ଡିଏଫ୍‌ଓଙ୍କୁ କ୍ଲିନ୍‌ଚିଟ୍‌; ଫସିଗଲେ ବିଦ୍ୟା, ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ରିପୋର୍ଟ। ରିପୋର୍ଟକୁ ସାର୍ବଜନୀନ କଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ଏଥିରେ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମିଳିଛି କ୍ଲିନ୍‌ଚିଟ୍‌। କିନ୍ତୁ ଫସିଯାଇଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ଏଡିଜି କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା। ଏହା ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରୁ ସ୍ପଷ୍ଟ ହୋଇଛି। ଏଥିରେ ସୌମ୍ୟରଞ୍ଜନ କହିଥିଲେ ଯେ ସେ ପେପରରେ କିରାସିନି ଢାଳି ନିଆଁ […]

Bidya-and-Soumaya

Bidya-and-Soumaya

Manoranjan Sial
  • Published: Friday, 08 October 2021
  • Updated: 08 October 2021, 07:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ରିପୋର୍ଟ। ରିପୋର୍ଟକୁ ସାର୍ବଜନୀନ କଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ଏଥିରେ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମିଳିଛି କ୍ଲିନ୍‌ଚିଟ୍‌। କିନ୍ତୁ ଫସିଯାଇଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା।

ଏଡିଜି କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା। ଏହା ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରୁ ସ୍ପଷ୍ଟ ହୋଇଛି। ଏଥିରେ ସୌମ୍ୟରଞ୍ଜନ କହିଥିଲେ ଯେ ସେ ପେପରରେ କିରାସିନି ଢାଳି ନିଆଁ ଲଗାଉଥିଲେ। ସେତେବେଳେ ହଠାତ୍‌ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ତଳେ ପଡ଼ି ଯାଇଥିଲେ। ଏହା ସହିତ ତାଙ୍କ ଉପରେ କିରାସିନି ପଡ଼ିବା ସହ ନିଆଁ ଲାଗି ଯାଇଥିଲା। ଡାକ୍ତର ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ଼ କରାଯାଇଥିଲା। ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି।

ସୌମ୍ୟଙ୍କ ସରକାରୀ ବାସଭବନରେ ଏହି ଘଟଣା ଘଟିଥିବା ବେଳେ ତଦନ୍ତ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି। ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଥିଲେ ହେଁ ତାଙ୍କ ଦେହରେ ନିଆଁ ଲାଗିଥିବା ବେଳେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା କିଛି କରିନଥିଲେ। ସେ ନିଆଁ ଲିଭାଇବାକୁ ଚେଷ୍ଟା କରିନଥିଲେ କି ସଙ୍ଗେ ସଙ୍ଗେ କାହାକୁ ନିଆଁ ଲିଭାଇବାକୁ ଡାକିନଥିଲେ। ସୌମ୍ୟଙ୍କ ଦେହରେ ଯଥେଷ୍ଟ ପାଣି ମଧ୍ୟ ପକା ଯାଇନଥିଲା। ବିଦ୍ୟାଭାରତୀ ନିଆଁ ଲିଭାଇବା ପାଇଁ ଯଥୋଚିତ ଉଦ୍ୟମ କରିନଥିବା ତାଙ୍କ ପଲିଗ୍ରାଫ ଟେଷ୍ଟରୁ ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି, ବିଦ୍ୟାଭାରତୀ ଜଣେ ସାଇନ୍ସ ଗ୍ରାଜୁଏଟ୍‌। ସେ ଚାହିଁଥିଲେ ନିଆଁ ଲିଭାଇ ପାରିଥାଆନ୍ତେ।

ସ୍ୱାମୀଙ୍କ ଦେହରେ ନିଆଁ ଲାଗିଥିବା ବେଳେ ତାକୁ ଲିଭାଇବା ପାଇଁ କୌଣସି ପ୍ରକାର ଉଦ୍ୟମ କରିନଥିବା ବିଦ୍ୟାଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ବିଦ୍ୟାଭାରତୀଙ୍କ ବିରୋଧରେ ଆଇପିସିର ୨୮୫ ଏବଂ ୩୦୪(A) ଦଫାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏଥିରେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାହାହେଲେ ତାଙ୍କୁ ଦୁଇ ବର୍ଷ ଜେଲ୍‌ ହେବ ବୋଲି ଏଡିଜି କହିଛନ୍ତି।

ଡିଏଫ୍‌ଓଙ୍କ ବିରୋଧରେ ମିଳିଲାନି ପ୍ରମାଣ

ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ରାଇମବ୍ରାଞ୍ଚ କ୍ଲିନ୍‌ଚିଟ୍‌ ଦେଇଛି। ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନି ବୋଲି କୁହାଯାଇଛି।

ଏଡିଜି କହିଛନ୍ତି ଯେ ସାକ୍ଷୀଙ୍କ ବୟାନ୍‌, ସିଡିଆର୍‌ ଆନାଲିସ୍‌ ରିପୋର୍ଟ, ସୌମ୍ୟଙ୍କ ଡାଏରୀ, ସୌମ୍ୟଙ୍କ ମୃତ୍ୟକାଳୀନ ଜମାନ ବନ୍ଦୀ, ଡିଏଫ୍‌ଓଙ୍କ ପଲିଗ୍ରାଫ୍‌ ଟେଷ୍ଟ, ବିଦ୍ୟାଭାରତୀଙ୍କ ପଲିଗ୍ରାଫ ଟେଷ୍ଟ ରିପୋର୍ଟକୁ ତର୍ଜମା କରିବା ପରେ ଜଣାପଡ଼ିଛି ଯେ ଡିଏଫ୍‌ଓଙ୍କ ସହିତ ବିଦ୍ୟାଭାରତୀଙ୍କର କୌଣସି ସମ୍ପର୍କ ନାହିଁ। ସୌମ୍ୟ ପୋଡ଼ି ହେବା ଘଟଣାରେ ମଧ୍ୟ ଡିଏଫ୍‌ଓଙ୍କର କୌଣସି ଭୂମିକା ନାହିଁ। ଠିକ୍‌ ସେମିତି ରୋଷେୟାଙ୍କର ସମ୍ପୃକ୍ତି ଥିବାର କୌଣସି ପ୍ରମାଣ ମିଳିନାହିଁ। ସେହିଭଳି ସୌମ୍ୟ ଓ ବିଦ୍ୟାଭରତୀଙ୍କ ଭିତରେ ସମ୍ପର୍କ ଭଲ ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story