କୋଭିଡ୍ ସାମଗ୍ରୀ କିଣା ଦୁର୍ନୀତି:  ଲୋକାୟୁକ୍ତରେ ଶୁଣାଣି ଶେଷ, ନିଷ୍ପତ୍ତି ସଂରକ୍ଷିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କୋଭିଡ୍ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ମାମଲାର ଶୁଣାଣି କରୁଥିବା ଲୋକାୟୁକ୍ତ ଆସନ୍ତା ଦୁଇଦିନ ମଧ୍ୟରେ ନିଜର ନିଷ୍ପତ୍ତି ଶୁଣାଇବେ। ଅଭିଯୋଗକାରୀଙ୍କ ଯୁକ୍ତି ଏବଂ ସରକାରୀ ପକ୍ଷର ଜବାବ ଶୁଣିଲାପରେ ଲୋକାୟୁକ୍ତ ତାଙ୍କ ନିଷ୍ପତ୍ତିକୁ  ସଂରକ୍ଷିତ ରଖିଛନ୍ତି। ଆଜିର ଶୁଣାଣିବେଳେ ସରକାରଙ୍କ ପକ୍ଷରୁ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଓଡ଼ିଶା ଔଷଧ ନିଗମ ଏମଡି ଯାମିନୀ ଷଡ଼ଙ୍ଗୀ ନିଜର ପକ୍ଷ ରଖିଥିଲେ। ଲୋକାୟୁକ୍ତର ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ଏବଂ ଜଷ୍ଟିସ ବିକେ. […]

corona-2.4

corona-2.4

Tapas Behera
  • Published: Monday, 07 December 2020
  • Updated: 07 December 2020, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କୋଭିଡ୍ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ମାମଲାର ଶୁଣାଣି କରୁଥିବା ଲୋକାୟୁକ୍ତ ଆସନ୍ତା ଦୁଇଦିନ ମଧ୍ୟରେ ନିଜର ନିଷ୍ପତ୍ତି ଶୁଣାଇବେ। ଅଭିଯୋଗକାରୀଙ୍କ ଯୁକ୍ତି ଏବଂ ସରକାରୀ ପକ୍ଷର ଜବାବ ଶୁଣିଲାପରେ ଲୋକାୟୁକ୍ତ ତାଙ୍କ ନିଷ୍ପତ୍ତିକୁ  ସଂରକ୍ଷିତ ରଖିଛନ୍ତି। ଆଜିର ଶୁଣାଣିବେଳେ ସରକାରଙ୍କ ପକ୍ଷରୁ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଓଡ଼ିଶା ଔଷଧ ନିଗମ ଏମଡି ଯାମିନୀ ଷଡ଼ଙ୍ଗୀ ନିଜର ପକ୍ଷ ରଖିଥିଲେ।
ଲୋକାୟୁକ୍ତର ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ଏବଂ ଜଷ୍ଟିସ ବିକେ. ନାୟକ ଏହି ମାମଲାର ପ୍ରାୟ ଅଢ଼େଇ ଘଣ୍ଟା ଶୁଣାଣି କରି ସରକାରଙ୍କୁ ନିଜର ସବିଶେଷ ତଥ୍ୟ ଦାଖଲ କରିବାକୁ କହିଛନ୍ତି। ସରକାରଙ୍କ ପକ୍ଷରୁ ହେମନ୍ତ ଶର୍ମା କହିଥିଲେ ଯେ, କୌଣସି ଦୁର୍ନୀତି ହୋଇନାହିଁ। ପ୍ରୋକ୍ୟୁରମେଣ୍ଟ କମିଟି ଅନୁମୋଦନ ପରେ କିଟ୍ କ୍ରୟ କରାଯାଇଛି। ତେବେ ଲୋକାୟୁକ୍ତ ତାଙ୍କୁ ନିଜ ପକ୍ଷର ସବିଶେଷ ତଥ୍ୟ ଦେବାକୁ କହିଥିଲେ।

ଅନ୍ୟପକ୍ଷରେ ଅଭିଯୋଗକାରୀ ସୁଦର୍ଶନ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ଲୋକାୟୁକ୍ତ ଅଢ଼େଇ ଘଂଟା ଧରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ। ଅଭିଯୋଗକାରୀ ଶ୍ରୀ ଦାସ କୋଭିଡ୍ ସାମଗ୍ରୀ ଯଥା- ମାସ୍କ, ପିପିଇ କିଟ୍‌, ଆର୍ଟିଫିସିଆଲ୍ ମେସିନ୍‌, କୋଭିଡ୍ ଟେଷ୍ଟିଂ କିଟ୍‌, ନେବୁଲାଇଜର ଇତ୍ୟାଦି ଜିନିଷପତ୍ର କିଣାରେ ଚଂଚକତା, ଅହେତୁକ ପକ୍ଷପାତିତା ଏବଂ ନୀତି ନିୟମକୁ ଭଙ୍ଗ କରିଥିବାର ତଥ୍ୟ ସମ୍ବଳିତ ଯୁକ୍ତି ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କର  ଔଷଧ ନିଗମ ୨୦୨୦ ଏପ୍ରିଲ୍ ୧୫ ତାରିଖରେ ଗୋଟିଏ କମ୍ପାନୀ ପାଖରୁ ୫ ଲକ୍ଷ ମାସ୍କ ୧୦ଟଙ୍କାରେ କିଣି ଥିବାବେଳେ ସେହି ଏପ୍ରିଲ୍ ୧୭ ତାରିଖରେ ସେହି ମାସ୍କକୁ ତାମିଲନାଡୁସ୍ଥିତ ଶ୍ରୀବିଷ୍ଣୁ ଡିସ୍‌ପୋଜେବୁଲ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ପାଖରୁ ମାସ୍କ ପିଛା ୧୬ ଟଙ୍କାରେ କିଣିବା ପଛରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ମନ୍ଦ ଉଦ୍ଦେଶ୍ୟ ରହିଥିବାର ଉଲ୍ଲେଖ କରିଥିଲେ। ଯେଉଁ ସମୟରେ ଓଡ଼ିଶା ସରକାର ୧୬ ଟଙ୍କାରେ ସେହି କମ୍ପାନୀ ପାଖରୁ ମାସ୍କ କିଣିଥିଲେ ସେହି ସମୟରେ ଦିଲ୍ଲୀ, ପଣ୍ଡିଚେରୀ, ଆଣ୍ଡାମାନ ନିକୋବର, ତେଲେଙ୍ଗାନା, ଗୁଜୁରାଟ ଇତ୍ୟାଦି ରାଜ୍ୟମାନେ ଯଥାକ୍ରମେ ଟ. ୮.୪୭ ପଇସା, ଟ. ୭.୮୮ ପଇସା, ଟ. ୭.୫୦ ପଇସା, ଟ. ୧.୩୪ ପଇସା ଓ ଟ. ୨.୪୦ ପଇସାରେ କିଣିଥିଲେ ।

ସରକାରୀ ଅଫିସରମାନେ ଯୁକ୍ତି ବାଢ଼ିଥିଲେ ଯେ କେନ୍ଦ୍ର ସରକାରଙ୍କର ବିଜ୍ଞପ୍ତି ଅନୁଯାୟୀ ୧୬ ଟଙ୍କାରେ ମାସ୍କ କିଣା ଯାଇଥିଲା। ମାତ୍ର ଏହାକୁ ଖଣ୍ଡନ କରି ଶ୍ରୀ ଦାସ ଯୁକ୍ତି ବାଢ଼ିଥିଲେ ଯେ କେନ୍ଦ୍ର ସରକାରଙ୍କର ବିଜ୍ଞପ୍ତିକୁ ଅଧିକାରୀମାନେ କଦର୍ଥ କରି ନିଜକୁ ସୁହାଇଲା ଭଳି ବ୍ୟାଖ୍ୟା କରି ନିର୍ଦ୍ଦିଷ୍ଟ କମ୍ପାନୀକୁ ୱାର୍କଅର୍ଡର ଦେଇଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ବ୍ୟାପକ ଆର୍ଥିକ କ୍ଷତି ହୋଇଛି। ଅନ୍ୟ କମ୍ପାନୀମାନଙ୍କୁ ମାସ୍କ ଯୋଗାଇବା କ୍ଷେତ୍ରରେ ମୂଲଚାଲ ନକରି କାହିଁକି ଏବଂ କେଉଁ ପରିପ୍ରେକ୍ଷୀରେ ଉପରୋକ୍ତ କମ୍ପାନୀକୁ ୱାର୍କ ଅର୍ଡର ଦେଲେ ତା’ର ଉପଯୁକ୍ତ କୈଫିୟତ୍ ସରକାରଙ୍କ ପାଖରୁ ଶ୍ରୀ ଦାସ ମାଗିଥିଲେ। ଆର୍ଟିଫିସିଆଲ୍ ମେସିନ୍ ଓ ଟେଷ୍ଟିଂ କିଟ୍ କିଣିବା କ୍ଷେତ୍ରରେ ବ୍ୟାପକ ଅନିୟମିତତାର ପ୍ରମାଣ ଦେଖାଇ ଶ୍ରୀ ଦାସ ଯୁକ୍ତି ବାଢ଼ିଥିଲେ ଯେ ମେସିନ୍ କିଣିବା କ୍ଷେତ୍ରରେ ଅହେତକୁ ଅନୁକମ୍ପା ଦେଖାଇ ମେଡିକାଲ୍ କର୍ପୋରେସନ ନିର୍ଦ୍ଦିଷ୍ଟ କମ୍ପାନୀ ପାଖରୁ ଯେତିକି ଦାମ୍‌ରେ ତାକୁ କିଣିଛନ୍ତି ତା ଠାରୁ କମ୍ ଦାମ୍‌ରେ ସେହି ସମୟରେ ବଜାରରେ ଉପଲବ୍ଧ ଥିଲା।

ଅନୁରୂପ ଭାବରେ ସେହି ମେସିନ୍ ପାଇଁ ବ୍ୟବହୃତ କିଟ୍ କିଣିବା କ୍ଷେତ୍ରରେ ମଧ୍ୟ ବ୍ୟାପକ ଅନିୟମିତତାର ବ୍ୟାଖ୍ୟା କରି ଅଭିଯୋଗକାରୀ ଶ୍ରୀ ଦାସ କହିଲେ ଯେଉଁ ତିନୋଟି କମ୍ପାନୀ ଠାରୁ ଟେଷ୍ଟିଂ କିଟ୍ କିଣାଯାଇଛି ତା ଭିତରୁ ସବୁଠୁ କମ୍ ଦାମ୍ (୯୮୦ ଟଙ୍କା)ରେ ଯୋଗାଇ ଥିବା କମ୍ପାନୀଠାରୁ ମାତ୍ର ୫ହଜାର କିଟ୍ କିଣାଯାଇଥିବାବେଳେ ସବୁଠୁ ଅଧିକା ଦାମ୍ (୧୩୨୧.୬ ଟଙ୍କା)ରେ ଯୋଗାଇଥିବା କମ୍ପାନୀ ଠାରୁ ୧ ଲକ୍ଷ କିଟ୍ କିଣାଯାଇଛି।
ଏଥିରେ ଦୁର୍ନୀତି ଏବଂ ପ୍ରିୟାପ୍ରୀତି ସ୍ପଷ୍ଟ ପ୍ରମାଣ ମିଳେ। ପିପିଇ କିଟ୍ କିଣା କ୍ଷେତ୍ରରେ ହାଇଦ୍ରାବାଦର ଏକ ଚଷମା ଦୋକାନୀ ଓ ଗୁର୍‌ଗାଓଁର ଏକ ବିଲ୍‌ଡର କମ୍ପାନୀ ଠାରୁ ପିପିଇ କିଟ୍ କିଣିବା ପଛରେ ରହସ୍ୟ କ’ଣ ଏବଂ ସେଗୁଡିକ ବିନା ଯାଂଚ୍‌ରେ କିଭଳି କରୋନା ଯୋଦ୍ଧାମାନଙ୍କୁ ପିନ୍ଧିବାକୁ ଦିଆଗଲା ତାକୁ ନେଇ ଆବେଦନକାରୀ ଶ୍ରୀ ଦାସ ପ୍ରଶ୍ନ ଉଠାଇଥିଲେ। ଏହି ମାମଲାରେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଲୋକାୟୁକ୍ତ ତାଙ୍କ ନିଷ୍ପତ୍ତି ଶୁଣାଇବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story