ଗଞ୍ଜାମ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ: କୋର୍ଟ କାମ ଠପ୍‌

ବ୍ରହ୍ମପୁର( ଅଶୋକ ବ୍ରହ୍ମା): ବୁଗୁଡ଼ା ଥାନାରେ ଓକିଲ ହରପ୍ରସାଦ ଦାସଙ୍କୁ ଥାନା ଅଧିକାରୀଙ୍କ ମାଡ଼ ପ୍ରତିବାଦରେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଫଲରେ ଗଞ୍ଜାମର ବିଭିନ୍ନ କୋର୍ଟରେ ଆଜି କୌଣସି ଓକିଲ କାମରେ ଯୋଗ ଦେଇନାହାନ୍ତି। ଏହାଦ୍ୱାରା କୋର୍ଟଗୁଡିକରେ କାମ ଠପ୍‌ ହୋଇଯାଇଛି। ଗତକାଲି ବୁଗୁଡ଼ା ଓକିଲ ସଂଘ ସହ ଆଲୋଚନା ପରେ ଥାନାରେ ଏଫ୍‌ଆଇଆର୍‌ ଦିଆଯାଇଥିଲା। ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ଏସ୍‌ପି ଘଟଣାର ତଦନ୍ତ କରୁଛନ୍ତି। ରିପୋର୍ଟ ଆସିବା ପରେ […]

berhampur

Jyoshna Pradhan
  • Published: Thursday, 15 November 2018
  • , Updated: 15 November 2018, 01:20 PM IST

ବ୍ରହ୍ମପୁର( ଅଶୋକ ବ୍ରହ୍ମା): ବୁଗୁଡ଼ା ଥାନାରେ ଓକିଲ ହରପ୍ରସାଦ ଦାସଙ୍କୁ ଥାନା ଅଧିକାରୀଙ୍କ ମାଡ଼ ପ୍ରତିବାଦରେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଫଲରେ ଗଞ୍ଜାମର ବିଭିନ୍ନ କୋର୍ଟରେ ଆଜି କୌଣସି ଓକିଲ କାମରେ ଯୋଗ ଦେଇନାହାନ୍ତି। ଏହାଦ୍ୱାରା କୋର୍ଟଗୁଡିକରେ କାମ ଠପ୍‌ ହୋଇଯାଇଛି।

ଗତକାଲି ବୁଗୁଡ଼ା ଓକିଲ ସଂଘ ସହ ଆଲୋଚନା ପରେ ଥାନାରେ ଏଫ୍‌ଆଇଆର୍‌ ଦିଆଯାଇଥିଲା। ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ଏସ୍‌ପି ଘଟଣାର ତଦନ୍ତ କରୁଛନ୍ତି। ରିପୋର୍ଟ ଆସିବା ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ଗତ ମଙ୍ଗଳବାର ଦିନ ବୁଗୁଡ଼ା ଥାନା ଭିତରେ ଓକିଲ ହରପ୍ରସାଦ ଦାସଙ୍କୁ ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏକ ବିବାଦୀୟ ରାସ୍ତାକୁ ନେଇ ଆଲୋଚନା ପାଇ ଯାଇଥିବା ଓକିଲକୁ ପୁଲିସ୍‌ ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ହୋଇଥିଲା।

Related story