ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ରଞ୍ଜନ ଓ ଗୀତାରାଣୀ ମଳିକ।
ସୂଚନା ଅନୁସାରେ, ଗାଁର ଭଶାଳୀ ମଳିକଙ୍କ ପୁଅ ରଞ୍ଜନ ୬ମାସ ତଳେ ବାଲେଶ୍ୱର ଜିଲ୍ଲାର ଶ୍ରୀଜଙ୍ଗ ଅଞ୍ଚଳର ଗୀତାଙ୍କୁ ଭଲ ପାଇ ବିବାହ କରିଥିଲେ। ବିବାହର କିଛିଦିନ ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ୍ଠାକ୍ ଚାଲିଥିଲା। ହେଲେ ଗତକାଲି କୌଣସି କାରଣରୁ ଦୁଇଜଣ ନିଜର ଶୋଇବା ଘରେ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।
ଆଜି ଶୋଇବା ଘରର କବାଟ ନଖୋଲିବାରୁ ରଞ୍ଜନଙ୍କ ମାଆ ଡାକିଥିଲେ। ହେଲେ କବାଟ ନଖୋଲିବାରୁ ସେ ପଡୋଶୀଙ୍କୁ କହିଥିଲେ। ପଡୋଶୀମାନେ ଆସି ଘରର କବାଟ ତାଡିବା ପରେ ଦୁଇଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆନ୍ଦୋଳନ ମନା, ଆଉ ୬ମାସ ବଢ଼ିଲା ଏସ୍ମା ଅବଧି
ଓଡ଼ିଶା ଅତ୍ୟାବଶ୍ୟକ ସେବା(ମେଂଟେନାନ୍ସ) ଆକ୍ଟ-୧୯୮୮(ଓଡ଼ିଶା ଆକ୍ଟ ୯,୧୯୯୯) -ଏସମାର ଧାରା ୩(୩)ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ଏହି କଟକଣା ଅବଧିକୁ ନଭେମ୍ବର ୨୪ତାରିଖରୁ ଆଉ ୬ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Miscellaneous
ଭୁବନେଶ୍ୱର-ଝାରସୁଗୁଡ଼ାରୁ ମିଳିବ ଆଉ ୯ଟି ସହରକୁ ସିଧାସଳଖ ବିମାନସେବା
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଉ ୫ଟି ସହରକୁ ଓ ଝାରସୁଗୁଡ଼ାସ୍ଥିତ ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ ୪ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ ।
Miscellaneous
୧୮ ଓ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ୧ରୁ ପ୍ରତ୍ୟେକ ସୋମବାର ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ରେ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
Politics
ଆଦିବାସୀଙ୍କ ପାଇଁ ଖୁସି ଖବର; ଖୁବ୍ ଶୀଘ୍ର ଲାଗୁ ହେବ ପେସା ଆଇନ୍
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ପେଶା ଆଇନ୍। ତେବେ ତା’ ପୂର୍ବରୁ ଲୋକଙ୍କ ମତାମତ ନିଆଯିବ। ପେସା ଆଇନ୍ ବାବଦରେ ସଚେତନ କରାଯିବ।
Accident
କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ, ପୋଖରୀରେ ବୁଡ଼ିଗଲେ ୫ ଶିଶୁ
ଡଙ୍ଗା ଓ କଏନ ଆଣିବାକୁ ଯାଇ ଘଟିଛି ଏଭଳି ଅଘଟଣ!