ବେଦାନ୍ତ ସହଯୋଗରେ ଭବାନୀପାଟଣାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ବେଦାନ୍ତ ଗ୍ରୁପ୍ ସହଯୋଗରେ ଭବାନୀପାଟଣାରେ ନିର୍ମିତ ୨୦୦ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ହସ୍ପିଟାଲକୁ ଉଦଘାଟନ କରି କହିଛନ୍ତି ଯେ, ଏଠାରେ ଚିକିତ୍ସାଠୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ। ଏହି ହସ୍ପିଟାଲରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ବେଡ୍ ସହିତ […]

Naveen Pattnaik

Naveen Pattnaik

Tapas Behera
  • Published: Saturday, 19 June 2021
  • Updated: 19 June 2021, 10:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ବେଦାନ୍ତ ଗ୍ରୁପ୍ ସହଯୋଗରେ ଭବାନୀପାଟଣାରେ ନିର୍ମିତ ୨୦୦ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ହସ୍ପିଟାଲକୁ ଉଦଘାଟନ କରି କହିଛନ୍ତି ଯେ, ଏଠାରେ ଚିକିତ୍ସାଠୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ। ଏହି ହସ୍ପିଟାଲରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ବେଡ୍ ସହିତ ଏକ ସ୍ୱତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି। ଏଠାରେ ସମସ୍ତ ପ୍ରକାରର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି ।

ଯାହାଫଳରେ କଳାହାଣ୍ଡି ଓ ଆଖପାଖ ଅଂଚଳର ଲୋକମାନେ ଉନ୍ନତମାନର କୋଭିଡ୍ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ କଳାହାଣ୍ଡି ବିଭିନ୍ନ କ୍ଷେତ୍ରରେ ବିକାଶର ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏ ରୂପାନ୍ତର ବାସ୍ତିବକ ଉଲ୍ଲେଖନୀୟ। କଳାହାଣ୍ଡି ଏବେ ସମଗ୍ର ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ଡବଲ ମାସ୍କ ପିନ୍ଧିବା ସହ ଟିକା ନିଶ୍ଚୟ ନେବାକୁ ମଧ୍ୟ ନିବେଦନ କରିଥିଲେ। ମହାମାରୀ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ, ଯଦି ଠିକ୍ ଭାବେ ଆଗରୁ ପ୍ରସ୍ତୁତ ହୋଇ ରହିବା, ତେବେ ନିଶ୍ଚିତ ବିଜୟ ଲାଭ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଯୋଗ ଦେଇ କଳାହାଣ୍ଡି ଓ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । ଓଡ଼ିଶାରେ କାମ କରିବାର ଅଭିଜ୍ଞତା ତାଙ୍କର ସବୁଠୁ ଭଲ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କ ସମେତ ଲାଞ୍ଜିଗଡ଼ ଓ ଧର୍ମଗଡ଼ର ବିଧାୟକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ, ଫାଇଭ-ଟି ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story