ରାଜ୍ୟର ସବୁ ଜିଲ୍ଲାରେ ହେବ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବାକୁ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ସବୁ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁୁରୁତ୍ୱ ସହ ବିଚାର କରୁଛି। ଏଥିପାଇଁ ବିଭିନ୍ନ ଘରୋଇ ହସ୍ପିଟାଲ ସହଯୋଗରେ ଯୁଦ୍ଧକାଳୀନ […]

naba,,,,

Manoranjan Sial
  • Published: Tuesday, 31 March 2020
  • , Updated: 31 March 2020, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବାକୁ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ସବୁ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁୁରୁତ୍ୱ ସହ ବିଚାର କରୁଛି। ଏଥିପାଇଁ ବିଭିନ୍ନ ଘରୋଇ ହସ୍ପିଟାଲ ସହଯୋଗରେ ଯୁଦ୍ଧକାଳୀନ ଭତ୍ତିରେ ଏହା କରାଯିବ। ଓଡ଼ିଶାର ଅନ୍ୟ ଜିଲ୍ଲା ବ୍ୟତୀତ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ କୋଭିଡ୍ ହସ୍ପିଟାଲ ସ୍ଥାପନ ପାଇଁ ବ୍ୟବସ୍ଥା କରାଯିବ। ଓଡ଼ିଶାର ବୁର୍ଲା ହସ୍ପିଟାଲ, ବ୍ରହ୍ମପୁରର ଏମକେସିଜି, କଟକର ଏସସିବି ଓ ଅନ୍ୟାନ୍ୟ ଘରୋଇ ହସ୍ପିଟାଲକୁ କୋଭିଡ-୧୯ ରକ୍ତ ନମୂନା ପରୀକ୍ଷା କରିବା ପାଇଁ ଆଇସିଏମଆରକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ସେ ଦାବି କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ଆଜି କଟକ ଏସସିବି ମେଡିକାଲରେ ରକ୍ତ ନମୂନା ପରୀକ୍ଷା କରିବା ପାଇଁ ଆଇସିଏମଆର ଅନୁମତି ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଖୁବଶୀଘ୍ର ରାଜ୍ୟରେ ୧୬୦୦ ବେଡ୍ ବିଶିଷ୍ଟ ୩ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇସାରିଛନ୍ତି।

Related story