ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ କରୁଥିଲେ, ଧରା ପଡ଼ିଗଲେ ଏସ୍‌ଟିଏଫ୍‌ ହାତରେ

ସୋନପୁର (ଓଡ଼ିଶା ରିପୋର୍ଟର); ସୁବର୍ଣ୍ଣପୁର ଜିଲ୍ଲା ରାଜାକୋଠି ଗାଁରେ ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ଗୋଟିଏ ବଜ୍ରକାପ୍ତା ଓ ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିରେ ସଂପୃକ୍ତ ୨ ଜଣଙ୍କୁ ଏସ୍ଟିଏଫ୍ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ଉଲୁଣ୍ଡାର କପାସିରା ଗାଁର ସୋମନାଥ ବାଗ୍ ଓ ଗିନ୍ଧିଲାମାଲର ମାରସଲନା। ଭେଙ୍ଗେରା ମହାନଦୀ ପୋଲ ପାଖରେ ଦୁହେଁ ଜୀବନ୍ତ ବଜ୍ରକାପ୍ତା ଓ କାତି ବିକ୍ରି ପାଇଁ ଡିଲ୍ କରୁଥିବାର ସୂଚନା ପାଇଁ ଏସ୍‌ଟିଏଫ୍ ଚଢ଼ଉ କରିଥିଲା ଜବତ […]

panguin

Tapaswini Nayak
  • Published: Sunday, 18 October 2020
  • , Updated: 18 October 2020, 09:59 AM IST

ସୋନପୁର (ଓଡ଼ିଶା ରିପୋର୍ଟର); ସୁବର୍ଣ୍ଣପୁର ଜିଲ୍ଲା ରାଜାକୋଠି ଗାଁରେ ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ଗୋଟିଏ ବଜ୍ରକାପ୍ତା ଓ ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିରେ ସଂପୃକ୍ତ ୨ ଜଣଙ୍କୁ ଏସ୍ଟିଏଫ୍ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ଉଲୁଣ୍ଡାର କପାସିରା ଗାଁର ସୋମନାଥ ବାଗ୍ ଓ ଗିନ୍ଧିଲାମାଲର ମାରସଲନା।

ଭେଙ୍ଗେରା ମହାନଦୀ ପୋଲ ପାଖରେ ଦୁହେଁ ଜୀବନ୍ତ ବଜ୍ରକାପ୍ତା ଓ କାତି ବିକ୍ରି ପାଇଁ ଡିଲ୍ କରୁଥିବାର ସୂଚନା ପାଇଁ ଏସ୍‌ଟିଏଫ୍ ଚଢ଼ଉ କରିଥିଲା ଜବତ ହୋଇଥିବା ବଜ୍ରକାପ୍ତା କାତିର ଓଜନ ୫ କିଲୋ ୬୫ ଗ୍ରାମ ବୋଲି ଏସ୍‌ଟିଏଫ୍ ସୂଚନା ଦେଇଛି। ଏହାପରେ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଜବତ ବଜ୍ରକାପ୍ତାକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଥିବାବେଳେ କାତିକୁ ଡେରାଡୁନ୍ ପଠାଇ ଦିଆଯାଇଛି।

Related story