ଠକେଇ ମାମଲାରେ ପ୍ରଦୀପ ସେଠୀଙ୍କୁ ୫ ବର୍ଷ ଜେଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ କମ୍ପାନୀ ଅର୍ଥତତ୍ତ୍ୱର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜେଲ୍। ଏକ ଠକେଇ ମାମଲାରେ ପ୍ରଦୀପଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସମ୍ବଲପୁର ସିଜିଏମ୍‌ କୋର୍ଟ। ଅଧିକ ସୁଧ ଦେବାର ପ୍ରତିଶ୍ରୁତି ଦେଇ ପ୍ରଦୀପ ୨୦୧୩ ମସିହାରେ ବୁର୍ଲା ଆନନ୍ଦ ବିହାରର ରଘୁମଣି ଦାସଙ୍କଠାରୁ ୬ ଲକ୍ଷ ଟଙ୍କା ନେଇଥିଲେ। ତେବେ ସୁଧ କିମ୍ବା ମୂଳ ଫେରସ୍ତ ନ ହେବାରୁ ରଘୁମଣି ବୁର୍ଲା ଥାନାରେ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି […]

pradeep-shetty

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 10:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ କମ୍ପାନୀ ଅର୍ଥତତ୍ତ୍ୱର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜେଲ୍। ଏକ ଠକେଇ ମାମଲାରେ ପ୍ରଦୀପଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସମ୍ବଲପୁର ସିଜିଏମ୍‌ କୋର୍ଟ।

ଅଧିକ ସୁଧ ଦେବାର ପ୍ରତିଶ୍ରୁତି ଦେଇ ପ୍ରଦୀପ ୨୦୧୩ ମସିହାରେ ବୁର୍ଲା ଆନନ୍ଦ ବିହାରର ରଘୁମଣି ଦାସଙ୍କଠାରୁ ୬ ଲକ୍ଷ ଟଙ୍କା ନେଇଥିଲେ। ତେବେ ସୁଧ କିମ୍ବା ମୂଳ ଫେରସ୍ତ ନ ହେବାରୁ ରଘୁମଣି ବୁର୍ଲା ଥାନାରେ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ବିଚାରପତି ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।  ପ୍ରଦୀପ ସେଠୀ ଏବେ ସମ୍ବଲପୁର ମଣ୍ଡଳ କାରାଗାରରେ ରହୁଛନ୍ତି।

Related story