ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଓକିଲ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ କେନ୍ଦ୍ରାପଡ଼ା ରାଜନଗରର କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଓକିଲ ନୋଟିସ୍‌ ପଠାଇଛନ୍ତି। ଧାନ କିଣା ନେଇ ସୂର୍ଯ୍ୟଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଅଂଶୁମାନ ଏହି ନୋଟିସ ପଠାଇଥିବା ଜଣାପଡ଼ିଛି। ଏହି ମନ୍ତବ୍ୟ ପାଇଁ ସୂର୍ଯ୍ୟ କ୍ଷମା ମାଗନ୍ତୁ, କ୍ଷମା ନ ମାଗିଲେ ମାନହାନୀ ମକଦ୍ଦମା କରିବେ ବୋଲି ଅଂଶୁମାନ ଚେତାବନୀ ଦେଇଛନ୍ତି। ଧାନ କିଣା ଦୁର୍ନୀତିରେ ଅଂଶୁମାନଙ୍କ ପରିବାର ସଂପୃକ୍ତ ଅଛନ୍ତି ବୋଲି ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଥିଲେ। […]

tt

tt

Jyoshna Pradhan
  • Published: Tuesday, 04 December 2018
  • Updated: 04 December 2018, 09:12 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ କେନ୍ଦ୍ରାପଡ଼ା ରାଜନଗରର କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଓକିଲ ନୋଟିସ୍‌ ପଠାଇଛନ୍ତି। ଧାନ କିଣା ନେଇ ସୂର୍ଯ୍ୟଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଅଂଶୁମାନ ଏହି ନୋଟିସ ପଠାଇଥିବା ଜଣାପଡ଼ିଛି।

ଏହି ମନ୍ତବ୍ୟ ପାଇଁ ସୂର୍ଯ୍ୟ କ୍ଷମା ମାଗନ୍ତୁ, କ୍ଷମା ନ ମାଗିଲେ ମାନହାନୀ ମକଦ୍ଦମା କରିବେ ବୋଲି ଅଂଶୁମାନ ଚେତାବନୀ ଦେଇଛନ୍ତି।

ଧାନ କିଣା ଦୁର୍ନୀତିରେ ଅଂଶୁମାନଙ୍କ ପରିବାର ସଂପୃକ୍ତ ଅଛନ୍ତି ବୋଲି ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଥିଲେ। ତେବେ ସୂର୍ଯ୍ୟଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ଅସତ୍ୟ ବୋଲି ଅଂଶୁମାନ କହିଥିଲେ। ଆଉ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସେ ଚିଠି ଲେଖି ଜଣାଇଛନ୍ତି।

ତେବେ ଅଂଶୁମାନଙ୍କ ଓକିଲ ନୋଟିସ୍ ପ୍ରସଙ୍ଗରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos