ଭୁବନେଶ୍ୱର ଭଳି ଗଞ୍ଜାମରେ ଦିଆଯିବ କୋଭାକ୍ସିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଭଳି ଗଞ୍ଜାମ ଜିଲ୍ଲାରେ ଦିଆଯିବ କରୋନା ଟିକା କୋଭାକ୍ସିନ। ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ କୋଭାକ୍ସିନ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ(BeMC) କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର। ପ୍ରଥମ ଡୋଜ ନେଇନଥିବା ଲୋକଙ୍କୁ ଏଣିକି କୋଭାକ୍ସିନ ଦିଆଯିବ। ଦ୍ୱିତୀୟ ଡୋଜ ବାକିଥିବା ଲୋକଙ୍କୁ କୋଭିସିଲ୍‌ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS। ତେବେ କୌଣସି ବ୍ୟକ୍ତିଙ୍କୁ […]

Vaccine

Vaccine

Manoranjan Sial
  • Published: Friday, 02 July 2021
  • Updated: 02 July 2021, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଭଳି ଗଞ୍ଜାମ ଜିଲ୍ଲାରେ ଦିଆଯିବ କରୋନା ଟିକା କୋଭାକ୍ସିନ। ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ କୋଭାକ୍ସିନ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ(BeMC) କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର। ପ୍ରଥମ ଡୋଜ ନେଇନଥିବା ଲୋକଙ୍କୁ ଏଣିକି କୋଭାକ୍ସିନ ଦିଆଯିବ। ଦ୍ୱିତୀୟ ଡୋଜ ବାକିଥିବା ଲୋକଙ୍କୁ କୋଭିସିଲ୍‌ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS। ତେବେ କୌଣସି ବ୍ୟକ୍ତିଙ୍କୁ ଯେପରି ଭିନ୍ନ ଭିନ୍ନ କମ୍ପାନୀର ଡୋଜ୍‌କୁ ମିଶାଇ ଭ୍ୟାକ୍ସିନ ଦିଆନଯାଏ, ସେନେଇ ଏକ ଜରୁରୀ ସୂଚନା ମଧ୍ୟ ଜାରି କରିଛନ୍ତି  ACS ପ୍ରଦୀପ୍ତ ମହାପାତ୍ର।

ସମଗ୍ର ରାଜ୍ୟରେ କୋଭିସିଲ୍‌ଡ ଟିକା ଦିଆଯାଉଥିବା ବେଳେ କେବଳ ଭୁବନେଶ୍ୱରରେ ଦିଆଯାଉଥିଲା କୋଭାକ୍‌ସିନ୍‌। ଯେଉଁଥିପାଇଁ କୋଭିସିଲ୍‌ଡ ଟିକାର ଅଭାବ ରହିଥିଲା। ଗତ ଦୁଇ ଦିନ ଧରି କେତେକ ଜିଲ୍ଲାରେ ଟିକା ଅଭାବ ଯୋଗୁ ଟିକାକେନ୍ଦ୍ର ବନ୍ଦ ହୋଇ ଯାଇଥିଲା। ଆଉ କିଛି କେନ୍ଦ୍ରରେ ଟିକା ନେବାକୁ ଆସି ଲୋକେ ନିରାଶ ହୋଇ ଫେରିଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା।

ଟିକା ଅଭାବ ନେଇ ଲୋକଙ୍କ ଭିତରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଆଜି ଓଡ଼ିଶାରେ ପହଞ୍ଚିଛି ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା। ଗୁରୁବାର ମଧ୍ୟ ୧ ଲକ୍ଷ କୋଭିସିଲ୍‌ଡ ଟିକା ଆସିଥିଲା। ସେହିପରି ୧ ଲକ୍ଷ ୮୨ ହଜାର କୋଭାକ୍ସିନ ଟିକା ମଧ୍ୟ ଓଡ଼ିଶାକୁ ଆସିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ କୋଭାକ୍ସିନ ମହଜୁଦ୍‌ ରହିଛି। ତେଣୁ ଗଞ୍ଜାମ ଜିଲ୍ଲାରେ କୋଭାକ୍ସିନ୍‌ ଟିକା ଦେବାର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos