ଭୟଙ୍କର ହେଉଛି ମେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭୟଙ୍କର ହେଉଛି ମେ’। କରୋନା ସଂକ୍ରମଣ ସାଙ୍ଗକୁ ହୁ ହୁ ବଢୁଛି ମୃତ୍ୟୁୟସଂଖ୍ୟା । ସ୍ଥିତି ଏମିତି ଯେ, ସରକାରୀ ତଥ୍ୟ ଅନୁଯାୟୀ ଦ୍ୱିତୀୟ ଲହର ତାର ଘାତକ ରୂପ ଦେଖାଇବା ପରଠୁ ଏପ୍ରିଲ୍ ମାସରେ ଯେଉଁଠି ୧୨୨ ଜଣଙ୍କ ମୃତ୍ୟୁୟ ହୋଇଥିଲା, ସେଠି ମେ ମାସର ପ୍ରଥମ ୯ ଦିନରେ ଗଲାଣି ୧୩୭ ଜୀବନ । ମହାମାରୀର ଏ ଘାତକ ରୂପକୁ ନେଇ ଚିନ୍ତା ବଢୁଥିଲା ବେଳେ ବିଶେଷଜ୍ଞଙ୍କ କହିବା କଥା ସଂକ୍ରମଣ […]

Covid19

Covid19

Tapas Behera
  • Published: Sunday, 09 May 2021
  • Updated: 09 May 2021, 09:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭୟଙ୍କର ହେଉଛି ମେ’। କରୋନା ସଂକ୍ରମଣ ସାଙ୍ଗକୁ ହୁ ହୁ ବଢୁଛି ମୃତ୍ୟୁୟସଂଖ୍ୟା । ସ୍ଥିତି ଏମିତି ଯେ, ସରକାରୀ ତଥ୍ୟ ଅନୁଯାୟୀ ଦ୍ୱିତୀୟ ଲହର ତାର ଘାତକ ରୂପ ଦେଖାଇବା ପରଠୁ ଏପ୍ରିଲ୍ ମାସରେ ଯେଉଁଠି ୧୨୨ ଜଣଙ୍କ ମୃତ୍ୟୁୟ ହୋଇଥିଲା, ସେଠି ମେ ମାସର ପ୍ରଥମ ୯ ଦିନରେ ଗଲାଣି ୧୩୭ ଜୀବନ । ମହାମାରୀର ଏ ଘାତକ ରୂପକୁ ନେଇ ଚିନ୍ତା ବଢୁଥିଲା ବେଳେ ବିଶେଷଜ୍ଞଙ୍କ କହିବା କଥା ସଂକ୍ରମଣ ବଢୁଥିବାରୁ ସ୍ୱାଭାବିକ ଭାବେ ମୃତ୍ୟୁୟସଂଖ୍ୟା ବି ବଢୁଛି।  ହେଲେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ମୃତ୍ୟୁହାର ଯଥେଷ୍ଟ କମ୍ । ଏହାସତ୍ତ୍ୱେ ଅନେକ ସ୍ଥାନରେ ଅହରହ ଜଳୁଥିବା ଶ୍ମଶାନର ଜୁଇ ଲୋକଙ୍କ ସନ୍ଦେହ ବଢାଉଛି।

ସରକାରୀ ତଥ୍ୟ କହୁଛି ରାଜ୍ୟରେ କେବଳ ଏଇ ମେ’ ମାସର ପ୍ରଥମ ୯ ଦିନରେ ମହାମାରୀ ୧୩୭ ଜୀବନ ନେଲାଣି । ମେ’ ପହିଲାରୁ ଏଯାବତ୍ କେବଳ ଦୁଇ ଦିନକୁ ଛାଡ଼ିଦେଲେ ପ୍ରତିଦିନ ୧୪ କିମ୍ବା ତା ଉପରେ ମୃତ୍ୟୁର ଟ୍ରେଣ୍ଡ ରହୁଛି । ରାଜ୍ୟକୁ କରୋନା ଛୁଇଁବା ପରଠୁ ଗତକାଲି ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଜି ବି ଆଉ ୧୯ ଜଣଙ୍କ ଜୀବନ ଯାଇଛି ।

ତେବେ ରାଜ୍ୟରେ ଦ୍ୱିତୀୟ ଲହର ଅନୁଭୂତ ହେବା ପରଠୁ ଏପ୍ରିଲ୍ ମାସରେ କରୋନାରେ ୧୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଚଳିତ ମାସ ୯ ଦିନ ଭିତରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଚିନ୍ତା ବଢ଼ାଇଛି । ହେଲେ ବିଶେଷଜ୍ଞଙ୍କ କହିବା କଥା ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାର ଡେଇଁ ସାରିଥିବାରୁ ସେହି ଅନୁସାରେ ସ୍ୱାଭାବିକ ଭାବେ ମୃତ୍ୟୁ ସଂଖ୍ୟା ବି ବଢ଼ିଛି । ହେଲେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁହାର ଯଥେଷ୍ଟ କମ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos