ମହାଯୁଦ୍ଧର ଅନ୍ତିମ ପର୍ଯ୍ୟାୟ ପାଇଁ ଶେଷ ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଯୁଦ୍ଧର ଅନ୍ତିମ ପର୍ଯ୍ୟାୟ ପାଇଁ ଶେଷ ହୋଇଛି ପ୍ରସ୍ତୁତି। ଅଦୃଶ୍ୟ ଭୂତାଣୁର ଗତିରୋଧ ପାଇଁ ସରିଛି ମକ୍‌ଡ୍ରିଲ୍ । ଓଡ଼ିଶାର ସମସ୍ତ ଜିଲ୍ଲା ସହ ସାରା ଦେଶରେ ହୋଇଛି କୋଭିଡ୍ ଟିକାକରଣର ଡ୍ରାଏ ରନ୍ । ସବୁଠି କରୋନାର ଅନ୍ତ ପାଇଁ ମକ୍ ଭ୍ୟାକ୍ସିନ ଲୋଡ୍ କରି ଅଭ୍ୟାସ କରିଛନ୍ତି ଟିକା କର୍ମୀ । ଏହା ଭିତରେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ୨ କୋଟି ସମ୍ମୁଖ ଯୋଦ୍ଧାଙ୍କୁ ମାଗଣାରେ […]

7kk-23

7kk-23

Tapas Behera
  • Published: Saturday, 02 January 2021
  • Updated: 02 January 2021, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଯୁଦ୍ଧର ଅନ୍ତିମ ପର୍ଯ୍ୟାୟ ପାଇଁ ଶେଷ ହୋଇଛି ପ୍ରସ୍ତୁତି। ଅଦୃଶ୍ୟ ଭୂତାଣୁର ଗତିରୋଧ ପାଇଁ ସରିଛି ମକ୍‌ଡ୍ରିଲ୍ । ଓଡ଼ିଶାର ସମସ୍ତ ଜିଲ୍ଲା ସହ ସାରା ଦେଶରେ ହୋଇଛି କୋଭିଡ୍ ଟିକାକରଣର ଡ୍ରାଏ ରନ୍ । ସବୁଠି କରୋନାର ଅନ୍ତ ପାଇଁ ମକ୍ ଭ୍ୟାକ୍ସିନ ଲୋଡ୍ କରି ଅଭ୍ୟାସ କରିଛନ୍ତି ଟିକା କର୍ମୀ । ଏହା ଭିତରେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ୨ କୋଟି ସମ୍ମୁଖ ଯୋଦ୍ଧାଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏବେ ଦେଶରେ ହୋଇଛି କୋଭିଡ୍ ଭ୍ୟାକ୍ସିନେସନ୍‌ର ଡ୍ରାଏ ରନ୍ ବା ପୂର୍ବାଭ୍ୟାସ ଖୋଦ୍। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଦିଲ୍ଲୀର ଗୁରୁ ତେଗ୍ ବାହାଦୁର୍ ହସ୍ପିଟାଲ ଯାଇ ଡ୍ରାଏ ରନ୍‌ର ସମୀକ୍ଷା କରିଛନ୍ତି।  ଏହା ସହ ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୧ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ୨ କୋଟି ଫ୍ରଣ୍ଟଲାଇନ ଓ୍ୱାର୍କରଙ୍କୁ ମାଗଣା ଟିକା ଦିଆଯିବ ବୋଲି ଟ୍ୱିଟ୍ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଅଗ୍ରାଧିକାର ତାଲିକାରେ ଆସୁଥିବା ଅନ୍ୟ ୨୭ କୋଟି ହିତାଧିକାରୀଙ୍କୁ ଜୁଲାଇ ସୁଦ୍ଧା କିଭଳି ଟିକା ଦିଆଯିବ ତାହା ସ୍ଥିର କରାଯାଉଛି ବୋଲି ହର୍ଷବର୍ଦ୍ଧନ ଉଲ୍ଲେଖ କରିଛନ୍ତି।

ଡାକ୍ତର ହର୍ଷବର୍ଦ୍ଧନ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏପଟେ କୋଭିଡ୍ ଟିକାରଣ ପାଇଁ ଓଡ଼ିଶା ବି ପୁରା ଦମ୍‌ରେ ତୟାର  ଅଛି। ଆଜି କ୍ୟାପିଟାଲ ହସପିଟାଲ୍ ଓ ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହୋଇଛି ଭ୍ୟାକ୍ସିନେସନ୍‌ର ଡ୍ରାଏରନ୍ । ପଞ୍ଜୀକୃତ ହିତାଧିକାରୀଙ୍କ ପରିଚୟ ଯାଂଚ ପରେ ତାଙ୍କୁ ୱେଟିଂ ହଲ୍ ଯାଏଁ ଛଡ଼ାଯାଇଥିଲା । ଏହାପରେ ଭ୍ୟାକ୍ସିନେନ୍ ରୁମକୁ ନିଆଯାଇ ଟିକାକରଣର ଅଭ୍ୟାସ କରାଯିବା ପରେ ୩୦ ମିନିଟ୍ ପାଇଁ ଅବଜରଭେସନ୍ ରୁମରେ ରଖାଯାଇଥିଲା।  ଡ୍ରାଏ ରନ୍ ପାଇଁ ପ୍ରତି ପଏଣ୍ଟରେ ୫ ଜଣ ଲେଖାଏଁ ଟିକା କର୍ମୀ ୨୫ ଜଣ ହିତାଧିକାରୀଙ୍କୁ ଡମି ଟିକା ଦେଇଥିଲେ ।  ତେବେ କୋଭିସିଲ୍ଡ ଭ୍ୟାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ଦେଶରେ ଅନୁମୋଦନ ମିଳିସାରିଥିବାରୁ ଯେକୌଣସି ଦିନ ଟିକା ଆସିପାରେ ଓ ଟିକାକରଣ ଆରମ୍ଭ ହୋଇପାରେ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos