ଶାଗୁଆନ୍‌ ଗଛରେ ଝୁଲିପଡ଼ିଲେ ସ୍ୱାମୀ-ସ୍ତ୍ରୀ!

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ତିନି ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଆଜି ଶାଗୁଆନ୍‌ ଗଛରେ ଝୁଲିସ ଅବସ୍ଥାରେ ଉଦ୍ଧାର ହେଲେ ସ୍ୱାମୀ-ସ୍ତ୍ରୀ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଘଟିଛି। ତେବେ କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ହେଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗଡ଼ିଆଯୋର ଗାଁର ନୀଳକଣ୍ଠ କଟା ଓ ସ୍ତ୍ରୀ ଶାନ୍ତି କଟା ତିନି ବର୍ଷ ତଳେ ପ୍ରେମ […]

ka

Manoranjan Sial
  • Published: Wednesday, 14 October 2020
  • , Updated: 16 October 2020, 01:17 PM IST

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ତିନି ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଆଜି ଶାଗୁଆନ୍‌ ଗଛରେ ଝୁଲିସ ଅବସ୍ଥାରେ ଉଦ୍ଧାର ହେଲେ ସ୍ୱାମୀ-ସ୍ତ୍ରୀ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଘଟିଛି। ତେବେ କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ହେଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗଡ଼ିଆଯୋର ଗାଁର ନୀଳକଣ୍ଠ କଟା ଓ ସ୍ତ୍ରୀ ଶାନ୍ତି କଟା ତିନି ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ପାରିବାରିକ ସଂସାର ଠିକ୍‌ ଭାବେ ଚାଲିଥିଲା। ସେମାନଙ୍କ ଔରଷରୁ ବର୍ଷକର ପୁତ୍ର ସନ୍ତାନ ରହିଛି। ଗତାକାଲି ବ୍ୟାଙ୍କ ଯିବା ବାହାନାରେ ଉଭୟ ସ୍ୱାମୀ-ସ୍ତ୍ରୀ ଭାଲୁମୁଣ୍ଡା ଗାଁକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ। ଆଜି ସକାଳେ ଉଭୟଙ୍କ ଝଲନ୍ତା ମୃତଦେହ ଏକ ଶାଗୁନ ଗଛରୁ ଉଦ୍ଧାର ହୋଇଛି। ତୁରେକେଲା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ମା’ ଓ ବାପାଙ୍କ ମୃତ୍ୟୁ ପରେ ବର୍ଷକର ପୁଅ ବେଶାହାରା ହୋଇପଡ଼ିଛି। ନୀଳକଣ୍ଠଙ୍କ ବାପା ଖିରସିନ୍ଧୁ କଟାଙ୍କ କହିବା ଅନୁସାରେ ଉଭୟଙ୍କ ମଧ୍ୟମରେ କିଛି କଥାକୁ ନେଇ ବଚସା ହୋଇଥିଲା। ସେଥିପାଇଁ ଦୁହେଁ ଆତ୍ମହତ୍ୟା କରିଥାଇପାରନ୍ତି। ସେପଟେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: ଭସ୍ମାସୁର ପ୍ରେମିକ! ଜାଳିଲେ, ନିଜେ ଜଳିଲେ

Related story