କୋଭିଡ୍ ଟିକାର ଗ୍ଲୋବାଲ ଟେଣ୍ଡର: ୯ରେ ଖୋଲିବ ପ୍ରାଇସ୍ ବିଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୮ରୁ ୪୪ବର୍ଷ ବୟସ୍କଙ୍କୁ ମାଗଣାରେ ଟିକାକରଣ କରାଇବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ। ଆଜି ଏହି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷଦିନ ଥିବାବେଳେ ୨ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଛନ୍ତି। ସାମୁହିକ ଟିକାକରଣ ମଶଧ୍ୟମରେ କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ରାଜ୍ୟ ସରକାର ଏବେ କୋଭିଡ୍ ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବାବେଳେ ଆଜି ଶେଷଦିନରେ […]

vaccine

vaccine

Ordigital Desk
  • Published: Friday, 04 June 2021
  • Updated: 04 June 2021, 08:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୮ରୁ ୪୪ବର୍ଷ ବୟସ୍କଙ୍କୁ ମାଗଣାରେ ଟିକାକରଣ କରାଇବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ। ଆଜି ଏହି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷଦିନ ଥିବାବେଳେ ୨ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଛନ୍ତି।

ସାମୁହିକ ଟିକାକରଣ ମଶଧ୍ୟମରେ କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ରାଜ୍ୟ ସରକାର ଏବେ କୋଭିଡ୍ ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବାବେଳେ ଆଜି ଶେଷଦିନରେ କୋଭିଡ୍ ଟିକା ନିମନ୍ତେ ଗ୍ଲୋବାଲ ଟେଣ୍ଡରରେ ୨ଟି ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ୨ଟି ସଂସ୍ଥାର ଆବେଦନକୁ ଗ୍ରହଣ କରାଯାଇଛି। ଏହି ଦୁଇ ଆବେଦନକାରୀ ସଂସ୍ଥାର ମୂଲ୍ୟାଙ୍କନ କରାଯାଉଛି।

ସେପଟେ ରାଜ୍ୟ ମେଡିକାଲ ନିଗମର ସୂଚନା ଅନୁସାରେ ଆସନ୍ତା ୯ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରାଇସ୍ ବିଡ୍ ଖୋଲିବ। ଯେଉଁ ଦୁଇ ସଂସ୍ଥାର ଆବେଦନ ମିଳିଛି ତାକୁ ତର୍ଜମା କରାଯିବା ସହ ସେମାନେ ନିର୍ଦ୍ଧାରିତ ଅବଧି ମଧ୍ୟରେ ଟିକା ଦେଇପାରିବେ କି ନାହିଁ, ସେମାନେ ଟିକା ପାଇଁ ଧାର୍ଯ୍ୟ କରିଥିବା ଦର ଆଦିକୁ ବିଚାରକୁ ନିଆଯାଇ ଆସନ୍ତା ୯ତାରିଖରେ ଚୂଡ଼ାନ୍ତ ଘୋଷଣା କରାଯିବ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ୩.୮୦କୋଟି ଡୋଜ୍ କୋଭିଡ୍ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି। ତେବେ ଗତ ଜୁନ୍ ୧ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଗ୍ଲୋବାଲ ଟେଣ୍ଡର ପାଇଁ ଦେଶର ଦୁଇ ଟିକା କମ୍ପାନୀ ଭାରତ ବାୟୋଟେକ ଓ ଶିରମ୍ ଇନଷ୍ଟିଚ୍ୟୁଟ୍ ଆଗ୍ରହୀ ନଥିବା କହିଥିବାବେଳେ ବିଦେଶୀ କମ୍ପାନୀଗୁଡ଼ିକ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଥିବା ଜଣାଇଥିଲେ।

ଏହାସହିତ କେନ୍ଦ୍ର ସରକାର ଟିକା କିଣି ରାଜ୍ୟକୁ ବଣ୍ଟନ କରନ୍ତୁ ବୋଲି ଉଭୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡର ପାଇଁ ୨ଟି ସଂସ୍ଥା ନିଜର ଆବେଦନ କରିଛନ୍ତି। ତେବେ ଏହି ଦୁଇଟି ସଂସ୍ଥା ଟିକା ଉତ୍ପାଦନକାରୀ କମ୍ପାନୀ ନା ସେମାନଙ୍କର ଡିଷ୍ଟ୍ରିବ୍ୟୁଟର ତାହା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story