ରାଜ୍ୟର ଘରୋଇ ହସ୍ପିଟାଲରେ କୋଭିଡ୍ ଟିକା ଦର ୭୮୦ରୁ ୧୧୪୫ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ସାମୁହିକ ଟିକାକରଣ ଉପରେ ଏବେ ସରକାର ଗୁରୁତ୍ୱ ଦେଉଥିବାବେଳେ ଆଜି ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟିକା ନିମନ୍ତେ ଦର ଧାର୍ଯ୍ୟ ହୋଇଛି। ଦେଶର ୧୮ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କ କୋଭିଡ୍ ଟିକାକରଣ ପାଇଁ କେନ୍ଦ୍ର ସରକାର ଜୁନ୍ ୨୧ରୁ ମାଗଣାରେ ରାଜ୍ୟଗୁଡ଼ିକୁ ଟିକା ଯୋଗାଇ ଦେବାକୁ କହିଥିବାବେଳେ ମୋଟ୍ ଟିକା ଉତ୍ପାଦନର ୨୫% ଘରୋଇ ହସ୍ପିଟାଲଗୁଡ଼ିକ ସିଧାସଳଖ ଯୋଗାଣ ହେବ ବୋଲି ଘୋଷଣା କରିଥିଲେ। […]

Vaccine

Vaccine

Ordigital Desk
  • Published: Friday, 11 June 2021
  • Updated: 11 June 2021, 10:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ସାମୁହିକ ଟିକାକରଣ ଉପରେ ଏବେ ସରକାର ଗୁରୁତ୍ୱ ଦେଉଥିବାବେଳେ ଆଜି ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟିକା ନିମନ୍ତେ ଦର ଧାର୍ଯ୍ୟ ହୋଇଛି। ଦେଶର ୧୮ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କ କୋଭିଡ୍ ଟିକାକରଣ ପାଇଁ କେନ୍ଦ୍ର ସରକାର ଜୁନ୍ ୨୧ରୁ ମାଗଣାରେ ରାଜ୍ୟଗୁଡ଼ିକୁ ଟିକା ଯୋଗାଇ ଦେବାକୁ କହିଥିବାବେଳେ ମୋଟ୍ ଟିକା ଉତ୍ପାଦନର ୨୫% ଘରୋଇ ହସ୍ପିଟାଲଗୁଡ଼ିକ ସିଧାସଳଖ ଯୋଗାଣ ହେବ ବୋଲି ଘୋଷଣା କରିଥିଲେ। ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍‌ର ୩ପ୍ରକାରର ଟିକା ମିଳିବାକୁ ଥିବାବେଳେ ପ୍ରତି ଡୋଜ୍ ପିଛା ୭୮୦ରୁ ୧୧୪୫ଟଙ୍କା ଧାର୍ଯ୍ୟ ହୋଇଛି। ଏହି ନିର୍ଦ୍ଧାରିତ ଦରଠୁ କେହି ଅଧିକ ଦର ନେଇପାରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାର ଗୋଟିଏପଟେ କେନ୍ଦ୍ର ସରକାର ଦେଉଥିବା ମାଗଣା ଟିକାରେ କୋଭିଡ୍ ଟିକାକରଣ ଅଭିଯାନକୁ ଜୋରଦାର କରିଥିବାବେଳେ ଘରୋଇ ହସ୍ପିଟାଲଗୁଡ଼ିକରେ କେଉଁ ଟିକାର ଡୋଜ୍ ପିଛା କେତେ ଟଙ୍କା ପଡ଼ିବ ସେ ନେଇ ଆଜି ରେଟ୍ ଚାର୍ଟ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି କୋଭିଡ୍ ଟିକାକରଣ ଅଭିଯାନରେ ପ୍ରତି ଡୋଜ୍ ପିଛା ସର୍ବାଧିକ କେତେ ଟଙ୍କା ଘରୋଇ ହସ୍ପିଟାଲଗୁଡ଼ିକ ନେବେ ତାହା ବିସ୍ତୃତ ଭାବେ ଜଣାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି ଆଧାରରେ ଶ୍ରୀ ମହାପାତ୍ର ଏହି ଚିଠି ଲେଖିଛନ୍ତି। ଘରୋଇ ହସ୍ପିଟାଲଗୁଡ଼ିକ ଡୋଜ୍ ପିଛା ସର୍ବାଧିକ ୧୫୦ଟଙ୍କା ନେଇପାରିବେ ।

ଜାତୀୟ କୋଭିଡ୍ ଟିକାକରଣ ଅଭିଯାନରେ ଏବେ ୩ପ୍ରକାରର ଟିକା ଉପଲବ୍ଧ ହେବ। ଘରୋଇ ହସ୍ପିଟାଲଗୁଡ଼ିକ କୋଭିଶିଲଡ୍ ଟିକାକୁ ଡୋଜ୍ ପିଛା ୬୦୦ଟଙ୍କାରେ କିଣିବେ। ଏଥିରେ ୫% ଜିଏସଟି ଓ ସର୍ଭିସ ଚାର୍ଜ ମିଶାଇ ମୋଟ ୭୮୦ଟଙ୍କା ଗ୍ରାହକଙ୍କଠୁ ନେବେ। ସେହିପରି କୋଭାକ୍ସିନ୍ ଟିକାକୁ ଡୋଜ୍ ପିଛା ୧୨୦୦ଟଙ୍କାରେ କିଣିବେ, ଜିଏସଟି ଓ ସର୍ଭିସ ଚାର୍ଜ ମିଶାଇ ତାହା ୧୪୧୦ଟଙ୍କା ଧାର୍ଯ୍ୟ ହୋଇଛି। ସେହିପରି ଋଷୀୟ ଟିକା ସ୍ପୁଟିନିକ-ଭି ଡୋଜ୍ ପିଛା ୯୪୮ଟଙ୍କାରେ କିଣିବେ, ଜିଏସଟି ଓ ସର୍ଭିସ ଚାର୍ଜ ମିଶାଇ ମୋଟ ୧୧୪୫ଟଙ୍କାରେ ଗ୍ରାହକଙ୍କୁ ଉପଲବ୍ଧ ହେବ।

ଏହି ଧାର୍ଯ୍ୟ ଦରଠୁ ଯଦି କୌଣସି ଘରୋଇ ହସ୍ପିଟାଲ ଅଧିକ ଦର ନିଅନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । କୋ-ୱିନ୍ ୱେବସାଇଟରେ ମଧ୍ୟ ଏହି ଦର ଉଲ୍ଲେଖ ରହିଛି। ଘରୋଇ ହସ୍ପିଟାଲଗୁଡ଼ିକ ଏହି ସର୍ବାଧିକ ଦରଠୁ ଅଧିକ ନେଇପାରିବେ ନାହିଁ । ତେଣୁ ଘରୋଇ ହସ୍ପିଟାଲ ଅବା ଟିକାକରଣ କେନ୍ଦ୍ରଗୁଡ଼ିକରେ ନାଗରିକମାନଙ୍କଠୁ କେତେ ଅର୍ଥ ନିଆଯାଉଛି ତାହା ନିୟମିତ ଭାବେ ଯାଂଚ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story