‘କରୋନା’ ମୁକାବିଲା ପାଇଁ ପୁଣି ୬୦୦ ବେଡ ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟରେ ଏହି ‘କୋଭିଡ-୧୯’ ଭୂତାଣୁ ଏବେ ତୃତୀୟ ପର୍ଯ୍ୟାୟରେ ପହଞ୍ôଛଛି । ସ୍ଥିତିର ମୁକାବିଲା ପାଇଁ ଆସନ୍ତା ୧୫ଦିନ ମଧ୍ୟରେ ରାଜ୍ୟ ସରକାର ୯୭୦ ବେଡ୍ ବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଗତକାଲି ଏମଓୟୁ ସ୍ୱାକ୍ଷର କରିଥିବାବେଳେ ଆଜି ଆଉ ୬୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଡ୍ରିମ୍ସ […]

deieam

Manoranjan Sial
  • Published: Friday, 27 March 2020
  • , Updated: 27 March 2020, 10:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟରେ ଏହି ‘କୋଭିଡ-୧୯’ ଭୂତାଣୁ ଏବେ ତୃତୀୟ ପର୍ଯ୍ୟାୟରେ ପହଞ୍ôଛଛି । ସ୍ଥିତିର ମୁକାବିଲା ପାଇଁ ଆସନ୍ତା ୧୫ଦିନ ମଧ୍ୟରେ ରାଜ୍ୟ ସରକାର ୯୭୦ ବେଡ୍ ବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଗତକାଲି ଏମଓୟୁ ସ୍ୱାକ୍ଷର କରିଥିବାବେଳେ ଆଜି ଆଉ ୬୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଡ୍ରିମ୍ସ କ୍ୟାମ୍ପସରେ ଯୁଦ୍ଧକାଳୀନ ଭିତ୍ତିରେ ଏହି କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରାଯିବ।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ଟାଙ୍ଗୀର ଡ୍ରିମ୍ସ ଇଞ୍ଜିନିୟରିଂ କଲେଜ ପରିସରରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ହସ୍ପିଟାଲରେ ୧୦୦ଟି ଆଇସିୟୁ ବେଡ୍ ଓ ୫୦୦ ସାଧାରଣ ବେଡ୍ ରହିବ। ଏହି ଅସ୍ଥାୟୀ ହସ୍ପିଟାଲ ପାଇଁ ସମଗ୍ର ଡିମ୍ସ କ୍ୟାମ୍ପସକୁ ରାଜ୍ୟ ସରକାର ହାତକୁ ନେବେ। କଲେଜର ୪ଟି ବାଳକ ହଷ୍ଟେଲର ୩୦୪ଟି ରୁମ୍ ଓ ବାଳିକା ହଷ୍ଟେଲର ୧୩୦ଟି ରୁମକୁ ଏଥିପାଇଁ ଉପଯୋଗ କରାଯିବ। ଏକାଡେମିକ୍ ବ୍ଲକ ଇତ୍ୟାଦିକୁ ଆଇସିୟୁ, ଓପିଡି କାଉଣ୍ଟର, ଲାବ୍ରୋଟେରୀ ଓ ଲଣ୍ଡ୍ରି ଭାବେ ବ୍ୟବହାର କରାଯିବ। ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ଗୋଟିଏ କ୍ୟାମ୍ପସରେ ରହିବେ। କ୍ୟାମ୍ପସକୁ ହସ୍ତାନ୍ତର ପାଇଁ ଡ୍ରିମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିବାବେଳେ ଆଜି ଆରଡିସିଙ୍କ ନେତୃତ୍ୱରେ ଏକ ଟିମ୍ ଏହି କ୍ୟାମ୍ପସ ପରିଦର୍ଶନ କରିଥିଲା। ଟିମରେ କଟକ ଜିଲ୍ଲାପାଳ, ଏସସିବି ସୁପରିଟେଣ୍ଡେଣ୍ଟ, ପୂର୍ତ୍ତ ବିଭାଗର ଯନ୍ତ୍ରୀ, ଆର୍କିଟେକ୍ ଆଦି ସାମିଲ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତକାଲି ୯୭୦ ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ ନିମନ୍ତେ ସମ୍ ହସ୍ପିଟାଲ ଓ କିମ୍ସ ହସ୍ପିଟାଲ ସହ ତ୍ରିପାକ୍ଷିକ ଏମଓୟୁ ସ୍ୱାକ୍ଷର କରିଥିଲେ। ଏହି ହସ୍ପିଟାଲ ଆସନ୍ତା ୧୫ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Related story