୧୧ରେ ମହାଶିବରାତ୍ରି; ଆଜିଠୁ ଲିଙ୍ଗରାଜ ମନ୍ଦିର ସେବାୟତ, ପୁଲିସ୍‌ କର୍ମଚାରୀଙ୍କର ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୧ ତାରିଖରେ ପାଳିତ ହେବ  ମହାଶିବରାତ୍ରି । ଏଥର ଲିଙ୍କରାଜ ମନ୍ଦିରରେ କରୋନା କଟକଣା ମଧ୍ୟରେ ପାଳିତ ହେବ ମହାଶିବରାତ୍ରି । ଏଥିନିମନ୍ତେ ଆଜିଠୁ ମନ୍ଦିରର ସେବାୟତ ଓ ସେଠାରେ ନିୟୋଜିତ ହେବାକୁ ଥିବା ପୁଲିସ୍‌ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଶିବରାତ୍ରୀ ସମୟରେ ଲିଙ୍ଗରାଜ ଓ କପିଳନାଥଙ୍କ ଭେଟଘାଟ ହେବାର ପରମ୍ପରା ରହିଛି । ତେବେ ଏଥିରେ ବାରମ୍ବାର ବ୍ୟତିକ୍ରମ ଘଟୁଛି ବୋଲି ଲିଖିତ ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ। […]

Lingaraj Temple

Lingaraj Temple

Niharika Rout
  • Published: Tuesday, 09 March 2021
  • Updated: 09 March 2021, 12:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୧ ତାରିଖରେ ପାଳିତ ହେବ  ମହାଶିବରାତ୍ରି । ଏଥର ଲିଙ୍କରାଜ ମନ୍ଦିରରେ କରୋନା କଟକଣା ମଧ୍ୟରେ ପାଳିତ ହେବ ମହାଶିବରାତ୍ରି । ଏଥିନିମନ୍ତେ ଆଜିଠୁ ମନ୍ଦିରର ସେବାୟତ ଓ ସେଠାରେ ନିୟୋଜିତ ହେବାକୁ ଥିବା ପୁଲିସ୍‌ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ ।

ଶିବରାତ୍ରୀ ସମୟରେ ଲିଙ୍ଗରାଜ ଓ କପିଳନାଥଙ୍କ ଭେଟଘାଟ ହେବାର ପରମ୍ପରା ରହିଛି । ତେବେ ଏଥିରେ ବାରମ୍ବାର ବ୍ୟତିକ୍ରମ ଘଟୁଛି ବୋଲି ଲିଖିତ ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ। ଚଳିତ ଥର ଏହି ସମସ୍ୟାର ସମାଧାନ ନହେଲେ ୧୦ତାରିଖରେ ବ୍ରାହ୍ମଣ ନିଯୋଗ ଅସହଯୋଗ କରିବାକୁ ଚେତାବନୀ ଦେଇଛି  ।

ଗତକାଲି ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ସମନ୍ୱୟ ବୈଠକରେ ଏନେଇ ଆଲୋଚନା କରାଯାଇଛି । ଦେବୋତ୍ତର କମିଶନରଙ୍କ ସହ ମନ୍ଦିର ପ୍ରଶାସନ ଓ ବିଏମସିର ଅଧିକାରୀସ୍ତରୀୟ ଟିମ୍‌ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି କୁହାଯାଇଛି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ଓ ସୁରୁଖୁରୁରେ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ହେବ ବୋଲି ଆଶା ରଖିଛନ୍ତି ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ ।

ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତ୍ତା ଓ ସେବାୟତ ଉପସ୍ଥିତ ଥିଲେ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos