ରଥ କାମରେ ନିୟୋଜିତ ସେବାୟତଙ୍କର ହେଉଛି କୋଭିଡ୍ ଟେଷ୍ଟ

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠାରୁ ରଥ ନିର୍ମାଣ କାମରେ ଲାଗିଥିବା ସେବାୟତଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି।  ଆଜି ସମସ୍ତ ସେବାୟତଙ୍କ ନମୁନା ସଂଗ୍ରହ କରାଯାଉଛି। ୩ ଦିନ ମଧ୍ୟରେ ଟେଷ୍ଟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଳବନ୍ତ ସିଂ।  ରଥ ନିର୍ମାଣରେ ଲାଗିଥିବା ୧୬୦ ଜଣ ସେବାୟତଙ୍କୁ ସରକାରୀ କ୍ୱାରେଣ୍ଟିନରେ ରଖାଯାଇଥିବା ବେଳେ ସେମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନେଇ ଦଇତାପତି ନିଯୋଗ […]

puri-2--1--1

Niharika Rout
  • Published: Wednesday, 13 May 2020
  • , Updated: 13 May 2020, 08:59 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠାରୁ ରଥ ନିର୍ମାଣ କାମରେ ଲାଗିଥିବା ସେବାୟତଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି।  ଆଜି ସମସ୍ତ ସେବାୟତଙ୍କ ନମୁନା ସଂଗ୍ରହ କରାଯାଉଛି। ୩ ଦିନ ମଧ୍ୟରେ ଟେଷ୍ଟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଳବନ୍ତ ସିଂ।  ରଥ ନିର୍ମାଣରେ ଲାଗିଥିବା ୧୬୦ ଜଣ ସେବାୟତଙ୍କୁ ସରକାରୀ କ୍ୱାରେଣ୍ଟିନରେ ରଖାଯାଇଥିବା ବେଳେ ସେମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନେଇ ଦଇତାପତି ନିଯୋଗ ସହ ପ୍ରଶାସନର ଗତକାଲି ବୈଠକ ହୋଇଛି । ବୈଠକରେ ବାହାରି ଥିବା ନିର୍ଯାସ ନେଇ ଆସନ୍ତା ପରିଚାଳନା କମିଟି ବୈଠକରେ ଆଲୋଚନା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି  ।

ଲକ୍‌ଡାଉନ୍‌ ଗାଇ଼ଡଲାଇନ୍‌ ଓ କ୍ୱାରେଣ୍ଟାଇନ୍‌ ସଂପର୍କରେ ପ୍ରଶାସନ ପକ୍ଷରୁ ଦଇତାପତିଙ୍କୁ ଅବଗତ କରାଯାଇଛି । ସରକାରୀ କ୍ୱାରେଣ୍ଟାଇନ୍‌ ହେଉ ବା ହୋମ କ୍ୱାରେଣ୍ଟାଇନ୍‌ରେ ରହି କରୋନା ସଂକ୍ରମଣ ରୋକିବା ପାଇଁ କୁହାଯାଇଛି । ତେବେ ଆଗାମୀ ପରିଚାଳନା କମିଟି ବୈଠକରେ ଦଇତାପତିମାନେ ସେମାନଙ୍କ ପ୍ରସ୍ତାବ ରଖିବେ । ଏହାପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ପ୍ରଶାସନ ପକ୍ଷରୁ ଶ୍ରୀଜିଉଙ୍କ ସମସ୍ତ ନୀତି ଠିକ୍ ଭାବେ ସମ୍ପନ୍ନ ନିମନ୍ତେ ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related story