‘ଟ୍ରାଭେଲ ରେଷ୍ଟ୍ରିକ୍ସନ ନଥିବାରୁ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଦିନ ଏୟାରପୋର୍ଟ ଓ ଷ୍ଟେସନରୁ ୫ରୁ ୧୦ ଜଣ ଲେଖାଏଁ ସଂକ୍ରମିତ ବାହାରୁଛନ୍ତି। ଟ୍ରାଭେଲ ରେଷ୍ଟ୍ରିକ୍ସନ ନଥିବାରୁ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଛି। ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି କଥା କହିଛନ୍ତି। କମିଶନର କହିଛନ୍ତି- “ବର୍ତ୍ତମାନ ବିଏମସିରେ ବେଡ୍‌ ସଂଖ୍ୟା ୧୫୦ ଅଛି। ଖୁବ୍‌ଶୀଘ୍ର ସଂଖ୍ୟା ବଢିବ। ଆମର ଏନ୍‌ଫୋର୍ସମେଣ୍ଟ ଟିମ୍‌ କାମ କରୁଛନ୍ତି। ପ୍ରଚାର ପ୍ରସାର କରାଯାଉଛି। ୩ଟି ଜୋନ୍ ପାଇଁ‌ […]

bbsr

bbsr

Manoranjan Sial
  • Published: Monday, 05 April 2021
  • Updated: 05 April 2021, 05:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଦିନ ଏୟାରପୋର୍ଟ ଓ ଷ୍ଟେସନରୁ ୫ରୁ ୧୦ ଜଣ ଲେଖାଏଁ ସଂକ୍ରମିତ ବାହାରୁଛନ୍ତି। ଟ୍ରାଭେଲ ରେଷ୍ଟ୍ରିକ୍ସନ ନଥିବାରୁ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଛି। ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି କଥା କହିଛନ୍ତି।

କମିଶନର କହିଛନ୍ତି- “ବର୍ତ୍ତମାନ ବିଏମସିରେ ବେଡ୍‌ ସଂଖ୍ୟା ୧୫୦ ଅଛି। ଖୁବ୍‌ଶୀଘ୍ର ସଂଖ୍ୟା ବଢିବ। ଆମର ଏନ୍‌ଫୋର୍ସମେଣ୍ଟ ଟିମ୍‌ କାମ କରୁଛନ୍ତି। ପ୍ରଚାର ପ୍ରସାର କରାଯାଉଛି। ୩ଟି ଜୋନ୍ ପାଇଁ‌ ସ୍କ୍ୱାଡ୍‌ ଗଠନ ହୋଇଛି ଓ ଚେକିଂ ଜାରି ରହିଛି।”

ଗତକାଲି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୩୨,୬୫୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧,୯୫୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୪୨୭ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି।

ସୂଚନାରୁ ପ୍ରକାଶ, ବଢ଼ୁଥିବା କରୋନା ଆକ୍ରାନ୍ତକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ସେଥିପାଇଁ ରେଳ ଷ୍ଟେସନ୍‌ ଓ ଏୟାପୋର୍ଟରେ ଯାଞ୍ଚ କଡ଼ାକଡ଼ି ହୋଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ସାନିଟାଇଜିଂ ଓ ଥର୍ମାଲ୍‌ ସ୍କ୍ରିନିଂକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ଆବଶ୍ୟକ ପଡ଼ିଲେ ଆର୍‌ଟିପିସିଆର୍‌ ଟେଷ୍ଟ ମଧ୍ୟ କରାଯାଉଛି। ଏହା ସତ୍ତ୍ୱେ ରାଜଧାନୀରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos