ଅଧଘଣ୍ଟାଏରେ କୋଭିଡ୍ ଟେଷ୍ଟ୍ , ଟାଟା ତିଆରି କଲା କିଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଖୁବ୍‌ଶୀଘ୍ର କମ୍ ଖର୍ଚ୍ଚରେ ମାତ୍ର ଅଧଘଣ୍ଟାରେ ହୋଇପାରିବ କୋଭିଡ୍ ଟେଷ୍ଟ୍ ।  ଦେଶର ପ୍ରଥମ ସ୍ୱେଦେଶୀ କୋଭିଡ୍ CRISPR ଟେଷ୍ଟ କିଟ୍ ‘ଫେଲୁଦା’କୁ DCGIର ଅନୁମୋଦନ। ଟାଟା ଗ୍ରୁପ୍ ଓ ସିଏସ୍ଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ କିଟ୍‌ କମର୍ସିଆଲ୍ ଲଞ୍ଚ୍ ପାଇଁ ଅନୁମତି ମିଳିଛି।  ଏହା ପାରମ୍ପରିକ RTPCR ଟେଷ୍ଟ ଭଳି ସଠିକ୍ ଯାଞ୍ଚ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି।  ତେବେ RTPCR ଟେଷ୍ଟର ଏକ ତୃତୀୟାଂଶ ଖର୍ଚ୍ଚରେ ଏହି ଟେଷ୍ଟ୍ ହୋଇପାରିବ।