୫ କୋଟି ଟଙ୍କା ଠକେଇ ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ଆକାଉଣ୍ଟାଣ୍ଟ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାର ଜାତୀୟ ସ୍ୱସ୍ଥ୍ୟ ମିଶନ ଜମା ଖାତାରୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜାଣିପାରି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅବଗତ କରାଇଥିଲେ। ଏଥିସହ କ୍ରାଇମବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦୁଇ ଜଣକୁ ଗିରଫ କରିଥିଲା। ମାମଲାର ତଦନ୍ତ ଚାଲିଥିବା ବେଳେ ୩ କୋଟି ୩୦ ଲକ୍ଷ ଟଙ୍କା ଜବତ […]

crime-branch

crime-branch

Manoranjan Sial
  • Published: Tuesday, 29 June 2021
  • Updated: 29 June 2021, 05:27 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାର ଜାତୀୟ ସ୍ୱସ୍ଥ୍ୟ ମିଶନ ଜମା ଖାତାରୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜାଣିପାରି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅବଗତ କରାଇଥିଲେ। ଏଥିସହ କ୍ରାଇମବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦୁଇ ଜଣକୁ ଗିରଫ କରିଥିଲା। ମାମଲାର ତଦନ୍ତ ଚାଲିଥିବା ବେଳେ ୩ କୋଟି ୩୦ ଲକ୍ଷ ଟଙ୍କା ଜବତ କରିଥିଲା କ୍ରାଇମବ୍ରାଞ୍ଚ।

ଜାତୀୟ ସ୍ୱସ୍ଥ୍ୟ ମିଶନ ଜମା ଖାତାରୁ ହୋଇଥିବା ଲୁଟ୍‌ରେ ପୂର୍ବତନ ଆକାଉଣ୍ଟାଣ୍ଟ ରାଜକିଶୋର ନାଏକଙ୍କ ହାତ ଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ବିଭାଗର ଆଇଡି ଓ ପାସ୍‌ୱାଡକୁ ହ୍ୟାକ୍‌ କରି ରାଜ କିଶୋର ୨୦୨୧ ଏପ୍ରିଲ୍‌ ୭ ତାରିଖରେ ଏହି ଟଙ୍କାକୁ ଗାୟବ କରିଥିବା ତଦନ୍ତ ବେଳେ ଜାଣିବାକୁ ପାଇଥିଲା କ୍ରାଇମବ୍ରାଞ୍ଚ।

ଅଭିଯୋଗରୁ ପ୍ରକାଶ, ଭବାନୀପାଟଣା ଅଞ୍ଚଳର ରାଜ କିଶୋର ନାଏକ ସୋନପୁର ମୁଖ୍ୟ ଡାକ୍ତରଖାନାରେ ୩ ବର୍ଷ ଧରି ଆକାଉଣ୍ଟାଣ୍ଟ ଭାବେ ଚାକିରି କରୁଥିଲେ। ୨୦୧୬ ମାସିହାରେ ସେ ଚାକିରିରୁ ଇସ୍ତଫା ଦେଇ ୨୦୨୧ ମସିହାରେ ଓଲଟପୁର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ଆକାଉଣ୍ଟାଣ୍ଟ ଭାବେ ଚାକିରି କରିଥିଲେ। ପରବର୍ତ୍ତୀ ସମୟରେ ରାଜ କିଶୋର କେତେକ ଲୋକଙ୍କ ସହ ମିଶି ଜାତୀୟ ସ୍ୱାସ୍ଥ୍ୟ ମିଶନର ଆକାଉଣ୍ଟରୁ ଟଙ୍କା ଲୁଟ୍‌ କରିବାରେ ସଫଳ ହୋଇଥିଲେ ବୋଲି କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଥିଲା। ପରେ କ୍ରାଇମବ୍ରାଞ୍ଚର ଇକୋନମିକ୍‌ ଅଫେନ୍ସ ଉଇଙ୍ଗ ପକ୍ଷରୁ ରାଜକିଶୋର ନାଏକ, ସମୀର କୁମାର ପାଟୀ ଓ ଅନନ୍ତ ଚରଣ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି କେଳେଙ୍କାରୀରେ ଅନେକ ରାଜନୈତିକ ବ୍ୟକ୍ତିଙ୍କର ହାତ ଥିବା ଅଭିଯୋଗ ହୋଇଛି। ଘଟଣାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ସେମାନଙ୍କ ମୁଖା ଖୋଲିବ ବୋଲି ସାଧାରଣରେ ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos