ମାଆ ସିନା ଚାଲିଗଲା, ପଣତ ବଞ୍ଚାଇ ଦେଲା ଝିଅର ଜୀବନ

ତେଲକୋଇ(ଚିନ୍ମୟ ସାହୁ): କୁହାଯାଏ ମାଆ ପରି କିଏ ହେବ। ଯାହାର ପଣତ କାନି ତଳେ ସନ୍ତାନ ଦେଖେ ନୂଆ ଦୁନିଆ। ଆଉ ଜୀବନକୁ ସୁରକ୍ଷିତ ମନେ କରେ। ସେଥିପାଇଁ ତ କୁହାଯାଏ ମାଆ ଯାହାର ସାହା, କିଅବା ହୋଇପାରେ ତା’ର ଅନ୍ୟଥା। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ। ଅଜଣା ଗାଡ଼ି ଧକ୍କାରେ ଚାଲିଯାଇଛି ମାଆ ଓ ବାପାଙ୍କ ଜୀବନ। କିନ୍ତୁ ମୃତ ମାଆ କୋଳରେ ଥିବା ୪ ମାସର […]

caaaaaaa

Manoranjan Sial
  • Published: Monday, 30 December 2019
  • , Updated: 30 December 2019, 06:38 PM IST

ତେଲକୋଇ(ଚିନ୍ମୟ ସାହୁ): କୁହାଯାଏ ମାଆ ପରି କିଏ ହେବ। ଯାହାର ପଣତ କାନି ତଳେ ସନ୍ତାନ ଦେଖେ ନୂଆ ଦୁନିଆ। ଆଉ ଜୀବନକୁ ସୁରକ୍ଷିତ ମନେ କରେ। ସେଥିପାଇଁ ତ କୁହାଯାଏ ମାଆ ଯାହାର ସାହା, କିଅବା ହୋଇପାରେ ତା’ର ଅନ୍ୟଥା। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ। ଅଜଣା ଗାଡ଼ି ଧକ୍କାରେ ଚାଲିଯାଇଛି ମାଆ ଓ ବାପାଙ୍କ ଜୀବନ। କିନ୍ତୁ ମୃତ ମାଆ କୋଳରେ ଥିବା ୪ ମାସର ଶିଶୁ କନ୍ୟାଙ୍କ ଜୀବନ ବଞ୍ଚି ଯାଇଛି।

ଯାଜପୁର ଜିଲ୍ଲା ଡୁବୁରୀ ଥାନା ନଡ଼ିଆଭଙ୍ଗା ଗାଁର ଦୁଃଖିରାମ ମାରାଣ୍ଡି, ତାଙ୍କ ସ୍ତ୍ରୀ ଓ ୪ ମାସର ଶିଶୁ କନ୍ୟାକୁ ଧରି କୌଣସି କାମରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଖଡ଼ିବାହାଲ ନିକଟସ୍ଥ ବାଘୁଆ ନାଳ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇ ପଳାଇଯାଇଥିଲା। ଦୁର୍ଘଟଣା ପରେ ଦୁଃଖିରାମ ଓ ତାଙ୍କ ପତ୍ନୀ ରକ୍ତାକ୍ତ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ। ଆଉ ଦୁଃଖିରାମଙ୍କ ମୃତ ପତ୍ନୀଙ୍କ କୋଳରେ ରାହାଧରି କାନ୍ଦୁଥିଲା ଶିଶୁ କନ୍ୟା।

ଠିକ୍‌ ଏହି ସମୟରେ ସେହି ରାସ୍ତାରେ ଫେରୁଥିବା ମୋବାଇଲ୍‌ ହେଲ୍‌ଥ୍‌ ୟୁନିଟ୍‌ର କର୍ମକର୍ତ୍ତାମାନେ ଗୁରୁତର ଆହତ ଦୁଃଖିରାମ ଓ ୪ ମାସର ଶିଶୁ କନ୍ୟାକୁ ଉଦ୍ଧାର କରି ହରିଚନ୍ଦନପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଃଖିରାମଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁ କନ୍ୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Related story