ଟ୍ରେନ୍‌ ବଗିରେ କୋଭିଡ୍‌ ହସ୍‌ପିଟାଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ମୁକାବିଲା ପାଇଁ ସରକାରଙ୍କୁ ସହଯୋଗର ହାତ ବଢାଇଛି ରେଳ ବିଭାଗ। ପାଞ୍ଚ ହଜାର ରେଲୱେ କୋଚକୁ କୋଭିଡ୍ କେୟାର ସେଣ୍ଟରରେ ପରିବର୍ତ୍ତନ କରାଯାଇଛି।  ଭୁବନେଶ୍ୱର ଓ ଖୋର୍ଦ୍ଧାରେ କୋଭିଡ୍ କେୟାର କୋଚ୍ ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଯୋଗାଇ ଦି‌ଆଯାଇଛି। ସମ୍ବଲପୁର, ଟିଟଲାଗଡ, କଣ୍ଟାବାଞ୍ଚି, ରାୟଗଡା, କୋରାପୁଟ, ଝାରସୁଗୁଡା ଓ ରାଉରକେଲାରେ କୋଚ୍ ପ୍ରସ୍ତୁତ ପାଇଁ ଯୋଜନା ରହିଛି। ଏଥିପାଇଁ ନୋଡାଲ ଅଫିସର ନିଯୁକ୍ତି ଲାଗି ମୁଖ୍ୟ ଶାସନ ସଚିବଙ୍କୁ […]

uuuuuuuuuuuu9999

Tapaswini Nayak
  • Published: Friday, 08 May 2020
  • , Updated: 08 May 2020, 01:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ମୁକାବିଲା ପାଇଁ ସରକାରଙ୍କୁ ସହଯୋଗର ହାତ ବଢାଇଛି ରେଳ ବିଭାଗ। ପାଞ୍ଚ ହଜାର ରେଲୱେ କୋଚକୁ କୋଭିଡ୍ କେୟାର ସେଣ୍ଟରରେ ପରିବର୍ତ୍ତନ କରାଯାଇଛି।  ଭୁବନେଶ୍ୱର ଓ ଖୋର୍ଦ୍ଧାରେ କୋଭିଡ୍ କେୟାର କୋଚ୍ ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଯୋଗାଇ ଦି‌ଆଯାଇଛି। ସମ୍ବଲପୁର, ଟିଟଲାଗଡ, କଣ୍ଟାବାଞ୍ଚି, ରାୟଗଡା, କୋରାପୁଟ, ଝାରସୁଗୁଡା ଓ ରାଉରକେଲାରେ କୋଚ୍ ପ୍ରସ୍ତୁତ ପାଇଁ ଯୋଜନା ରହିଛି। ଏଥିପାଇଁ ନୋଡାଲ ଅଫିସର ନିଯୁକ୍ତି ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ରେଳ ମନ୍ତ୍ରାଳୟ।

ସାମାନ୍ୟ କିମ୍ବା ଅତି ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ ଏହି କୋଚରେ ରଖାଯିବ ବୋଲି ସୂଚନା ମିଳିଛି। ଯେଉଁ ରାଜ୍ୟମାନଙ୍କରେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ  ପର୍ଯ୍ୟାପ୍ତ  ଚିକିତ୍ସା ସୁବିଧା ଉପଲବ୍ଧ ନ ଥିବ, ସେହି ରାଜ୍ୟମାନେ ଏହି କୋଚ୍‌ଗୁଡ଼ିକୁ ବ୍ୟବହାର କରିପାରିବେ।

Related story