ନନ୍ଦିଘୋଷ ରଥ ଅଖରେ ଫାଟ

ପୁରୀ(ଓଡ଼ିଶା ରିପୋର୍ଟର): ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ପୂର୍ବରୁ ଆଜି ୩ ରଥର ଚାରିନାହାକା ଉଠିଲା। କିନ୍ତୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପଛୁଆଣି ଚକର ଅଖଟି ଫାଟ ଦେଖାଯାଇଛି। ରଥ ବିଶେଷଜ୍ଞ କମିଟି ଅଖ ବଦଳାଇବା ପାଇଁ ପରାମର୍ଶ ଦେଇଛି। ସେଥିପାଇଁ ନୂଆ ଅଖ ନିର୍ମାଣ ଚାଲିଛି। ଅଖ ସହ ଦଣ୍ଡା ସଂଯୋଗ ପାଇଁ କଣ୍ଟା ବାଡ଼ିଆ ହୋଇଥିଲା। ଘୋଡା ଖୋଲିବା ପରେ ଅଖରେ ଫାଟ ଥିବା ଦେଖାଯାଇଥିଲା। ଏହା ପରେ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ଦୁଇଟି […]

Puri

Manoranjan Sial
  • Published: Friday, 10 June 2022
  • , Updated: 10 June 2022, 06:09 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ପୂର୍ବରୁ ଆଜି ୩ ରଥର ଚାରିନାହାକା ଉଠିଲା। କିନ୍ତୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପଛୁଆଣି ଚକର ଅଖଟି ଫାଟ ଦେଖାଯାଇଛି। ରଥ ବିଶେଷଜ୍ଞ କମିଟି ଅଖ ବଦଳାଇବା ପାଇଁ ପରାମର୍ଶ ଦେଇଛି। ସେଥିପାଇଁ ନୂଆ ଅଖ ନିର୍ମାଣ ଚାଲିଛି।

ଅଖ ସହ ଦଣ୍ଡା ସଂଯୋଗ ପାଇଁ କଣ୍ଟା ବାଡ଼ିଆ ହୋଇଥିଲା। ଘୋଡା ଖୋଲିବା ପରେ ଅଖରେ ଫାଟ ଥିବା ଦେଖାଯାଇଥିଲା। ଏହା ପରେ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ଦୁଇଟି କ୍ଲାମ୍ପ ଯୋଗେ ଆଖକୁ ବାନ୍ଧି ଥିଲେ। ତଥାପି ଏହା ସୁରକ୍ଷିତ ନୁହେଁ ବୋଲି ବୈଷୟିକ ଟିମ୍‌ ଅନୁଭବ କରିଥିଲା। ଏହା ପରେ ନନ୍ଦିଘୋଷ ରଥ ମୁଖ୍ୟ ମହାରଣାଙ୍କୁ ନୂଆ ଅଖ ନିର୍ମାଣ ପାଇଁ ପରାମର୍ଶ ଦିଆଯାଇଥିଲା।

ଅଖ ପରିବର୍ତ୍ତନ ପାଇଁ ଆଗକୁ ପୂର୍ତ୍ତ ବିଭାଗ ଓ ରେଳ ବିଭାଗ ପକ୍ଷରୁ ଜ୍ୟାକ ଏବଂ ଜେସିବି ଅଣାଯିବ। ଏହା ଜରିଆରେ ଅଖ ପରିବର୍ତ୍ତନ ହେବ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି।

Related story