ମୃତ୍ୟୁର ୧୦ ଦିନରେ ଆସୁଛି ଫୋନ୍‌ କଲ: ପେସେଣ୍ଟ ଭଲ ଅଛନ୍ତି ଓ ତାଙ୍କ ଅକ୍ସିଜେନ୍‌ ଲେବଲ୍‌ ଠିକ୍‌ ଅଛି

କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌: ସାର୍‌ ନମସ୍କାର। ….କୋଭିଡ୍‌ ରୁମ୍‌ରୁ କହୁଛି। ମୃତକଙ୍କ ସମ୍ପର୍କୀୟ: ହଁ, କୁହନ୍ତୁ..। କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌: କର୍ଣ୍ଣବୀର ରୟ, ଏବେ ତାଙ୍କ ଅକ୍ସିଜେନ୍‌ ସାଞ୍ଚୁରେସନ୍‌ ଲେବଲ୍‌ ୯୩ ପର୍ସେଣ୍ଟ ରହୁଛି। ମୃତକଙ୍କ ସମ୍ପର୍କୀୟ: ଅଛନ୍ତି ଏବେ…। କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌: ଆଜ୍ଞା- କଣ ଡିସ୍‌ଚାର୍ଜ ହୋଇଛନ୍ତି କି? ତାଙ୍କ ଦେହ କେମିତି ଅଛି। ଦେହ ଭଲ ଅଛି ତ? ମୃତକଙ୍କ ସମ୍ପର୍କୀୟ: ଆଜ୍ଞା… ଆଜ୍ଞା…। ମୋତେ ଆଜି କଣ ପାଇଁ ଇନ୍‌ଫର୍ମେସନ୍‌ ଦେଉଛନ୍ତି? […]

covid hospital

covid hospital

Manoranjan Sial
  • Published: Wednesday, 12 May 2021
  • Updated: 12 May 2021, 08:54 PM IST

କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌: ସାର୍‌ ନମସ୍କାର। ....କୋଭିଡ୍‌ ରୁମ୍‌ରୁ କହୁଛି।

ମୃତକଙ୍କ ସମ୍ପର୍କୀୟ: ହଁ, କୁହନ୍ତୁ..।

କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌: କର୍ଣ୍ଣବୀର ରୟ, ଏବେ ତାଙ୍କ ଅକ୍ସିଜେନ୍‌ ସାଞ୍ଚୁରେସନ୍‌ ଲେବଲ୍‌ ୯୩ ପର୍ସେଣ୍ଟ ରହୁଛି।

ମୃତକଙ୍କ ସମ୍ପର୍କୀୟ: ଅଛନ୍ତି ଏବେ...।

କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌: ଆଜ୍ଞା- କଣ ଡିସ୍‌ଚାର୍ଜ ହୋଇଛନ୍ତି କି? ତାଙ୍କ ଦେହ କେମିତି ଅଛି। ଦେହ ଭଲ ଅଛି ତ?

ମୃତକଙ୍କ ସମ୍ପର୍କୀୟ: ଆଜ୍ଞା... ଆଜ୍ଞା...। ମୋତେ ଆଜି କଣ ପାଇଁ ଇନ୍‌ଫର୍ମେସନ୍‌ ଦେଉଛନ୍ତି?

କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌: ନା ଆଜି ନୁହେଁ। ୫୦ ବର୍ଷରୁ ଅଧିକ ବର୍ଷର କିଛି କିଛି ଲୋକଙ୍କୁ ସବୁ ଦିନ ଇନ୍‌ଫର୍ମେସନ୍‌ ଦଉଛୁ।

ମୃତକଙ୍କ ସମ୍ପର୍କୀୟ: ଫେକ୍‌ ଇନ୍‌ଫର୍ମେସନ୍‌ ଦେଉଛନ୍ତି ମୋତେ।

କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌: କାଇଁ କଣ ହେଲା ସାରେ କହୁ ନାହାନ୍ତି?

ମୃତକଙ୍କ ସମ୍ପର୍କୀୟ: ଆମ ପେସେଣ୍ଟ ତ ଅଲ୍‌ରେଡି ଡେଥ୍‌ କରିସାରିଲେଣି।

କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌: କେବେଠୁ ସାର?

ମୃତକଙ୍କ ସମ୍ପର୍କୀୟ: କେବେଠୁ ସାର୍‌? ଆପଣ ଜାଣିନାହାନ୍ତି। ଆପଣ ପରା ପେସେଣ୍ଟଟାକୁ ସେଠାରେ ଦୁଇଦିନ ରଖି ମାରିଦେଲେ।

କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌: ସରି... ସରି...ମୋତେ ରଙ୍ଗ ଇନ୍‌ଫର୍ମେସନ୍‌ ମିଳିଥିଲା।

କରୋନାରେ ଆକ୍ରାନ୍ତ ହୋଇ ମରିବାର ୧୦ ଦିନ ପରେ ଭୁବନେଶ୍ୱରରୁ ଏକ କୋଭିଡ୍‌ ସେଣ୍ଟରରୁ ମୃତକଙ୍କ ପାଖକୁ ଆସୁଛି ଫୋନ୍‌ କଲ? ଆଉ କୁହାଯାଉଛି, ପେସେଣ୍ଟ ଭଲ ଅଛନ୍ତି ଓ ତାଙ୍କ ଅକ୍ସିଜେନ୍‌ ଲେଭଲ୍‌ ଠିକ୍‌ ଅଛି। ଏଥିରୁ ଜଣାପଡ଼ୁଛି ରାଜ୍ୟରେ କେମିତି ଚାଲିଛି କରୋନା ଆକ୍ରାନ୍ତଙ୍କ ସେବା। ତାହା ହେଲେ ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା।

ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର ମନୋଜ କୁମାର ରାୟଙ୍କ ବାପା କର୍ଣ୍ଣବୀର ରୟଙ୍କ ଦେହ ଅସୁସ୍ଥ ହୋଇଥିଲା। ତାଙ୍କୁ ଗତ ୨୪ ତାରିଖରେ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିଥିଲା। ତେବେ କର୍ଣ୍ଣବୀରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନଘଟିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଆଉଥରେ ହୋଇଥିଲା କୋଭିଡ୍‌ ଟେଷ୍ଟ। ତେବେ ତାଙ୍କ ଆଣ୍ଟିଜେନ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତା’ପରେ ସେଠାରେ ଆର୍‌ଟିପିସିଆର ଟେଷ୍ଟ କରିବା ପାଇଁ ସ୍ୱାବ ନେଇଥିଲେ ମେଡିକାଲ୍‌ କର୍ତ୍ତୃପକ୍ଷ।

ରିପୋର୍ଟ ଆସିବା ପୂର୍ବରୁ କର୍ଣ୍ଣବୀରଙ୍କୁ କଟକରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ ପରିବାର ଲୋକ। ପରେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୭ ତାରିଖ ମଧ୍ୟାହ୍ନରେ କର୍ଣ୍ଣବୀରଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପୁଅ ମନୋଜ ରୟ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ। ହେଲେ ହସ୍ପିଟାଲ ପକ୍ଷରୁ କିଛି ସୂଚନା ପାଇନଥିଲେ। ଇନଫୋସିଟି ଥାନାର ହସ୍ତକ୍ଷେପ ପରେ ୨୮ ତାରିଖରେ ବାପାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ ହୋଇଥିଲା ବୋଲି ମନୋଜ କହିଥିଲେ।

କଥା ଏତିକିରେ ସରିନି, ମୃତ କର୍ଣ୍ଣବୀରଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପ୍ରଥମେ ନେଗେଟିଭ୍‌, ତା’ପରେ ପଜିଟିଭ୍‌ ଓ ମୃତ୍ୟୁ ପୂର୍ବରୁ ପୁଣି ନେଗେଟିଭ୍‌ ଆସିଥିଲା। ରିପୋର୍ଟ ନେଗେଟିଭ୍‌ ସତ୍ତ୍ୱେ ପରିବାର ଲୋକଙ୍କୁ ଶବ ସତ୍କାର ପାଇଁ ଅନୁମତି ମିଳିଲାନି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ବାପାଙ୍କ ମୃତ୍ୟୁ ହୋଇଥିବା ମନୋଜ ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଏତଲା ଦେବା ସହ ରାଜ୍ୟ ମାନବାଧିକାର କମିଶନଙ୍କଠାରେ ଅଭିଯୋଗ କରିଛନ୍ତି।

ରୋଗୀ ମରିବାର ୧୦ ଦିନ ବିତିଲାଣି। ଏମିତିକି ମୃତ ବ୍ୟକ୍ତିଙ୍କ ଦଶାହକର୍ମ ମଧ୍ୟ ସରିଲାଣି। ହେଲେ ସେ ଚିକିତ୍ସିତ ହୋଇଥିବା ରାଜଧାନୀର କୋଭିଡ୍‌ ହସ୍ପିଟାଲରୁ କିନ୍ତୁ କଲ୍‌ ଆସୁଛି। ଆଉ ପଚରା ଯାଉଛି, ପେସେଣ୍ଟ ଭଲ ଅଛନ୍ତି ଓ ତାଙ୍କ ଅକ୍ସିଜେନ୍‌ ଲେବଲ୍‌ ଠିକ୍‌ ଅଛି।

ଅନୁଗୋଳରୁ ବିରଜା ଦାଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story