ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଜି ଅଧିକ ସଂଖ୍ୟକ ଘରୋଇ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ନିମନ୍ତେ ନୂଆ ପରାମର୍ଶନାମା ଜାରି କରିଛନ୍ତି। ୩୦ ବେଡ୍ ବିଶିଷ୍ଟ ଅବା ତା’ଠୁ ଅଧିକ ସଂଖ୍ୟକ ବେଡ୍ ଥିବା ଘରୋଇ ହସ୍ପିଟାଲଗୁଡ଼ିକ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଗାଇଡଲାଇନ୍ ଅନୁସାରେ କୋଭିଡ୍ ସଂକ୍ରମିତଙ୍କୁ ଚିକିତ୍ସା କରିପାରିବେ। ଏଥିପାଇଁ ରାଜ୍ୟ ସରକାର ଆଜି ଏକ ନୂଆ ରେଟ୍ ଚାର୍ଟ ଜାରି କରିଛନ୍ତି। ଯାହାକି ଅଗଷ୍ଟ ୧୪ତାରିଖରେ ଜାରି ହୋଇଥିବା କୋଭିଡ୍ ଚିକିତ୍ସା ରେଟ୍ ତୁଳନାରେ ସାମାନ୍ୟ କମ୍ ରହିଛି। ଅବଶ୍ୟ ଚଳିତଥର କୋଭିଡ୍ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ଉଭୟ ଏନଏବିଏଚ୍ ଓ ଅଣଏନଏବିଏଚ୍ ଘରୋଇ ହସ୍ପିଟାଲ ପାଇଁ ଚିକିତ୍ସା ଦର ନିର୍ଦ୍ଧାରଣ କରିଛନ୍ତି। ପୂର୍ବରୁ ଦୈନିକ ପ୍ରାୟ ୧୮ହଜାର ଟଙ୍କା କୋଭିଡ୍ ରୋଗୀଙ୍କ ପିଛାରେ ଚିକିତ୍ସା ଖର୍ଚ୍ଚ ସରକାର ଧାର୍ଯ୍ୟ କରିଥିବାବେଳେ ଆଜିର ସଂଶୋଧିତ ଦର ଏହା ତୁଳନାରେ କମ୍ ରହିଛି।
ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ ୩୦ରୁ ଅଧିକ ବେଡ୍ ଥିବା ଘରୋଇ ହସ୍ପିଟାଲଗୁଡ଼ିକ କୋଭିଡ୍ ଚିକିତ୍ସା କରିପାରିବେ। ଏଥିପାଇଁ ରାଜ୍ୟ ସରକାର ନିଜର ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ-୧୯୯୦ରେ ଅନ୍ତର୍ଗତ ଏହି ୩୦ ବେଡ୍ ବା ତା’ଠୁ ଅଧିକ ସଂଖ୍ୟାରେ ବେଡ୍ ଥିବା ଘରୋଇ ହସ୍ପିଟାଲଗୁଡ଼ିକୁ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟରେ ଅଧିକ ସଂଖ୍ୟକ କୋଭିଡ୍ ହେଲଥ ସେଣ୍ଟର ଓ ସମର୍ପିତ କୋଭିଡ୍ ହସ୍ପିଟାଲର ଆବଶ୍ୟକତା ଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନୂଆ ନିୟମ ଅନୁସାରେ ଘରୋଇ ହସ୍ପିଟାଲଗୁଡ଼ିକ ନିଜର ୧୦ ପ୍ରତିଶତ ବେଡକୁ କୋଭିଡ୍ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବେ। ଆବଶ୍ୟକ ସ୍ଥଳେ ନିଜର ସମସ୍ତ ହସ୍ପିଟାଲକୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଉପଲବ୍ଧ କରିବାର ବିକଳ୍ପ ବି ଖୋଲା ରଖିଥିବେ।
ଏଥିପାଇଁ ରାଜ୍ୟ ସରକାର କେତେକ ଗାଇଡଲାଇନ୍ ସହ ଅଗଷ୍ଟ ୧୪ତାରିଖରେ ଜାରି କରିଥିବା ରେଟ୍ ଚାର୍ଟରେ କେତେକ ସଂଶୋଧନ କରିଛନ୍ତି।
ଏଥିପାଇଁ ରାଜ୍ୟ ସରକାର କେତେକ ଗାଇଡଲାଇନ୍ ସହ ଅଗଷ୍ଟ ୧୪ତାରିଖରେ ଜାରି କରିଥିବା ରେଟ୍ ଚାର୍ଟରେ କେତେକ ସଂଶୋଧନ କରିଛନ୍ତି।
ନୂଆ ସଂଶୋଧିତ ରେଟ୍ ଚାର୍ଟ ଅନୁସାରେ କୋଭିଡ୍ ରୋଗୀଙ୍କ ପାଇଁ ଜେନେରାଲ ବେଡ୍ ଦର ଓ ଚିକିତ୍ସା ଖର୍ଚ୍ଚ ଦୈନିକ ୨୯୫୦ଟଙ୍କାରୁ ୪୭୫୦ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ତାହା ଅପରିବର୍ତ୍ତିତ ରହିଛି। ମାତ୍ର ଆଇସିୟୁ ବେଡ୍ ଦର ୧୪ରୁ ୧୭ହଜାର ଟଙ୍କା ଥିବାବେଳେ ଆଜି ସେଥିରେ ସଂଶୋଧନ କରାଯାଇ ୧୦ରୁ ୧୭ହଜାର ଟଙ୍କା କରାଯାଇଛି । ସେହିପରି ଆଇସିୟୁ-ଭେଣ୍ଟିଲେଟର ସୁବିଧା ଥିବା ବେଡ ନିମନ୍ତେ ରୋଗୀ ପିଛା ଦୈନିକ ୧୨ରୁ ୧୮ହଜାର ଟଙ୍କା ଖର୍ଚ୍ଚ ହେବ। ପୂର୍ବରୁ ଏହା ୧୫ରୁ ୧୮ହଜାର ଟଙ୍କା ଥିଲା। ଆଇସିୟୁ ବେଡ ଅଣଏନଏବିଏଚ୍ ହସ୍ପିଟାଲରେ ସର୍ବାଧିକ ୧୦ହଜାର ଟଙ୍କା ଦୈନିକ ଥିବାବେଳେ ଆଇସିୟୁ ଭେଣ୍ଟିଲେଟର ବେଡ୍ ସର୍ବାଧିକ ୧୨ହଜାର ଟଙ୍କା ଦୈନିକ ଧାର୍ଯ୍ୟ ହୋଇଛି।
ଏସବୁ ବ୍ୟତୀତ ସରକାର ଏଣିକି ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ରୋଗୀମାନେ ଚାହିଁଲେ ନିଜ ଖର୍ଚ୍ଚରେ ଚିିକିତ୍ସା ହୋଇପାରିବେ ବୋଲି ଅନୁମତି ଦେଇଛନ୍ତି। ଯଦି କୌଣସି ରୋଗୀ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଏ ଓ ସେ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ପଜେଟିଭ୍ ଥିବା ଜଣାପଡେ। ସେ ଚାହିଁଲେ ନିଜ ଖର୍ଚ୍ଚରେ ହସ୍ପିଟାଲରେ ଚିକିତ୍ସା ହୋଇପାରିବେ। ଏଥିପାଇଁ ରୋଗୀ ନିଜ ଖର୍ଚ୍ଚ ଅବା ନିଜର ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ବି ଚିକିତ୍ସା କରାଇପାରିବେ। ଏହି ରୋଗୀମାନଙ୍କ ଖର୍ଚ୍ଚକୁ ସରକାର ବହନ କରିବେ ନାହିଁ। ତେବେ ମାତ୍ରାଧିକ ଚିକିତ୍ସା ଖର୍ଚ୍ଚ ଯଦି କୌଣସି ହସ୍ପିଟାଲ ନିଏ ତାହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ତାଗିଦ୍ କରିଛନ୍ତି।