ଭୟ ଦେଖାଇଲେ ସରକାର, ସତର୍କ ନହେଲେ ପଜିଟିଭ୍ ସଂଖ୍ୟା ହେବ ୩ରୁ ୩ହଜାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ଲୋକମାନେ ସତର୍କ ନହେଲେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ନିଆଁ ଭଳି ମାଡ଼ି ଯାଇପାରେ ବୋଲି ରାଜ୍ୟ ସରକାର ସତର୍କ କରାଇ ଦେଇଛନ୍ତି। ଇଟାଲୀର ରୋମ୍ ଓ ଆମେରିକାର ନ୍ୟୁୟର୍କ ସହର ଭଳି ଓଡ଼ିଶାର ପ୍ରମୁଖ ଜିଲ୍ଲା ମୁଖ୍ୟାଳୟଗୁଡ଼ିକର ଜନଗହଳି(ବର୍ଗକିମି ପିଛା) ହୋଇଥିବାରୁ ରାଜ୍ୟରେ ପଜେଟିଭ୍ ସଂଖ୍ୟା ୩ରୁ ୩୦,ପୁଣି ୩୦ରୁ ୩୦୦ ବା ୩ହଜାର ଛୁଇଁବ କି ନାହିଁ ତାହା […]

76590

76590

Tapas Behera
  • Published: Tuesday, 31 March 2020
  • Updated: 01 April 2020, 07:53 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ଲୋକମାନେ ସତର୍କ ନହେଲେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ନିଆଁ ଭଳି ମାଡ଼ି ଯାଇପାରେ ବୋଲି ରାଜ୍ୟ ସରକାର ସତର୍କ କରାଇ ଦେଇଛନ୍ତି। ଇଟାଲୀର ରୋମ୍ ଓ ଆମେରିକାର ନ୍ୟୁୟର୍କ ସହର ଭଳି ଓଡ଼ିଶାର ପ୍ରମୁଖ ଜିଲ୍ଲା ମୁଖ୍ୟାଳୟଗୁଡ଼ିକର ଜନଗହଳି(ବର୍ଗକିମି ପିଛା) ହୋଇଥିବାରୁ ରାଜ୍ୟରେ ପଜେଟିଭ୍ ସଂଖ୍ୟା ୩ରୁ ୩୦,ପୁଣି ୩୦ରୁ ୩୦୦ ବା ୩ହଜାର ଛୁଇଁବ କି ନାହିଁ ତାହା କାହା ହାତରେ ସେ ନେଇ ଉତ୍ତର ଖୋଜିବାର ଆବଶ୍ୟକତା ଅଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ‘କରୋନା ଭାଇରସ’ ଓ ଲକଡାଉନ୍ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ବାଗଚୀ କିଭଳି ସଂକ୍ରମିତଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ ତାହାର ଏକ ତଥ୍ୟଭିତ୍ତିକ ଚିତ୍ର ଉପସ୍ଥାପନ କରିଛନ୍ତି। କେବଳ ସମୟ ଓ ସହରାଞ୍ଚଳର ଜନବହୁଳତାକୁ ଉପରେ ନଜର ରଖିବାକୁ ହେବ। ଜାନୁୟାରୀ ୨୨ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସ୍ଥିତି ସମ୍ପର୍କରେ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି କହିଛନ୍ତି ଯେ, ଅତି ସନ୍ତର୍ପଣରେ ଏହି ଭୂତାଣୁ ଆଗେଉଛି। ଜାନୁୟାରୀ ୨୨ରୁ ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଏହା ଅତି ସନ୍ତର୍ପଣରେ ଥିବାବେଳେ ମାର୍ଚ୍ଚ ୧୦ରୁ ୨୭ ମଧ୍ୟରେ ବିସ୍ଫୋରଣର ରୂପ ନେଇଛି। ମାତ୍ର ୧୫ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ରୁ ୮ଲକ୍ଷ ହୋଇଛି। ଚାଳଘରେ ନିଆଁ ଲାଗିଲା ପରି ଏହା ଉପରକୁ ଉଠିଛି। ସମୟ ଅନୁସାରେ ଏହାର ଗତି ହଠାତ୍ ବଢ଼ୁଛି।

ସେହିପରି ଜନବହୁଳତା ମଧ୍ୟ ସଂକ୍ରମଣ ବ୍ୟାପିବାର ଏକ ପ୍ରମୁଖ କାରଣ। ଚୀନରେ ଲକଡାଉନକୁ ଲୋକମାନେ ସହଯୋଗ କରିବାରୁ ଏହା ଏତେ ବ୍ୟାପୀ ପାରିନଥିଲା। କିନ୍ତୁ ଇଟାଲୀ ଓ ଆମେରିକାରେ ଲକଡାଉନ୍ ଓ ସଙ୍ଗରୋଧ ନିୟମ ପାଳନ ନହେବାରୁ ଏହା ବ୍ୟାପିଥିଲା। ବିଶେଷକରି ଆମେରିକାରେ ଏହା ହୁହୁ ହୋଇ ବ୍ୟାପିଛି। ଆମେରିକାର ନ୍ୟୁୟର୍କ ସହରରେ ପ୍ରତି ବର୍ଗକିମିରେ ୧୦ହଜାର ଲୋକ ରହୁଥିବାବେଳେ ରୋମ ସହରରେ ବର୍ଗକିମି ୫ହଜାର ଲୋକ ରହୁଛନ୍ତି। ସେହିପରି ଦେଖିଲେ ଓଡ଼ିଶାରେ ପୁରୀ ସହରରେ ବର୍ଗକିମି ୧୨ହଜାର ଲୋକ ରହୁଥିବାବେଳେ ଭୁବନେଶ୍ୱରରେ ୬ହଜାର ସମେତ ରାଜ୍ୟର ପ୍ରମୁଖ ଜିଲ୍ଲା ମୁଖ୍ୟାଳୟ ଯଥା ବରଗଡ, ଭବାନୀପାଟଣା, ବ୍ରହ୍ମପୁର, ଭଦ୍ରକ, ରାୟଗଡ଼ା, କଟକ,ଜୟପୁର ଭଳି ସହରର ଜନ ଗହଳି ବର୍ଗକିମି ୫ହଜାର ହେବ। ଯାହାକି ରୋମ୍ ସହରର ଜନଗହଳି ଭଳି ସମାନ। ତା’ଛଡ଼ା ଓଡ଼ିଶାରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ସଂକ୍ରମଣର ଆଶଙ୍କା ଅଧିକ। ତେଣୁ ଟିକେ ସତର୍କ ନହେଲେ ରୋମ ସହରରେ ଆକ୍ରାନ୍ତ ଭଳି ଓଡ଼ିଶାର ସହରାଞ୍ଚଳଗୁଡ଼ିକର ସ୍ଥିତି ହୋଇପାରେ ବୋଲି ଶ୍ରୀ ବାଗଚୀ ସତର୍କ କରାଇ ଦେଇଛନ୍ତି। ତେଣୁ ଓଡ଼ିଶାରେ କରୋନା ସଂକ୍ରମିତ ବା ପଜେଟିଭ୍ ସଂଖ୍ୟା ୩ରେ ରହିଛି ବୋଲି ଆମେ ନିଜକୁ ଅଭିନନ୍ଦନ ଜଣାଇବା କିମ୍ବା ନୀତିନିୟମ କୋହଳ କରିବା, ସେ ସମୟ ଆସିନାହିଁ। ୩ରୁ ୩ହଜାର ଯିବା-ନଯିବା କାହା ହାତରେ ଅଛି ସେ ଉତ୍ତର ଖୋଜି ସତର୍କ ରହିବାର ଆବଶ୍ୟକତା ଅଛି।

ଶ୍ରୀ ବାଗଚୀ କରୋନା ସଂକ୍ରମିତଙ୍କ ତଥ୍ୟ ଦେଇ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ଆଜିସୁଦ୍ଧା ୨୦୦ଟି ଦେଶ ଓ ୨ଟି ଜାହାଜରେ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୮୯ହଜାର ୯୨୬ଜଣ ଥିବାବେଳେ ୩୮୧୦୩ଜଣଙ୍କ ମୃତ୍ୟୁ ହୋଇଛି। ୨୪ଘଣ୍ଟା ମଧ୍ୟରେ ୪୧୦୩ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଭାରତରେ ମୋଟ ୧୨୫୧ଜଣ ସଂକ୍ରମିତ ଥିବାବେଳେ ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ôଚଛି।
ଓଡ଼ିଶାରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ମୋଟ୍ ୪୭୩ଟି ନମୁନା ପରୀକ୍ଷା ପାଇ ପଠାଯାଇଥିଲା ଓ ପୂର୍ବଭଳି ସେଥିରୁ ମାତ୍ର ୩ଟି ପଜେଟିଭ୍ ରହିଛି। ପ୍ରଥମ ୨ଜଣ ପଜେଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣ ଓ ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ଜଣଙ୍କୁ ଚିହ୍ନଟ କରାଯାଇଛି ଓ ସେମାନଙ୍କ ସହ ଯୋଗାଯୋଗ ଜାରି ରହିଛି।

ବିଭିନ୍ନ ମେଡିକାଲରେ ୫୭ଜଣ କରୋନା ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖାଯାଇଛି। ସେହିପରି ଅନଲାଇନରେ ୧୧,୫୭୫ଜଣ ପଞ୍ଜିକୃତ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୪୩୦୪ଜଣ ବିଦେଶରୁ ଆସିଛନ୍ତି।
ହଜରତ୍ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୩ଜଣଙ୍କୁ ବର୍ତ୍ତମାନସୁଦ୍ଧା ଚିହ୍ନଟ କରି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଓ ଅନ୍ୟମାନଙ୍କ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଛି। କୋଭିଡ-୧୯ ମାର୍ଗଦର୍ଶିକା ନିୟମ ଭାଙ୍ଗିଥିବାରୁ ଗତ ୨୪ଘଣ୍ଟା ମଧ୍ୟରେ ୨୦୯ଟି ମାମଲା ରୁଜୁ ହୋଇଛି। ସେଥିରେ ୧୯୮ଟି ଲକଡାଉନ୍ ସମ୍ପର୍କିତ ମାମଲା ବୋଲି ଶ୍ରୀ ବାଗଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story