ଛୋଟା ରାଜନ ଲିଙ୍କ୍ ଓ ସିମ୍‌ ବକ୍ସ ଜବତ ଘଟଣା: ୪ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ବ୍ରହ୍ମପୁର-ଅଣ୍ଡରୱାର୍ଲଣ୍ଡ ଲିଙ୍କ୍‌ ଘଟଣାର ତନାଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ। ଗୋପାଳପୁର ପୋଲିସଠାରୁ ତଦନ୍ତଭାର ନେଇ ଘଟଣାର ବିଭିନ୍ନ ଦିଗକୁ ତର୍ଜମା କରୁଛି କ୍ରାଇମବ୍ରାଞ୍ଚ। ଓଡ଼ିଶା କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଓ ମହାରାଷ୍ଟ୍ର ପୁଣେ ସିଟି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ଖୋଳତାଡ଼ କରୁଛନ୍ତି। ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫ ୪ ଜଣ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରାଯାଇଛି। ଆସନ୍ତାକାଲି ରିମାଣ୍ଡ ଆବେଦନର ଶୁଣାଣି ହେବ। ଏହାପରେ […]

b

Rakesh Mallick
  • Published: Monday, 10 July 2017
  • , Updated: 10 July 2017, 11:04 PM IST

ବ୍ରହ୍ମପୁର: ବ୍ରହ୍ମପୁର-ଅଣ୍ଡରୱାର୍ଲଣ୍ଡ ଲିଙ୍କ୍‌ ଘଟଣାର ତନାଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ। ଗୋପାଳପୁର ପୋଲିସଠାରୁ ତଦନ୍ତଭାର ନେଇ ଘଟଣାର ବିଭିନ୍ନ ଦିଗକୁ ତର୍ଜମା କରୁଛି କ୍ରାଇମବ୍ରାଞ୍ଚ। ଓଡ଼ିଶା କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଓ ମହାରାଷ୍ଟ୍ର ପୁଣେ ସିଟି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ଖୋଳତାଡ଼ କରୁଛନ୍ତି। ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫ ୪ ଜଣ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରାଯାଇଛି। ଆସନ୍ତାକାଲି ରିମାଣ୍ଡ ଆବେଦନର ଶୁଣାଣି ହେବ। ଏହାପରେ ଓଡ଼ିଶା ଏବଂ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ ଟିମ୍ ମିଳିତ ଭାବେ ଗିରଫ ଅଭିଯୁକ୍ତଙ୍କୁ ଜେରା କରିବେ। ଓଡ଼ିଶା କ୍ରାଇମବ୍ରାଞ୍ଚ ସିମ ବକ୍ସ ନେଇ ଖୋଳତାଡ କରିବ। ସେହିପରି ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ ଅଣ୍ଡରଓ୍ବାର୍ଲଡ ଡନ୍ ଛୋଟା ରାଜନର ପ୍ରମୁଖ ସହଯୋଗୀ ସୁରେଶ ପୂଜାରୀ ଲିଙ୍କ୍ ନେଇ ତଦନ୍ତ କରିବ।

Related story