ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ରବିନ୍ଦ୍ର ଆଉ ପଦ୍ମା ଜନ୍ମରୁ HIV ଆକ୍ରାନ୍ତ । ହେଲେ ଆଜି ସେହି ଭୟଙ୍କର ଭୂତାଣୁକୁ ପଛରେ ପକାଇ ପରସ୍ପରର ହାତ ଧରିଛନ୍ତି ଉଭୟେ। ବିବାଦ ବନ୍ଧନରେ ବାନ୍ଧି ହୋଇଛନ୍ତି ଏଚ୍ଆଇଭି ଆକ୍ରାନ୍ତ। ଗଞ୍ଜାମ ଜିଲ୍ଲା ଗୋପାଳପୁରର ଶ୍ରଦ୍ଧା ସଞ୍ଜୀବନି ଗୃହରେ ଅନୁଷ୍ଠିତ ହୋଇଛି ଏହି ନିଆରା ବିବାହ । ଆଉ ଏହି ବିବାହର ସାକ୍ଷୀ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।
ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସିଂରେ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଛନ୍ତି ଏବଂ ଭୁବନେଶ୍ୱର ଆସି ସାକ୍ଷାତ କରିବାକୁ ନିମନ୍ତ୍ରଣ କରିଛନ୍ତି। HIV ଆକ୍ରାନ୍ତ ବାପା-ମାଆଙ୍କ ମୃତ୍ୟୁ ପରେ ରବିନ୍ଦ୍ର ଓ ପଦ୍ମା, ଶ୍ରଦ୍ଧା ସଞ୍ଜୀବନି ଗୃହରେ ରହି ବଢିଥିଲେ । ପାଠ ପଢି ହାଇଦ୍ରାବାଦରେ ଚାକିରି ମଧ୍ୟ କରିଥିଲେ । ପରେ ଉଭୟେ ପରସ୍ପରକୁ ଜୀବନସାଥୀ ଭାବେ ବାଛିଥିଲେ। HIVକୁ ନଡରି ସମୟରେ ଔଷଧ ଖାଇ ସୁସ୍ଥ ରହିବାକୁ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ରବିନ୍ଦ୍ର ଓ ପଦ୍ମା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।