ପ୍ରଶ୍ନପତ୍ର ଲିକ୍‌ ନେଇ ବୋର୍ଡ଼ କାର୍ଯ୍ୟାଳୟରେ କ୍ରାଇମ୍‌ବ୍ରାଞ୍ଚର ତନାଘନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ମାତୃଭାଷା ଓଡ଼ିଶା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ତନାଘନା ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ର ଦୁଇ ଅଧିକାରୀ ଆଜି ବୋର୍ଡ କାର୍ଯ୍ୟାଳୟରେ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଛନ୍ତି। ଦୀର୍ଘ ୪ ଘଣ୍ଟାର ଛାନଭିନ୍‌ ପରେ ଦୁଇ ଅଧିକାରୀ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇଥିବା ଜଣାପଡ଼ିଛି। ଗତ ୨୩ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପରେ […]

crime branch in board office

Rakesh Mallick
  • Published: Monday, 26 February 2018
  • , Updated: 26 February 2018, 05:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ମାତୃଭାଷା ଓଡ଼ିଶା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ତନାଘନା ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ର ଦୁଇ ଅଧିକାରୀ ଆଜି ବୋର୍ଡ କାର୍ଯ୍ୟାଳୟରେ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଛନ୍ତି। ଦୀର୍ଘ ୪ ଘଣ୍ଟାର ଛାନଭିନ୍‌ ପରେ ଦୁଇ ଅଧିକାରୀ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇଥିବା ଜଣାପଡ଼ିଛି।

ଗତ ୨୩ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପରେ ମାତୃଭାଷା ଓଡ଼ିଆ ପଶ୍ନପତ୍ର ଭାଇରାଲ୍‌ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍‌ସ ଆପ୍‌ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ନେଇ ଅଭିଯୋଗ ହୋଇଥିଲା। ମାତ୍ର ଏପରି ଅଭିଯୋଗକୁ ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଓ ବୋର୍ଡ଼ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ।

Related story