ପଞ୍ଚଭୂତରେ ଲୀନ ହେଲେ ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ଲୀନ ହେଲା ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ମେଡିକାଲରୁ ବିଜୟଙ୍କ ମରଶରୀର ବମିଖାଲସ୍ଥିତ ବାସଭବନରେ ପହଞ୍ଚିବା ପରେ ସେଠାରେ ଅନେକ ପ୍ରଶଂସକ, ଶୁଭେଚ୍ଛୁ ଓ ପରିବାରବର୍ଗ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ଏଥିସହ ଓଲିଉଡର ଅନେକ କଳାକାର ମଧ୍ୟ ବିଜୟଙ୍କ ଶେଷ ଦର୍ଶନ କରିଥିଲେ ।

ଏହାପରେ ବିଜୟଙ୍କ କର୍ମମୟ ଜୀବନ ବିତିଥିବା ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ମରଶରୀରକୁ ନିଆଯାଇଥିଲା।  ସେଠାରେ ଅନେକ ଓଲିଉଡ୍ କଳାକାର ଓ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହାପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଶହ ଶହ ପ୍ରଶଂସକ ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ଗତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟ ମହାନ୍ତିଙ୍କର ପରଲୋକ ହୋଇଥିଲା ।

ଆହୁରି ପଢ଼ନ୍ତୁ

ONGC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

କରୋନାରେ ଚାଲିଗଲେ କେନ୍ଦ୍ରମନ୍ତ୍ରୀ

ମା’ ଓ ଗର୍ଭବତୀ ଝିଅଙ୍କୁ ହତ୍ୟା ଅଭିଯୋଗକୁ ନେଇ ହଙ୍ଗାମା, ୩ ଦିନ ପରେ ଜଳିଲା ଜୁଇ

କରୋନା ମହାମାରୀ ବେଳେ ବଢ଼ିଲା ବିଦ୍ୟୁତ୍‌ ଦର

ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ଚିହ୍ନଟ ହେଲେ ୪୨୩୭ କରୋନା ଆକ୍ରାନ୍ତ

ମୃତକଙ୍କର ହେବନି କରୋନା ପରୀକ୍ଷା

ଆଜିଠୁ ସଂସଦ ଅନିଶ୍ଚିତକାଳ ପାଇଁ ବନ୍ଦ ହୋଇପାରେ

ସରକାରୀ ପ୍ରାୟୋଜିତ ଗଣମାଧ୍ୟମକୁ ଛାଡ଼, ଓଟିଭିକୁ ଧର !

କରୋନା ଆକ୍ରାନ୍ତଙ୍କ ମାନସିକ ଅବସ୍ଥା ବିଗୁଡ଼ୁଥିଲେ ଏହି ନମ୍ବରରେ ଫୋନ୍‌ କରନ୍ତୁ

ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ବିରୋଧୀଙ୍କ ପ୍ରଦର୍ଶନ ଜାରି

ରାଜ୍ୟରେ ୪୧୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ପୁଣି ୭୦୦ ଟପିଲା