ପ୍ରେମ ହେଲା, ବିବାହ ବି ହେଲା: ତା’ପରେ କଣ ହେଲା...

ବଣାଇ (ଓଡ଼ିଶା ରିପୋର୍ଟର): ପ୍ରେମ ବିବାହ କରିଥିଲେ। ଶୁଖ ଓ ଶାନ୍ତିରେ ଚାଲିଥିଲା ପରିବାର। ହଠାତ ଏମିତି କିଛି ଘଟିଲା, ହସ ଓ ଖୁସିର ସଂସାର ଉପରେ ଛାଇ ଯାଇଥିଲା କଳା ବାଦଲ। କୌଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ମତାନ୍ତର। ଯାହା ଶେଷ ପରିଣତି ଥିଲା ଭାରି ଭୟଙ୍କର। ଆଜି ଏହି ଦମ୍ପତିଙ୍କ ମୃତଦେହ ଜଙ୍ଗଲ ଭିତରୁ ଉଦ୍ଧାର ହେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିବାରେ ଲାଗିଛି କ’ଣ […]

couple death in bonai

Rakesh Mallick
  • Published: Wednesday, 31 January 2018
  • , Updated: 31 January 2018, 06:54 PM IST

ବଣାଇ (ଓଡ଼ିଶା ରିପୋର୍ଟର): ପ୍ରେମ ବିବାହ କରିଥିଲେ। ଶୁଖ ଓ ଶାନ୍ତିରେ ଚାଲିଥିଲା ପରିବାର। ହଠାତ ଏମିତି କିଛି ଘଟିଲା, ହସ ଓ ଖୁସିର ସଂସାର ଉପରେ ଛାଇ ଯାଇଥିଲା କଳା ବାଦଲ। କୌଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ମତାନ୍ତର। ଯାହା ଶେଷ ପରିଣତି ଥିଲା ଭାରି ଭୟଙ୍କର। ଆଜି ଏହି ଦମ୍ପତିଙ୍କ ମୃତଦେହ ଜଙ୍ଗଲ ଭିତରୁ ଉଦ୍ଧାର ହେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିବାରେ ଲାଗିଛି କ’ଣ ଏମିତି ବି ହୋଇପାରେ। ଏପରି ଦୁଃଖଦ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା କୁଞ୍ଜର ଥାନା କୁଞ୍ଜର ଜଙ୍ଗଲରେ ଦେଖିବାକୁ ମିଳିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

କୁଞ୍ଜର ଗାଁର ସମୀର ସୋରେନ୍‌ ସେହି ଗାଁର ସଙ୍ଗୀତା କୁଜୁରଙ୍କୁ ୩ ମାସ ତଳେ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ସଂସାର ଠିକ୍‌ ଭାବେ ଚାଲିଥିଲା। ହଠାତ ସେମାନଙ୍କ ଭାଗ୍ୟ ଆକାଶରେ ଘୋଟି ଆସିଲା କଳା ବାଦଲ। କୌଣସି କଥାକୁ ନେଇ ଗତକାଲି ସମୀର ଓ ସଙ୍ଗୀତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳେ ସଙ୍ଗୀତାଙ୍କ ମୃତଦେହ ଜଙ୍ଗଲ ଭିତରେ ଏକ ଗଛ ମୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସଙ୍ଗୀତାଙ୍କ ମୃତଦେହଠାରୁ ଅଳ୍ପ ଦୂରରେ ସମୀରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ମୃତ ସଙ୍ଗୀତାଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସଙ୍ଗୀତାଙ୍କୁ ହତ୍ୟା କରି ସମୀରା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Related story