ରତ୍ନଭଣ୍ଡାର ଛାତରେ ଫାଟ ଅଛି

Ordigital Desk
  • Published: Wednesday, 04 April 2018
  • , Updated: 04 April 2018, 04:32 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ଯାହା ଡର ଥିଲା ତାହା ହିଁ ଘଟିଥିବା ଜାଣିବାକୁ ମିଳିଲା। ମହାପ୍ରଭୁଙ୍କ ରତ୍ନଭଣ୍ଡାରଟି ଅସୁରକ୍ଷିତ ହୋଇ ପଡ଼ିଥିବା ଆଶଙ୍କା କରାଯାଉଥିଲା। କାନ୍ଥ ଓ ଛାତ ଦୁର୍ବଳ ହୋଇଥିବା ମଧ୍ୟ ଆଲୋଚନା ହେଉଥିଲା। ଏବେ ଏହି ଆଶଙ୍କା ସତ ବୋଲି ଜଣାପଡ଼ିଛି। ଆଜି ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଯାଞ୍ଚ ବେଳେ ରତ୍ନଭଣ୍ଡାର ଛାତରେ ଫାଟ ଥିବା ଯାଞ୍ଚକାରୀମାନେ ଦେଖିବାକୁ ପାଇଛନ୍ତି। ବାହାରକୁ ଆସିବା ପରେ ଏନେଇ ତଡ଼ଉକରଣ ହିମାଂଶୁ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି- &ldquo;ବିଧି ମୁତାବକ ଯାଞ୍ଚ କାର୍ଯ୍ୟ କରାଯାଇଛି। କେବଳ ବାହାର ଭଣ୍ଡାର ହିଁ ଯାଞ୍ଚ ହୋଇଛି, ଭିତର ହୋଇପାରିନି।&rdquo;</p> <p>ଆଜି ୨ଟି ରତ୍ନ ଭଣ୍ଡାରର ଯାଞ୍ଚ କରାଯାଇଥିଲା। ଯାଞ୍ଚକାରୀ ବାହାର ଭଣ୍ଡାର ଯାଞ୍ଚ ସାରି ଫେରି ଆସିଛନ୍ତି। ଭିତର ଭଣ୍ଡାର ଯାଞ୍ଚ କରାଯାଇ ପାରିନାହିଁ। ରତ୍ନଭଣ୍ଡାର ଯାଞ୍ଚକୁ ନେଇ ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀଙ୍କର ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରେ କେତେ ଧନରତ୍ନ ରହିଛି, ତାହା ଜାଣିବାକୁ ସମସ୍ତେ ଅନାଇ ବସିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଖବର ପ୍ରକାଶ ପାଉଛି। ହେଲେ ଏହି ଯାଞ୍ଚ ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କେତେ ଧନରତ୍ନ ଅଛି, ତାହା ଜାଣିବାକୁ କରାଯାଇ ନଥିଲା। କେବଳ ରତ୍ନଭଣ୍ଡାରର କାନ୍ଥ, ଛାତ ଓ ପାରିପାର୍ଶ୍ୱିକ ସ୍ଥିତି କେମିତି ଅଛି ଯାଂଚକାରୀ ତାହା ଅନୁଧ୍ୟାନ କରି ଫେରିଥିଲେ। ୧୭ ଜଣ ଭିତରକୁ ଯିବାକୁ ତାଲିକା ହୋଇଥିଲେ ବି କେବଳ ପୁରୀ ଏସ୍&zwnj;ପି ଭିତରକୁ ଯାଇ ନଥିଲେ। ସେ ଗାମୁଛା ପିନ୍ଧି ନଥିବାରୁ ରତ୍ନଭଣ୍ଡାର ଭିତରକୁ ଗଲେନାହିଁ। ପୂରା ତାଲିକା ନିମ୍ନରେ ଦିଆଗଲା।</p> <p>୧: ଦେଉଳ କରଣ ଚନ୍ଦ୍ରଶେଖର ମଙ୍ଗରାଜ, ୨: ତଡ଼ଉ କରଣ ହିମାଂଶୁ ପଟ୍ଟନାୟକ, ୩: ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ, ୪: ଭଣ୍ଡାର ମେକାପ ଗଣେଶ ମେକାପ, ୫: ଗଜପତିଙ୍କ ପ୍ରତିନିଧି ଅମିୟ ମହାନ୍ତି, ୬: ହାଇକୋର୍ଟଙ୍କ ପ୍ରତିନିଧି ଏନ.କେ ମହାନ୍ତି, ୭: ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ୮: ଏସ୍&zwnj;ପି ସାର୍ଥକ ଷଡଙ୍ଗୀ, ୯: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ୧୦: ନୀତି ପ୍ରଶାସକ ପ୍ରଦୀପ ଦାଶ, ୧୧: ASIର ପ୍ରତିନିଧି ସୁପରିଣ୍ଡେଣ୍ଟ ଆର୍କିଓଲୋଜି ଏଚ୍&zwnj;.ଏ.ନାୟକ, ୧୨: ASI ପ୍ରତିନିଧି ଡେପୁଟି ସୁପରିଣ୍ଡେଣ୍ଟ ତପନ କୁମାର ଭଟ୍ଟାଚର୍ଯ୍ୟ, ୧୩: ବରିଷ୍ଠ କଞ୍ଜର୍ଭେସନ ଆସିଷ୍ଟାଣ୍ଟ ଚିତ୍ତରଞ୍ଜନ ଦାସ, ୧୪: କୋର କମିଟି ସଦସ୍ୟ ଜି.ସି.ମିତ୍ର, ୧୫: କୋର କମିଟି ସଦସ୍ୟ ଏନ.ସି. ପାଲ, ୧୬: ରତ୍ନଭଣ୍ଡାର ସବ୍&zwnj;କମିଟି ସଦସ୍ୟ&nbsp; ରାମଚନ୍ଦ୍ର ଦାସ ମହାପାତ୍ର, ୧୭: ରତ୍ନଭଣ୍ଡାର ସବ୍&zwnj;କମିଟି ସଦସ୍ୟ ଅନନ୍ତ ତିଆଡି</p>

Related story