ମୋ ସିନ୍ଦୂରରେ ନଜର ଲଗାଇଛି କରୋନା; ଦୟାକର ମୋ’ ଗୁହାରୀ ଶୁଣନ୍ତୁ

ବାସୁଦେବପୁର(କିରିଟ ଦାସ): ନୂଆ ନୂଆ ବାହାଘର। ଶଙ୍ଖା, ସିନ୍ଦୂର ପିନ୍ଧି କେତେ ସ୍ୱପ୍ନ ନେଇ ଆସିଥିଲେ ମୌସୁମୀ। ଇଞ୍ଜିନିୟର ବର ଅଭିଷେକଙ୍କୁ ଜୀବନସାଥୀ ଭାବେ ପାଇ ସେ ବେଶ୍‌ ଖୁସି ଥିଲେ। ହେଲେ ହାତଗଣ୍ଠି ପଡ଼ିବାର ୮ ଦିନ ବିତିନି, ସିନ୍ଦୂରରେ ନଜର ଲଗାଇ ଦେଲା ନିଆଁ ଲଗା କରୋନା! ଏବେ ଜୀବନ ଯୁଦ୍ଧରେ ଲଢ଼ୁଛନ୍ତି ସ୍ୱାମୀ ଅଭିଷେକ। ଆଉ ତାଙ୍କ ଚିକିତ୍ସା ଅତି ବ୍ୟୟ ବହୁଳ ହୋଇଥିବାରୁ ସହାୟତା ପାଇଁ ନେହୁରା ହେଉଛନ୍ତି ପତ୍ନୀ ମୌସୁମୀ। […]

bhadrak

bhadrak

Manoranjan Sial
  • Published: Tuesday, 08 June 2021
  • Updated: 08 June 2021, 09:23 PM IST

ବାସୁଦେବପୁର(କିରିଟ ଦାସ): ନୂଆ ନୂଆ ବାହାଘର। ଶଙ୍ଖା, ସିନ୍ଦୂର ପିନ୍ଧି କେତେ ସ୍ୱପ୍ନ ନେଇ ଆସିଥିଲେ ମୌସୁମୀ। ଇଞ୍ଜିନିୟର ବର ଅଭିଷେକଙ୍କୁ ଜୀବନସାଥୀ ଭାବେ ପାଇ ସେ ବେଶ୍‌ ଖୁସି ଥିଲେ। ହେଲେ ହାତଗଣ୍ଠି ପଡ଼ିବାର ୮ ଦିନ ବିତିନି, ସିନ୍ଦୂରରେ ନଜର ଲଗାଇ ଦେଲା ନିଆଁ ଲଗା କରୋନା! ଏବେ ଜୀବନ ଯୁଦ୍ଧରେ ଲଢ଼ୁଛନ୍ତି ସ୍ୱାମୀ ଅଭିଷେକ। ଆଉ ତାଙ୍କ ଚିକିତ୍ସା ଅତି ବ୍ୟୟ ବହୁଳ ହୋଇଥିବାରୁ ସହାୟତା ପାଇଁ ନେହୁରା ହେଉଛନ୍ତି ପତ୍ନୀ ମୌସୁମୀ। ଆଜି ଏପରି ଖବର ଭଦ୍ରକରୁ ଆସିଛି।

ବାସୁଦେବପୁର ଅଭିଷେକ ମହାପାତ୍ର। ବାପା-ମାଆଙ୍କର ଏକମାତ୍ର ପୁଅ। ସେ ଉମାନ୍‌ରେ ସିଭିଲ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। ବାହା ହେବା ପାଇଁ ମାର୍ଚ୍ଚ ୨୫ ତାରିଖରେ ଘରକୁ ଆସିଥିଲେ। ମେ’ ୫ ତାରିଖରେ ହାତକୁ ଦୁଇ ହାତ ହୋଇଥିଲେ ଅଭିଷେକ। ସେ ମୌସୁମୀ ମହାନ୍ତିଙ୍କୁ ବିବାହ କରିଥିଲେ। ବିବାହର ୮ ଦିନ ପରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ ଅଭିଷେକ। ପରେ ତାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା।

ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୀର୍ଘ ୨୩ ଦିନ ଧରି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ଅଭିଷେକ ମହାପାତ୍ର। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁନାହିଁ।

ଦିନକୁ ଦିନ ଅଭିଷେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁଥିବାରୁ ଇକ୍‌ମୋ ଚିକିତ୍ସା ପଦ୍ଧତ୍ତି ଆପଣାଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ଏହି ପଦ୍ଧତ୍ତି ଓଡ଼ିଶାରେ ଉପଲବ୍ଧ ନଥିବାରୁ ପଶ୍ଚିମବଙ୍ଗକୁ ନେବାକୁ ପଡ଼ିବ। ଏଥିପାଇଁ ଅର୍ଥ ସାଜିଛି ବିରାଟ ପ୍ରତିବନ୍ଧକ। ଅଭିଷେକଙ୍କୁ ଏୟାରଲିଫ୍ଟିଂ ପାଇଁ ଦରକାର ପାଖାପାଖି ୩୦ଲକ୍ଷ ଟଙ୍କା। ଏଥିସହ ଚିକିତ୍ସା ବାବଦକୁ ଦରକାର ବହୁ ଅର୍ଥ। ପାଖରେ ଏତେ ଟଙ୍କା ନଥିବାରୁ ଗୁହାରୀ କରୁଛନ୍ତି ପତ୍ନୀ ମୌସୁମୀ। ଅଭିଷେକଙ୍କ ମାଆ ମଧ୍ୟ ପୁଅର ଜୀବନ ରକ୍ଷା ଲାଗି ବଦାନ୍ୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରାର୍ଥନା କରୁଛନ୍ତି। ଯଦି କୌଣସି ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତାହାହେଲେ-ଏସ୍‌ବିଆଇ ଆକାଉଣ୍ଟ ନମ୍ୱର :-20212111429, IFSC cord-SBIN0002014 ରେ ପଠାଇବାକୁ ଅନୁରୋଧ। ଏହାଛଡ଼ା GPay/Phone Pay-9692999900 ରେ ପଠାଇବାକୁ ଅନୁରୋଧ।

କରୋନାର ଦ୍ୱିତୀୟ ଲହରିରେ ଅନେର ରୋଗୀଙ୍କ ପାଖରେ ରୋଗର ଜଟିଳତା ବଢୁଥିବାରୁ ଇକ୍‌ମୋ ଚିକିତ୍ସା ଦରକାର ପଡୁଛି। ହେଲେ ରାଜ୍ୟର ଏହାର ପର୍ଯ୍ୟାପ୍ତ ସୁବିଧା ନଥିବାରୁ ବ୍ୟୟବହୁଳ ଚିକିତ୍ସା ପାଇଁ ଓଡ଼ିଶା ବାହାରକୁ ଯିବା ଏବେ ଅନେକଙ୍କ ପାଇଁ ଅସାଧ୍ୟ ହୋଇପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story