ବାରିପଦାରେ କୋଭିଡ୍ ହସ୍ପିଟାଲ୍ ଲୋକାର୍ପିତ
ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ସଦର ମହକୁମା ବାରିପଦାରେ ଆଜି କୋଭିଡ୍-୧୯ ହସ୍ପିଟାଲ୍ ଲୋକାର୍ପିତ ହୋଇଛି। କିମ୍ସ ପରିସରରେ ପ୍ରତିଷ୍ଠା ହୋଇଥିବା ଏହି ହସ୍ପିଟାଲ୍ରେ ୨୦୦ ବେଡ୍ ସହିତ ୧୦ଟି ଆଇସିୟୁ ରହିଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଓ କିମ୍ସ କର୍ତ୍ତୃପକ୍ଷ ଯୋଗଦେଇ ହସ୍ପିଟାଲ୍କୁ ଲୋକାର୍ପିତ କରିଛନ୍ତି। ଏଠାରେ ପ୍ରତିଷ୍ଠା କରାଯାଇଥିବା କୋଭିଡ୍ ମେଡିକାଲ୍ରେ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଏପରିକି ସେମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାର ସୁବିଧା […]
ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ସଦର ମହକୁମା ବାରିପଦାରେ ଆଜି କୋଭିଡ୍-୧୯ ହସ୍ପିଟାଲ୍ ଲୋକାର୍ପିତ ହୋଇଛି। କିମ୍ସ ପରିସରରେ ପ୍ରତିଷ୍ଠା ହୋଇଥିବା ଏହି ହସ୍ପିଟାଲ୍ରେ ୨୦୦ ବେଡ୍ ସହିତ ୧୦ଟି ଆଇସିୟୁ ରହିଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଓ କିମ୍ସ କର୍ତ୍ତୃପକ୍ଷ ଯୋଗଦେଇ ହସ୍ପିଟାଲ୍କୁ ଲୋକାର୍ପିତ କରିଛନ୍ତି। ଏଠାରେ ପ୍ରତିଷ୍ଠା କରାଯାଇଥିବା କୋଭିଡ୍ ମେଡିକାଲ୍ରେ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଏପରିକି ସେମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାର ସୁବିଧା ସୁବିଧା ସୁଯୋଗ ଜିଲ୍ଲା ତଥା ଜିଲ୍ଲା ବାହାର ରୋଗୀମାନେ ନେଇପାରିବେ।
ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଛନ୍ତି-“ଭଗବାନଙ୍କୁ କୃପାରୁ ଏହି ଜିଲ୍ଲାରେ କୌଣସି ଲୋକ କରୋନାରେ ଆକ୍ରାନ୍ତ ନହୁଅନ୍ତୁ। ତଥାପି ଜିଲ୍ଲା ପ୍ରଶାସନ ସତର୍କ ରହିଛି। ପ୍ରତି ବ୍ଲକ ଓ ପଞ୍ଚାୟତରେ ଲୋକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି। ଆବଶ୍ୟକ ପଡ଼ିଲେ ରକ୍ତ ଓ ସ୍ୱାବ୍ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି। ଯଦି କାହାକୁ ଜ୍ୱର ହେଉଛି, ସେଠାରେ ମେଡିକାଲ୍ ଟିମ୍ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରୁଛି।”