ମାଲକାନଗିରି:(ଓଡ଼ିଶା ରିପୋର୍ଟର) ମା’ ସର୍ବସଂହା। ମା’ ଧୈର୍ଯ୍ୟମୟୀ। ସନ୍ତାନର ଟିକିଏ କଷ୍ଟ ସହି ପାରୁ ନଥିବା ଏବଂ ପ୍ରତି ମୁହୂର୍ତ୍ତରେ ପିଲାର ମଙ୍ଗଳ ମନାସୁଥିବା ମଣିଷ ହେଉଛି ମା’। ଯିଏ ଜୀବନର ସକଳ ଯନ୍ତ୍ରଣାକୁ ଜଳାଞ୍ଜଳି ଦେଇ ସବୁବେଳେ ତା’ ସନ୍ତାନ ଓଠରେ ହସ ଟିଏକି ଫୁଟାଇବା ପାଇଁ ଦିନ-ଦିନ, ମାସ-ମାସ ଏବଂ ବର୍ଷ ବର୍ଷ ଅବିଶ୍ରାନ୍ତ ଭାବେ କେବଳ କାମ କରି ଚାଲିଥାଏ। ଆଉ ସେ ପଶୁ ହେଲେ ବି ତାର ବି ହୃଦୟ ଅଛି। ମାତୃତ୍ୱ ଭାବର ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସହରରେ। ଗାଡି ଧକ୍କାରେ ଆହତ ହୋଇ ପଡିଥିଲା ଏକ ବାଛୁରୀ। ତେବେ ନିଜ ଛୁଆକୁ ଛାଡି କେଉଁଆଡେ ବି ଯାଇନଥିଲା ଗାଈ। ସ୍ଥାନୀୟ ଲୋକେ ବାଛୁରୀଟିକୁ ଏକ ଟ୍ରଲିରେ ପଶୁ ଡାକ୍ତରଖାନାକୁ ନେଉଥିବାବଳେ ସମ୍ପୃକ୍ତ ଗାଈଟି ଟ୍ରଲି ପଛେ ପଛେ ଚାଲିଥିଲା। ଟ୍ରଲିଟି ଯେତିକି ବେଗରେ ଚାଲିଥିଲା। ତା ପଛରେ ଦ୍ରୁତ ଗତିରେ ଦୌଡି ଥିଲା ଏହି ଗାଈ। ନିଜ ଛୁଆଠାରୁ କ୍ଷଣକ ପାଇଁ ମଧ୍ୟ ଦୂର ହୋଇନଥିଲା। ବାଛୁରିଟିକୁ ମେଡିକାଲ ଭିତରକୁ ନେବା ପରେ ମଧ୍ୟ ନିଜ ଛୁଆକୁ ଚାଟି ଚାଟି ନିଜ ଉପସ୍ଥିତିର ଭାବ ପ୍ରକାଶ କରିଥିଲା ଏହି ଗାଈ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।