କୁ ମଳ ଖାଇବାକୁ ବାଧ୍ୟ କରାଯାଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ଗ୍ରାମରେ।</p> <p>ଅଭିଯୋଗ ଅନୁସାରେ ଶନିବାର ରାତିରେ ହଠାତ୍&zwnj; ଗାଁର କିଛି ଲୋକ ସୁଦର୍ଶନଙ୍କ ଘରକୁ ଯୋର ଜବରଦସ୍ତ ପ୍ରବେଶ କରିଥିଲେ। ସେ ଗୁଣି ଗାରେଡ଼ି କରୁଥିବା ଅଭିଯୋଗ କରି ତାଙ୍କ ଘର ଭଙ୍ଗାରୁଜା କରିଥିଲେ। ଏହାକୁ ପ୍ରତିରୋଧ କରିବାରୁ ଗାଁ ଲୋକେ ସୁଦର୍ଶନଙ୍କ ଏବଂ ତାଙ୍କ ସ୍ତ୍ରୀଙ୍କୁ ଗାଁ ଦାଣ୍ଡକୁ ଟାଣି ନେଇ ଏକ ଖମ୍ବରେ ବାନ୍ଧି ଦେଇଥିଲେ। ଏହାପରେ ମାଡ ମାରିବା ସହ ମଳ ଖୁଆଇଥିଲେ।</p> <p>ଖବର ପାଇ ପୋଲିସ ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଉଭୟଙ୍କୁ ଉଦ୍ଧାର କରିଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ।</p>

Related story