ହାରୁଛି କରୋନା, ଦିନକରେ ଘରକୁ ଫେରିଲେ ୧୪୯

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାରୁଛି କରୋନା।  ରାଜ୍ୟରେ ଆଜି ଆଉ ୧୪୯ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୭ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିଭଳି ଖୋର୍ଦ୍ଧାରୁ ୨୬, ବଲାଙ୍ଗିରରୁ ୧୧, ଜଗତସିଂହପୁରରୁ ୮, ବାଲେଶ୍ୱର, ଯାଜପୁର ଓ ନୟାଗଡ଼ରୁ ୭ ଲେଖାଏଁ ସୁସ୍ଥ ହୋଇଛନ୍ତି। ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରୁ ୫ ଲେଖାଏଁ ସୁସ୍ଥ, ସୁନ୍ଦରଗଡ଼ରୁ ୪, […]

corona1

Tapaswini Nayak
  • Published: Wednesday, 10 June 2020
  • , Updated: 10 June 2020, 05:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାରୁଛି କରୋନା।  ରାଜ୍ୟରେ ଆଜି ଆଉ ୧୪୯ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୭ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିଭଳି ଖୋର୍ଦ୍ଧାରୁ ୨୬, ବଲାଙ୍ଗିରରୁ ୧୧, ଜଗତସିଂହପୁରରୁ ୮, ବାଲେଶ୍ୱର, ଯାଜପୁର ଓ ନୟାଗଡ଼ରୁ ୭ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରୁ ୫ ଲେଖାଏଁ ସୁସ୍ଥ, ସୁନ୍ଦରଗଡ଼ରୁ ୪, କେନ୍ଦୁଝରରୁ ୩, କଟକରୁ ୨ ଜଣ ସୁସ୍ଥ, ବୌଦ୍ଧ ଓ କୋରାପୁଟରୁ ମଧ୍ୟ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫୦ ପହଞ୍ଚିଥିବା ବେଳେ  ସେମାନଙ୍କ ମଧ୍ୟରୁ୨୨୮୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟମାନେ ବିଭିନ୍ନ କୋଭିଡ ହସପିଟାଲରେ  ଚିକତ୍ସାଧୀନ ଅଛନ୍ତି। ୯ ଜଣଙ୍କ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଉ ୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲେ ସୁଦ୍ଧା କରୋନା ଏହାର କାରଣ ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

 

Related story