ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ- ଜାଣନ୍ତୁ, କେଉଁଠି ଲାଗୁ ହେଲା ଏହି ନିୟମ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମାଡ଼ି ଚାଲିଛି ମହାମାରୀ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ରୋକିବାକୁ ନିଅଯାଉଛି କଡ଼ା ପଦକ୍ଷେପ ।  ଭୁବନେଶ୍ୱର, କଟକ ପରେ ଏବେ ସମ୍ବଲପୁରରେ ଲାଗୁ ହୋଇଛି କଡ଼ା କୋଭିଡ଼ କଟକଣା। ସମ୍ବଲପୁର ମ୍ୟୁନିସିପାଲିଟି ପକ୍ଷରୁ ଜାରୀ ନିୟମ ଅନୁଯାୟୀ, ଏଣିକି ସହରରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଯେଉଁମାନେ କୌଣସି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି […]

N95-Mask

N95-Mask

Niharika Rout
  • Published: Thursday, 14 July 2022
  • Updated: 14 July 2022, 10:50 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମାଡ଼ି ଚାଲିଛି ମହାମାରୀ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ରୋକିବାକୁ ନିଅଯାଉଛି କଡ଼ା ପଦକ୍ଷେପ ।  ଭୁବନେଶ୍ୱର, କଟକ ପରେ ଏବେ ସମ୍ବଲପୁରରେ ଲାଗୁ ହୋଇଛି କଡ଼ା କୋଭିଡ଼ କଟକଣା।

ସମ୍ବଲପୁର ମ୍ୟୁନିସିପାଲିଟି ପକ୍ଷରୁ ଜାରୀ ନିୟମ ଅନୁଯାୟୀ, ଏଣିକି ସହରରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଯେଉଁମାନେ କୌଣସି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାବାଦ ହୋଟେଲ, ରେଷ୍ଟୁରାଣ୍ଟରେ ଅଧିକ ଭିଡ଼ ହେଲେ ଖାଦ୍ୟ ପ୍ୟାକିଂ କରି ଗ୍ରାହକଙ୍କୁ ଦେବାକୁ ହୋଟେଲ ମାଲିକମାନଙ୍କୁ କୁହାଯାଇଛି । କୌଣସି ସ୍ଥାନରେ ଅଧିକ ଲୋକ ରୁଣ୍ଡ ହେଲେ ସାମାଜିକ ଦୂରତା ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଛି । ରାସ୍ତାକଡ଼ ଖାଦ୍ୟ ଦୋକାନୀମାନେ ମଧ୍ୟ  ଖାଦ୍ୟ ପ୍ୟାକିଂ କରି ଦେବାକୁ ନିର୍ଦ୍ଦେଶନାମା ଜାରି କରିଛି ସମ୍ବଲପୁର ମହାନଗର ନିଗମ । କଟକଣା ନ ମାନିଲେ କୋଭିଡ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ସୂଚନାଯୋଗ୍ୟ,  ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  କ୍ୱାରେଣ୍ଟାଇନ୍‌ରୁ ୪୭୧ ଓ ଲୋକାଲ କେସ୍ ୩୩୩  ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୬,୧୩୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଆକ୍ଟିଭ କେସ୍ ୪୨୬୨ ଥିବା ବେଳେ ସୁସ୍ଥ ହେଲେଣି ୧୨,୮୨,୬୯୦ ଆକ୍ରାନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos