ଅର୍ଥ ଠକେଇ ଅଭିଯୋଗ: ଅଭିନେତା ପୁପିନ୍ଦରଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି କଲେ କୋର୍ଟ

ଭୁବନେଶ୍ୱର: ଅଭିନେତା ପୁପିନ୍ଦରଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି। ପୁପିନ୍ଦରଙ୍କ ସମେତ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଏହା ଜାରି ହୋଇଛି। ଭୁବନେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟ ଏହି ଏନ୍‌ବିଡବ୍ଲ୍ୟୁ ଜାରି କରିଛନ୍ତି।

ଫିଲ୍ମ ପାଇଁ ଜଣେ ଖଣି ବ୍ୟବସାୟୀଙ୍କଠୁ ଅର୍ଥ ଠକେଇ ଅଭିଯୋଗରେ ତାଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୁହାଯାଇଥିଲା। ହେଲେ ସେ ହାଜର ହୋଇ ନ ଥିଲେ। ତେଣୁ ପୁପିନ୍ଦର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଭୁବନେଶ୍ୱର ଜେଏମ୍ଏଫସି କୋର୍ଟଙ୍କ ପକ୍ଷରୁ ଏହି ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇଛି।