ରାଜ୍ୟରେ ପହଞ୍ଚିଲା କୋଭିଡ୍ ଭ୍ୟାକ୍ସିନ୍ କୋଭିସିଲ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ପହଞ୍ଚିଲା କୋଭିଡ୍ ଭ୍ୟାକ୍ସିନ୍ କୋଭିସିଲ୍ଡ । ରାଜ୍ୟ ସରକାର କିଣିଥିବା ୧ ଲକ୍ଷ କୋଭିସିଲ୍ଡ ଡୋଜ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛି । ପୁଣେ ସେରମ ଇନଷ୍ଟିଚ୍ୟୁଟରୁ ଏହି ଟିକା ଆସିଛି । ଯାହା ୧୮ରୁ ୪୪ ବୟସ ବର୍ଗଙ୍କୁ ମାଗଣାରେ ଦିଆଯିବ । ତେଣେ ଭୁବନେଶ୍ୱରରେ ଅଭିନବ ଢଙ୍ଗରେ ଟିକାଦାନ ବ୍ୟବସ୍ଥା କରିଛି ବିଏମ୍ସି । Happy to share that the first consignment (1 lakh doses) of State procured […]

vaccine

vaccine

Tapas Behera
  • Published: Saturday, 08 May 2021
  • Updated: 08 May 2021, 08:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ପହଞ୍ଚିଲା କୋଭିଡ୍ ଭ୍ୟାକ୍ସିନ୍ କୋଭିସିଲ୍ଡ । ରାଜ୍ୟ ସରକାର କିଣିଥିବା ୧ ଲକ୍ଷ କୋଭିସିଲ୍ଡ ଡୋଜ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛି । ପୁଣେ ସେରମ ଇନଷ୍ଟିଚ୍ୟୁଟରୁ ଏହି ଟିକା ଆସିଛି । ଯାହା ୧୮ରୁ ୪୪ ବୟସ ବର୍ଗଙ୍କୁ ମାଗଣାରେ ଦିଆଯିବ । ତେଣେ ଭୁବନେଶ୍ୱରରେ ଅଭିନବ ଢଙ୍ଗରେ ଟିକାଦାନ ବ୍ୟବସ୍ଥା କରିଛି ବିଏମ୍ସି ।

https://twitter.com/HFWOdisha/status/1390994283541368833?s=20

୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ଏସପ୍ଲାନେଡ୍ ମ ଲରେ ଡ୍ରାଇଭ୍ ଇନ୍ ଫ୍ୟାସିଲିଟି ଭାକ୍ସିନେସନ ସେଣ୍ଟର କରାଯାଇଛି । ଯେଉଁଠି ମଲରେ ପାର୍କିଂରେ ଗାଡ଼ିରେ ହିଁ ବସି ବସି ଟିକା ନେଉଛନ୍ତି ଲୋକେ । ଫଳରେ ଧାଡ଼ିରେ ଆଉ ଛିଡ଼ା ହେବାକୁ ପଡୁନାହିଁ । ସାମାଜିକ ଦୂରତା ବି ରହୁଛି । ତାସହ ଶୀଘ୍ର ଟିକାକରଣ ବି ହୋଇପାରୁଛି । ପୂର୍ବରୁ ଅନଲାଇନରେ ଯେଉଁମାନେ ସ୍ଲଟ୍ ବୁକିଂ କରିଛନ୍ତି, ସେମାନେ ଏଭଳି ଭାବେ ଆସି ଟିକା ନେଇ ଫେରୁଛନ୍ତି ।

ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଆଜି ପରୀକ୍ଷାମୂଳକ ଭାବେ ପ୍ରଥମ ଦିନରେ ପ୍ରାୟ ୪ଶହ ଲୋକଙ୍କୁ ଏଭଳି ଭାବେ ଟିକା ଦିଆଯାଇଛି । ଆସନ୍ତାକାଲିଠୁ ପ୍ରତିଦିନ ୫ଶହ ଲୋକଙ୍କୁ ଟିକା ଦିଆଯିବ । ଟିକା ନେବା ପାଇଁ ୪ ଚକିଆ ଗାଡିରେ ୨ ଜଣ ଏବଂ ୨ ଚକିଆ ଗାଡିରେ ଜଣଙ୍କୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos